Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡ଼ିଶା ପର୍ବର ଆଜି ଶେଷ ଦିନ, ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

National

ଓଡ଼ିଶା ପର୍ବର ଆଜି ଶେଷ ଦିନ, ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଓଡ଼ିଶା ପର୍ବର ଆଜି ଶେଷ ଦିନ, ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅର୍ଗସ ବ୍ୟୁରୋ:  ରାଜଧାନୀ ଦିଲ୍ଲୀରେ ଚାଲିଥିବା ଓଡ଼ିଶା ପର୍ବର ଆଜି ଶେଷ ଦିନ। ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ଓଡ଼ିଆ ସଂସ୍କୃତିର ପ୍ରଚାର ଓ ସୁରକ୍ଷା ପାଇଁ ‘ଓଡ଼ିଆ ସମାଜ’ର ବଡ଼ ପ୍ରୟାସ । ଓଡ଼ିଶା ପର୍ବରେ ଜମୁଛି ଓଡ଼ିଆଙ୍କ ଭିଡ। ଦ୍ବିତୟ ଦିନ ପ୍ରଥମ ପର୍ଯ୍ୟାୟରେ ଆୟୋଜିତ ସାରସ୍ବତ ସମାବେଶରେ ଏକାଠି ହୋଇଥିଲେ ଓଡ଼ିଆ କଣ୍ଟେଣ୍ଟ କ୍ରିଏଟରସ,  ସୋସିଆଲ ମିଡିଆ ଇନଫ୍ଲୁଏନ୍ସ। ଓଡ଼ିଆ ଭାଷା, ସାହିତ୍ୟ, ପର୍ଯ୍ୟଟନ ସହ ଜାତୀୟ  ଶିକ୍ଷା  ନୀତି ଉପରେ ଚର୍ଚ୍ଚା ହୋଇଥିଲା।

ଦ୍ବିତୀୟ ଦିନରେ ୨ୟ ସେସନରେ ସାରସ୍ବତ ସମାବେଶରେ ଯୋଗ ଦେଇଥିଲେ ବହୁ ବିଶିଷ୍ଟ ଲେଖିକା, ସହିତ୍ୟକାରୀ, ଭାଷାପ୍ରେମୀ, ସଂସ୍କୃତି ଗବେଷକ ବୁଦ୍ଧିଜୀବୀ। ସାରସ୍ବତ ସମାବେଶର ଅଧକ୍ଷତା କରିଥିଲେ ଲେଖିକା ଡ଼ଃ ପ୍ରତିଭା ରାୟ। ଜାତୀୟ ଶିକ୍ଷାନୀତି, ଓଡ଼ିଶାର ସାହିତ୍ୟ, ପୁସ୍ତକ, ଅନେକ ଲେଖକ ମାନଙ୍କ ରଚିୟତ ବିଭିନ୍ନ ବହି ଓଡିଶା ପାଇଁ ଯେ କେତେ ଜରୁରୀ ସେ ନେଇ ସାଧାରଣ ଲୋକଙ୍କ ସହ ଚର୍ଚ୍ଚା ହୋଇଥିଲା।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Today is the last day of Odisha festival, Prime Minister Narendra Modi will attend | Argus News