Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନୀତିଶଙ୍କ ପାଇଁ ଆଜି ସାରା ଦେଶର ମୁଣ୍ଡ ତଳକୁ ନଇଁଯାଇଛି

National

ନୀତିଶଙ୍କ ପାଇଁ ଆଜି ସାରା ଦେଶର ମୁଣ୍ଡ ତଳକୁ ନଇଁଯାଇଛି

Ritu Das
Browse all articles by Ritu Das
·2 years ago·2 min read
ନୀତିଶଙ୍କ ପାଇଁ ଆଜି ସାରା ଦେଶର ମୁଣ୍ଡ ତଳକୁ ନଇଁଯାଇଛି

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ସରଗରମ ହୋଇଛି। ବିଧାନସଭାର ଶୀତକାଳୀନ ଅଧିବେଶନରେ ବିହାରର ଜନ୍ମହାର ୪.୨%ରୁ ୨.୯%କୁ କେମିତି ଖସିଲା। ତାର ଉତ୍ତର ରଖିଥିବାବେଳେ ନୀତିଶ ଅଶ୍ଲୀଳ ଶବ୍ଦର ପ୍ରୟୋଗ କରିବାସହ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଝିଅମାନେ ଶିକ୍ଷିତ ହେବା ଦରକାର ବୋଲି କହିଥିଲେ। ଏହାଦ୍ବାରା ବିବାହ ପରେ ସେ ତାଙ୍କ ସ୍ବାମୀଙ୍କୁ ଛୁଆ କରିବାବେଳେ ବୁଝାଇପାରିବେ। ଏହାକୁ ବିଜେପି ଓ ଜାତୀୟ ମହିଳା କମିଶନ ଅଧ୍ୟକ୍ଷ ରେଖା ଶର୍ମା ମଧ୍ୟ ବିରୋଧ କରିଥିଲେ। ମନ୍ତବ୍ୟକୁ ନେଇ ବିବାଦ ବଢ଼ିବା ପରେ ଶେଷରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କ୍ଷମା ମାଗିଛନ୍ତି। ସେପଟେ ବିହାରରେ ବିଜେପି ବି ନୀତିଶ କୁମାରଙ୍କୁ ଘେରିଛି ।

ତେବେ ବିକ୍ଷୋଭ ହେବାପରେ ନୀତିଶ କହିଛନ୍ତି ଯଦି ମୋ କଥାରେ କାହାକୁ ଆଘାତ ଲାଗିଛି। ତାହାଲେ ମୁଁ ମୋ କଥା ଫେରାଇ ନେଉଛି। ମୁଁ ମୋ ମନ୍ତବ୍ୟକୁ ନେଇ ଲଜ୍ଜିତ। ଆମେ ମହିଳାମାନଙ୍କ ସ୍ବାର୍ଥରେ କାର୍ଯ୍ୟ କରିଆସୁଛୁ। ମହିଳାମାନଙ୍କ ଶିକ୍ଷା ଯୋଗୁ ଜନସଂଖ୍ୟା କିପରି ହ୍ରାସ ପାଉଛି ତାହା ମୁଁ କହିବାକୁ ଚାହୁଁଥିଲି। ଯଦି ମୁଁ କୌଣସି ଭୂଲ କରିଛି ତେବେ ଏଥିପାଇଁ କ୍ଷମା ପ୍ରାର୍ଥନା କରିଛି। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ନାରୀ ସଶକ୍ତିକରଣ ପ୍ରତି ଧ୍ୟାନ ଦିଆଯାଉଥିବାବେଳେ ନିର୍ବାଚନରେ ୩୩ ପ୍ରତିଶତ ମହିଳା ପାରିତ ବିଲ ହୋଇଛି। ଯାହାକୁ ନୀତିଶ ମଧ୍ୟ ସମର୍ଥନ କରିଥିଲେ କିନ୍ତୁ ଦୁଃଖର ବିଷୟ ଆଜି ସେହି ନୀତିଶ କୋଟି କୋଟି ମହିଳାଙ୍କ ମୁଣ୍ଡକୁ ତଳକୁ କରିଦେଇଛନ୍ତି। ତେବେ ଏନେଇ ଇଣ୍ଡିଆ ଆଲେନ୍ସର ବଡ଼ ବଡ଼ ନେତାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ତେବେ କୁଆଡେ ଗଲେ ପ୍ରିୟଙ୍କା ଗାନ୍ଧି ? କୁଆଡ଼େ ଗଲେ ରାହୁଲ ଗାନ୍ଧି ? କୁଆଡ଼େ ଗଲେ ବିରୋଧୀ ମେଣ୍ଟର ଅନ୍ୟ ନେତା ? ମିଜୋରାମ ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଦଳ ଓ ନେତା ନୀତୀଶଙ୍କ ବୟାନ ବେଳେ କୁଆଡ଼େ ଯାଇଛନ୍ତି ? ଏ ପ୍ରସଙ୍ଗରେ ଧାଡ଼ିଟିଏ ବି କଣ କହିବାକୁ ସେମାନଙ୍କର ହିମ୍ମତ ନାହିଁ ?

ଅଧିକ ପଢ଼ନ୍ତୁ ଭାରତ ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today, the whole | Argus News