Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

IT Return Deadline; ସ୍ପଷ୍ଟ କଲେ ଆୟକର ବିଭାଗ, ଆଜି ସରୁଛି ସମୟସୀମା

Swoyang prajna Mishra
Browse all articles by Swoyang prajna Mishra
·10 months ago·2 min read
IT Return Deadline; ସ୍ପଷ୍ଟ କଲେ ଆୟକର ବିଭାଗ, ଆଜି ସରୁଛି ସମୟସୀମା

Key Points

ସେପ୍ଟେମ୍ବର ୩୦ ଯାଏଁ ଅବଧି ବୃଦ୍ଧି ହୋଇଥିବା ସମ୍ପର୍କରେ ଦାବିକୁ ରବିବାର ଖାରଜ କରିଛି ଆୟକର ବିଭାଗ । ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ମିଥ୍ୟା ଖବରକୁ ନେଇ ଆୟକର ବିଭାଗ ପକ୍ଷରୁ ସ୍ପଷ୍ଟ କୁହାଯାଇଛି ଯେ, ସେପ୍ଟେମ୍ବର ୧୫ ହିଁ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ (ITR) ଭରିବାର ଶେଷ ଦିନ ।

ଆଜି ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ (ITR) ପଇଠ କରିବାର ଅବଧି ଶେଷ ହେଉଛି । ସେପ୍ଟେମ୍ବର ୩୦ ଯାଏଁ ଅବଧି ବୃଦ୍ଧି ହୋଇଥିବା ସମ୍ପର୍କରେ ଦାବିକୁ ରବିବାର ଖାରଜ କରିଛି ଆୟକର ବିଭାଗ । ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ମିଥ୍ୟା ଖବରକୁ ନେଇ ଆୟକର ବିଭାଗ ପକ୍ଷରୁ ସ୍ପଷ୍ଟ କୁହାଯାଇଛି ଯେ, ସେପ୍ଟେମ୍ବର ୧୫ ହିଁ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ (ITR) ଭରିବାର ଶେଷ ଦିନ ।

ଗତ କିଛିଦିନ ହେବ ସୋସିଆଲ ମିଡିଆରେ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ (ITR)କୁ ନେଇ ଏକ ଗୁଜବ ସୃଷ୍ଟି ହୋଇଥିଲା । ସେପ୍ଟେମ୍ବର ୩୦କୁ ଏହାର ବୃଦ୍ଧି କରାଯାଇଥିବା ଖବର ଅନେକ କର୍ମଚାରୀଙ୍କୁ ନିଶ୍ଚିନ୍ତ କରାଇ ଦେଇଥିଲା । କିନ୍ତୁ ବର୍ତ୍ତମାନ ଏହି ଗୁଜବରେ ପୂର୍ଣ୍ଣଛେଦ ପକାଇଛି ଆୟକର ବିଭାଗ । ନିଜର ଅଫିସିଆଲ ଆକାଉଣ୍ଟରେ ଟ୍ଵିଟ କରି ଆଜି ଶେଷ ତାରିଖ ହୋଇଥିବା ସ୍ପଷ୍ଟ କରିଛି ଆୟକର ବିଭାଗ । କରଦାତାଙ୍କ ଗୁଜବକୁ ଧ୍ୟାନ ନଦେଇ ଜଲଦି ନିଜର ଆୟକର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ କୁହାଯାଇଛି, ଆଇଟିଆର(ITR) ଫାଇଲିଂ, ଟିକସ ପେମେଣ୍ଟ ଏବଂ ଅନ୍ୟାନ୍ୟ ସମ୍ପର୍କିତ ସେବାରେ କରଦାତାଙ୍କୁ ସହାୟତା କରିବା ପାଇଁ ଆମର ହେଲ୍ପଡେସ୍କ 24x7 ଆଧାରରେ କାର୍ଯ୍ୟ କରୁଛି । ଏବଂ ଆମେ କଲ୍, ଲାଇଭ୍ ଚାଟ୍, WebEx ସେସନ୍ ଏବଂ Twitter/X ମାଧ୍ୟମରେ ସହାୟତା ପ୍ରଦାନ କରୁଛୁ ବୋଲି ଇନକମ୍ ଟ୍ୟାକ୍ସ ଇଣ୍ଡିଆ (Income Tax India) ଆକାଉଣ୍ଟ ପକ୍ଷରୁ ଟ୍ଵିଟ କରାଯାଇଛି ।

ତେବେ ପୂର୍ବରୁ ଆୟକର ରିଟର୍ଣ୍ଣ ସମୟରେ ଅନେକ ଟେକ୍ନିକାଲ ସମସ୍ୟା, ସାଇଟ୍ ପୋର୍ଟାଲରେ ସମସ୍ୟା କାରଣରୁ ଜୁଲାଇ ୩୧ରୁ ସେପ୍ଟେମ୍ବର ୧୫ ଯାଏଁ ଆୟକର ପଇଠ ଅବଧିକୁ ବୃଦ୍ଧି କରାଯାଇଥିଲା ।

ବର୍ତ୍ତମାନର ରିପୋର୍ଟ ମୁତାବକ, ୨୦୨୫- ୨୬ ମୂଲ୍ୟାଙ୍କନ ବର୍ଷ ପାଇଁ ଏପର୍ଯ୍ୟନ୍ତ ୬ କୋଟିରୁ ଅଧିକ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ (ITR) ପଇଠ କରାଯାଇଥିଲା । ଏବେ ଆଜିର ଆୟକର ପଇଠର ଶେଷ ସମୟସୀମା ରାତି ୧୧.୫୯ ମିନିଟ୍ ଯାଏଁ ରହିଛି । ଯଦି ଆପଣ ଠିକ ସମୟରେ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ (ITR) ପଇଠ କରୁନାହାନ୍ତି ତେବେ ଆପଣଙ୍କୁ ୫୦୦୦ ଯାଏଁ ଜୋରିମାନା ଦେବା ସହ ଋଣ କିମ୍ବା ଭିସା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସମସ୍ୟା ହୋଇପାରେ। ସେଥିପାଇଁ ସଠିକ ସମୟସୀମା ମଧ୍ୟରେ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ (ITR) ପଇଠ କରି ଜୋରିମାନାରୁ ମୁକ୍ତି ରହିବାକୁ କରଦାତା ମାନଙ୍କୁ ଆୟକର ବିଭାଗ ପକ୍ଷରୁ ସଚେତନ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is the last date for ITR Return | Argus News