Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଗାନ୍ଧୀଙ୍କ ତିରୋଧାନ ଦିବସରେ ସାରା ବିଶ୍ବ ପାଳୁଛି କୁଷ୍ଠ ରୋଗ ଦିବସ

National

ଗାନ୍ଧୀଙ୍କ ତିରୋଧାନ ଦିବସରେ ସାରା ବିଶ୍ବ ପାଳୁଛି କୁଷ୍ଠ ରୋଗ ଦିବସ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଗାନ୍ଧୀଙ୍କ ତିରୋଧାନ ଦିବସରେ ସାରା ବିଶ୍ବ ପାଳୁଛି କୁଷ୍ଠ ରୋଗ ଦିବସ

ଅର୍ଗସ ବ୍ୟୁରୋ :  ଆଜି ବିଶ୍ବ କୁଷ୍ଠ ରୋଗ ଦିବସ । କୁଷ୍ଠ ରୋଗ ଏକ ସ୍ଥାୟୀ ରୋଗ । ପ୍ରତିବର୍ଷ ଏହି ତାରିଖରେ ତଥା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ସାରା ବିଶ୍ବରେ ଏହି ଦିବସକୁ ପାଳନ କରାଯାଏ । ମହାତ୍ମା ଗାନ୍ଧି କୁଷ୍ଠ ରୋଗୀଙ୍କ ପ୍ରତି ସର୍ବଦା ଦୟାବାନ ରହିଥିଲେ ଏବଂ ଲୋକମାନଙ୍କ ମଧ୍ୟର ସଚେତନାତା ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଥିଲେ । ତେଣୁ ପ୍ରତିବର୍ଷ ତାଙ୍କ ତିରୋଧନ ଦିବସରେ ଏହି ଦିବସକୁ ପାଳନ କରାଯାଉଛି ।


ବର୍ତ୍ତମାନ ସମୟରେ ମଧ୍ୟ ଆମ ଦେଶରେ ଏହି ରୋଗ ବିଷୟରେ ନିରନ୍ତର ସଚେତନତା ସୃଷ୍ଟି କରିବା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ମଧ୍ୟ ଅନେକ ପ୍ରୟାସ କରାଯାଉଛି । ତେବେ ଚଳିତ ବର୍ଷର ଥିମ ରହିଛି, ମିଳିତ ହେବା, ପଦକ୍ଷେପ ନେବା ଓ ନିଶ୍ଚିହ୍ନ କରିବା । ପ୍ରତି ୧୦୦ଜଣ ଲୋକଙ୍କ ମଧ୍ୟରେ ଜଣେ କୁଷ୍ଠ ରୋଗୀ ଚିହ୍ନଟ ହୋଇଥାନ୍ତି । ସ୍ନାୟୁ, ଚର୍ମ, ଶ୍ବାସନଳୀ, ଚକ୍ଷୁ ଇତ୍ୟାଦିରେ ଏହି ରୋଗ ଗ୍ରାନୁଲୋମା ଆକାରରେ ଦେଖାଯାଇଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Today is World Leprosy Day | Argus News