Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପୃଥିବୀ ଆମର ମା', ଆଉ ପ୍ରକୃତି ହେଉଛି ଆମର ଜୀବନ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ପୃଥିବୀ ଆମର ମା', ଆଉ ପ୍ରକୃତି ହେଉଛି ଆମର ଜୀବନ

Key Points

ପ୍ରକୃତି ବିନା ମାନବ ଜୀବନ ସମ୍ଭବ ନୁହେଁ

ବିଷ ବଳୟରେ ବଞ୍ଚିଛେ ଆମେ

ଜାଣନ୍ତୁ କେବେଠାରୁ ପାଳନ ହେଉଛି ବିଶ୍ବ ପରିବେଶ ଦିବସ ?

ଏ ଧରାପୃଷ୍ଠରେ ଜୀବନ ଧାରଣ ପାଇଁ ତଥା ଜୀବଜଗତ ବଞ୍ଚିରହିବା ପାଇଁ ସନ୍ତୁଳିତ ପରିବେଶ ଓ ସ୍ଵଚ୍ଛ ଜଳବାୟୁର ଆବଶ୍ୟକତା ରହିଛି। ହେଲେ ବର୍ତ୍ତମାନର ପରିବେଶ ସମ୍ପୂର୍ଣ୍ଣ ବିଷମୟ ହୋଇ ପଡ଼ିଛି। ପ୍ରଦୂଷଣ,ଜନସଂଖ୍ୟା ବୃଦ୍ଧି ,ଜଙ୍ଗଲକ୍ଷୟ, ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ୍ ୱାର୍ମିଙ୍ଗ୍ ହିଁ ଏହାର ମୂଳ କାରଣ। ସାରା ବିଶ୍ବ ପାଇଁ ବାୟୁ ପ୍ରଦୂଷଣ ଚିନ୍ତାର କାରଣ ପାଲଟିଛି। ତେବେ ସେଇ ପରିବେଶ ସୁରକ୍ଷା ଅଭିଯାନକୁ ବ୍ୟାପକ କରିବାକୁ ପ୍ରତିବର୍ଷ ଜୁନ୍ ୫ ତାରିଖରେ ପାଳିତ ହେଉଛି ବିଶ୍ବ ପରିବେଶ ଦିବସ।


ପରିବେଶ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବା ନିମନ୍ତେ ବିଶ୍ୱ ପରିବେଶ ଦିବସ ପାଳନ କରିବା ପାଇଁ ମିଳିତ ଜାତିସଂଘ ୧୯୭୨ ମସିହାରେ ଘୋଷଣା କରିଥିଲା। ଏହିଦିନ ମାନବୀୟ ପରିବେଶକୁ ନେଇ ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ବୈଠକ (United Nations Conference on the Human Environment) ବସିଥିଲା। ଏହା ୫ରୁ ୧୬ ଜୁନ ୧୯୭୨ ଯାଏ ଚାଲିଥିଲା। ଏହା ସଂଯୁକ୍ତ ରାଷ୍ଟ୍ରସଂଘର ଆସେମ୍ବ୍ଲି (United Nations General Assembly)ଦ୍ୱାରା ୧୯୭୨ରେ ପ୍ରତିଷ୍ଠା କରାଯାଇଥିଲା। ପ୍ରଥମ ବିଶ୍ୱ ପରିବେଶ ଦିବସ ୧୯୭୩ରେ ପାଳିତ ହୋଇଥିଲା। ଏହା ପରଠାରୁ ପ୍ରତିବର୍ଷ ଏକ ନୂଆ ବିଷୟବସ୍ତୁକୁ ନେଇ ପାଳନ କରା ଯାଇଥାଏ। ଏହି ଦିନ ଉତ୍ତର ଗୋଲାର୍ଦ୍ଧରେ ବସନ୍ତ ଋତୁଥାଏ ଓ ଦକ୍ଷିଣ ଗୋଲାର୍ଦ୍ଧରେ ବର୍ଷା ଋତୁ ଚାଲିଥାଏ।ବିଶ୍ୱର ପ୍ରାୟ ୧୪୩ଟି ରାଷ୍ଟ୍ରରେ ଏହି ଦିବସ ପାଳନ କରାଯାଇଥାଏ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଶେଷ କରି ବର୍ତ୍ତମାନ ଜଙ୍ଗଲକ୍ଷୟ ପରିବେଶ ପ୍ରଦୂଷଣର ଏକ ବଡ଼ କାରଣ ପାଲଟିଛି। ଆମଦେଶରେ ଉଭୟ ରାଜ୍ୟ ଓ କେନ୍ଦ୍ରସରକାର ଏହାକୁ ରୋକିବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଉଦାହରଣ ଭାବେ ଯଦି ମୟୁରଭଞ୍ଜ ଜିଲାକୁ ନେବା ପୂର୍ବ ସରକାର ଅପେକ୍ଷା ବର୍ତ୍ତମାନର ସରକାର ଏହାର ସୁରକ୍ଷା ପାଇଁ ସ୍ବତନ୍ତ୍ର ଧ୍ୟାନ ଦେଇଛନ୍ତି । ନିକଟରେ ପରିବେଶ ଚକ୍ରକୁ ସୁରକ୍ଷା ଦେବାପାଇଁ ବାଘବଂଶ ବୃଦ୍ଧି ଯୋଜନା ହାତକୁ ନିଆଯାଇଛି । କଳାବାଘ ଙ୍କ ଜେନେଟିକ୍ ଚେଞ୍ଜ ପାଇଁ ମହାରଷ୍ଟ୍ର ତଡାଓ୍ବା ଅନ୍ଧେରୀ ଅଭୟାରଣ୍ୟ ରୁ ଜମୁନା ଓ ଜିନ୍ନତ ନାମକ ୨ବାଘୁଣୀ ଶିମିଳିପାଳକୁ ଅଣାଯାଇଛି। ଏହାଛଡା ନିକଟରେ ସରକାର ଶିମିଳିପାଳ କୁ ଜାତୀୟ ଉଦ୍ୟାନର ମାନ୍ୟତା ମଧ୍ୟ ଦେଇଛନ୍ତି ।


ଏହାଦ୍ବାରା ଶିମିଳିପାଳରେ ବନ୍ୟଜନ୍ତୁ ସହ ସବୁଜ ବନାନୀ ଅଧିକ ସୁରକ୍ଷିତ ହେବ ଏବଂ ପରିବେଶ ସନ୍ତୁଳନରେ ବିଶେଷ ଭୂମିକା ଗ୍ରହଣ କରିବ ବୋଲି ମତପ୍ରକାଶ ପାଇଛି। ପୃଥିବୀ ଆମର ମା', ଆଉ ପ୍ରକୃତି ହେଉଛି ଆମର ଜୀବନ। ପ୍ରକୃତି ବିନା ମାନବ ଜୀବନ ସମ୍ଭବ ନୁହେଁ, କିନ୍ତୁ ଏହା ସତ୍ତ୍ବେ ଆମେ ପରିବେଶକୁ କ୍ଷତି ପହଞ୍ଚାଉଛୁ ଓ ବିକାଶ, ଆଧୁନିକତାର ଦୌଡ଼ରେ ଦିନକୁ ଦିନ ପ୍ରକୃତିଠାରୁ ଦୂରେଇ ଯାଉଛୁ। ଆଜି ଅନେକ ସହରରେ ଅଳିଆ ଆବର୍ଜନା ଓ ପ୍ରଦୂଷଣ ସ୍ତର ଏତେ ବୃଦ୍ଧି ପାଇଛି ଯେ ଶ୍ୱାସକ୍ରିୟା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ିଛି। ପରିବେଶ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ବ ନୁହେଁ ଜଣେ ସାଧାରଣ ନାଗରିକ ଭାବେ ଆମ ପରିବେଶ ସୁରକ୍ଷା ଆମ ଗୁରୁଦାୟିତ୍ବ। ଏଥିପାଇଁ ସରକାରଙ୍କ ସହ ଆମକୁ ମଧ୍ୟ ସହଯୋଗର ହାତ ବଢାଇବାକୁ ପଡିବ।

Sponsored
Today is World Environment Day | Argus News