ଫ୍ଲିପକାର୍ଟ ସେଲର ଆଜି ଶେଷ ଦିନ, ଶସ୍ତାରେ ମିଳୁଛି ଏହି ଫୋନ୍

ଆଜି ଫ୍ଲିପକାର୍ଟର ଶେଷ ଦିନ । ଶସ୍ତାରେ କିଣିପାରିବେ ଏହି ଫୋନ୍ । ଯେଉଁମାନେ ଫୋନ କିଣିବା ପାଇଁ ଚାହୁଁଛନ୍ତି ସେମାନଙ୍କ ପାଇଁ ଆଜି ସୁବର୍ଣ୍ଣ ସୁଯୋଗ । ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ସେଲ୍ ଆଜି ଶେଷ ହେବାକୁ ଯାଉଛି । ଯେଉଁମାନଙ୍କର ବଜେଟ୍ କମ୍ ରହିଛି, ସେମାନେ ସାମସଙ୍ଗ ଗାଲାକ୍ସି F16 5g କିଣିପାରିବେ । ଏହି ଫୋନର ଆଜି ପ୍ରଥମ ସେଲ୍ ଅଟେ । ଭିଭୋ T4X 5Gକୁ ଶସ୍ତାରେ କିଣିପାରିବେ । ଏହି ଫୋନରେ 500 ଟଙ୍କାର ଡିସକାଉଣ୍ଟ ରହିଛି ।
ଏହାର ପ୍ରାରମ୍ଭିକ ମୂଲ୍ୟ ୧୩ ହଜାର ୪୯୯ ଟଙ୍କା ରହିଛି । ଏହି ଫୋନରେ ୨୦୦୦ ଟଙ୍କାର ବ୍ୟାଙ୍କ ଡିସକାଉଣ୍ଟ ରହିଛି। ଯେଉଁମାନଙ୍କର ବଜେଟ୍ ଦଶ ହଜାରରୁ କମ୍ ରହିଛି, ସାମସଙ୍ଗ ଗାଲାକ୍ସି ଏଫ 06 5ଜି କିଣିପାରିବେ । ଏହି ଫୋନର ଦାମ୍ ୯ହଜାର୪୯୯ ଟଙ୍କା ଅଟେ। ଆଇଫୋନ ୧୬ଇରେ ମଧ୍ୟ ଦମଦାର ଡିସକାଉଣ୍ଟ ରହିଛି । ଏହି ଫୋନରେ ୪ହଜାର ଟଙ୍କାର ଡିସକାଉଣ୍ଟ ରହିଛି । ଏହା କମ୍ପାନୀର ସବୁଠୁ ଶସ୍ତା ଫୋନ ଅଟେ । ତେବେ ଫୋନ ସହିତ ଅନେକ ଜିନିଷ ମଧ୍ୟ ଡିସକାଉଣ୍ଟରେ ମିଳୁଛି।