Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ପହଲଗାମ ଆତଙ୍କୀ ହମଲାକୁ ପୁରିଲା ଏକ ମାସ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଆଜି ପହଲଗାମ ଆତଙ୍କୀ ହମଲାକୁ ପୁରିଲା ଏକ ମାସ

Key Points

ପହଲଗାମ ଆତଙ୍କୀ ହମଲାକୁ ପୁରିଲା ମାସେ

ଅପରେସନ ସିନ୍ଦୁରରେ ଭାରତକୁ ମିଳିଲା ବଡ଼ ସଫଳତା

ଆଜି ପହଲଗାମ ଆତଙ୍କୀ ହମଲାକୁ ପୁରିଲା ଏକ ମାସ । ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀର ପହଲଗାମର ବୈଶାରଣ ଘାଟିରେ ନରସଂହାରର କରିଥିଲେ ପାକିସ୍ତାନୀ ଆତଙ୍କବାଦୀ । ଧର୍ମ ପଚାରି ଜଣ ଜଣ କରି ୨୬ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ । ଘଟଣାର ଦିନକ ପରେ ଅର୍ଥାତ ଏପ୍ରିଲ ୨୪ ତାରିଖରେ ଆତଙ୍କବାଦୀଙ୍କୁ ଓ ଆତଙ୍କବାଦୀଙ୍କ ଆଶ୍ରୟଦାତା ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଥିଲେ, ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବୁ । ପ୍ରଥମେ କେନ୍ଦ୍ର ସରକାର ପାକିସ୍ତାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ପାକିସ୍ତାନକୁ ପାନେ ଦେବା ପାଇଁ ଭାରତ ସିନ୍ଧୁ ନଦୀ ଜଳ ଚୁକ୍ତି ବାତିଲ କରିଥିଲା ।


ଯାହା ଏବେବି କାଏମ ରହିଛି । ସେପଟେ ଆକ୍ରମଣର ଠିକ୍ ୧୫ ଦିନ ପରେ ଅର୍ଥାତ୍ ମେ ୭ ତାରିଖ ରାତିରେ ପହଲଗାମର ପ୍ରତିଶୋଧ ନେଲା ଭାରତ । ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ଥିବା ୯ଟି ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ବଂସ କଲେ ଭାରତୀୟ ସେନା । ସୀମା ପାର ନ କରି ଆତଙ୍କବାଦୀଙ୍କୁ ଦିଆଗଲା ମୁହଁତୋଡ଼ ଜବାବ । ଏଥିରେ ଶତାଧିକ ଆତଙ୍କବାଦୀ ନିପାତ ହେଲେ । ଏଥି ସହ ଭାରତ ସରକାରଙ୍କ ତରଫରୁ ପାକିସ୍ତାନକୁ ସୂଚନା ଦିଆଗଲା, ଯେ ଭାରତ କେବଳ ଆତଙ୍କବାଦୀଙ୍କୁ ମାରିଛି । ଆତଙ୍କବାଦୀଙ୍କ ଆଡ୍ଡା ଉପରେ ହିଁ ଆକ୍ରମଣ କରିଛି । କିନ୍ତୁ ପାକିସ୍ତାନ ଆତଙ୍କବାଦୀ ଉପରେ ହୋଇଥିବା ଆକ୍ରମଣକୁ ପାକିସ୍ତାନୀ ସେନା ନିଜ ଦେଶ ଉପରେ ଆକ୍ରମଣ ହୋଇଥିବା କହି ଭାରତର ସାଧାରଣ ଜନବସତି ଓ ସାମରିକ ଠିକଣାକୁ ଟାର୍ଗେଟ କରିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଶହ ଶହ ଡ୍ରୋନ ଓ କ୍ଷେପଣାସ୍ତ୍ର ମାଡ଼ କରି ଭାରତର ବଡ଼ କ୍ଷତି କରିବାକୁ ଚେଷ୍ଟା କରିଥିଲା । ଏହାର କଡ଼ା ଜବାବ ଦେଇଥିଲା ଭରତୀୟ ସେନା । ଭାରତର ଡ୍ରୋନ ଓ ମିସାଇଲ ଆକ୍ରମଣରେରେ ପାକିସ୍ତାନର ବହୁ ଗୁରୁତ୍ବପୁର୍ଣ୍ଣ ଏୟାର ବେସ୍ ଓ ସାମରିକ ଠିକଣା ବହୁ ଭାବେ କ୍ଷତିଗ୍ରସ୍ତ ହେଲା । ପାକିସ୍ତାନର ୪୦ରୁ ଅଧିକ ଜବାନ ବି ନିହତ ହେଲେ । ଭାରତର ଆକ୍ରମଣରେ ଭୟଭିତ ପାକିସ୍ତାନ ନିଜକୁ ବଞ୍ଚାଇବା ପାଇଁ ବିଶ୍ବ ସମୁଦାୟର ଶରଣ ନେଇଥିଲା । ଭାରତର ଡିଜିଏମଓଙ୍କୁ ଫୋନ କରି ଅସ୍ତ୍ର ବିରତି ପାଇଁ ଅନୁରୋଧ କଲେ ପାକିସ୍ତାନର ଡିଜିଏମଓ । ଏହା ଭିତରେ ଏକ ମାସ ବିତିଯାଇଛି । ନରସଂହାରର ସଂପୃକ୍ତ ଆତଙ୍କବାଦୀଙ୍କ ବିଷୟରେ ସଠିକ୍ ସନ୍ଧାନ ମିଳିପାରି ନାହିଁ । ସେମାନଙ୍କୁ ଧରିବା ପାଇଁ ଏବେ ବି ଭାରତୀୟ ସେନା କାଶ୍ମୀର ଘାଟିରେ ଅପରେସନ ଜାରି ରଖିଛି ।

Sponsored
today-marks-one-month-since-the-pahalgam-terror-attack | Argus News