Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସାଧାରଣ ନିର୍ବାଚନର ଆଜି ହେଉଛି ତୃତୀୟ ପର୍ଯ୍ୟାୟ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସାଧାରଣ ନିର୍ବାଚନର ଆଜି ହେଉଛି ତୃତୀୟ ପର୍ଯ୍ୟାୟ

ଅର୍ଗସ ବ୍ୟୁରୋ:  ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତର ମହାପର୍ବ ସାଧାରଣ ନିର୍ବାଚନର ଆଜି ହେଉଛି ତୃତୀୟ ପର୍ଯ୍ୟାୟ । ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟିଂ । ମୋଟ୍ 12 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ 94 ସିଟ୍ ପାଇଁ ହେଉଛି ଭୋଟିଂ । ଯାହା ମଧ୍ୟରେ ରହିଛି ଆସାମର ୪, ବିହାରର ୫, ଛତିଶଗଡ଼ର ୭, ଗୋଆର ୨, କର୍ଣ୍ଣାଟକର ୧୪,  ମଧ୍ୟପ୍ରଦେଶର ୯, ମହାରାଷ୍ଟ୍ରର ୧୧, ଉତ୍ତର ପ୍ରଦେଶର ୧୦, ପଶ୍ଚିମବଙ୍ଗର ୪, ଜମ୍ମୁ-କାଶ୍ମୀରର ୧, ଦାଦ୍ରା ନଗର ହାଭେଳି-ଡାମନ ଡିଉର ଗୋଟିଏ ଲେଖାଏଁ ଆସନ । ସେହିପରି ଗୁଜରାଟର ସମସ୍ତ ୨୬ଟି ଯାକ ଆସନରେ ଆସନରେ ବି ଆଜି ପଡ଼ିଥାନ୍ତା ଭୋଟ୍।

ମାତ୍ର ସୁରତରେ ବିରୋଧୀ ପ୍ରାର୍ଥୀ ନଥିବାରୁ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଇଥିବାରୁ ଏହି ଆସନକୁ ଛାଡ଼ି ଅନ୍ୟ ୨୫ଟି ଆସନରେ ଭୋଟିଂ ହେଉଛି। ସକାଳ ୭ଟାରୁ ସଂଧ୍ୟା 5ଟା ଯାଏଁ ଚାଲିବ ମତଦାନ। କେତେକ ସ୍ଥାନରେ ସଂଧ୍ୟା ୬ଟା ଯାଏଁ ଚାଲିବ ଭୋଟିଂ। ସେପଟେ ୯୪ ଆସନରେ 1331 ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।

ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is the third phase of general elections | Argus News