Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ୨୪ର ନିର୍ବାଚନୀ ମୈଦାନ ତୈୟାର୍, ଆସନ୍ତା କାଲି ହେବ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ

National

୨୪ର ନିର୍ବାଚନୀ ମୈଦାନ ତୈୟାର୍, ଆସନ୍ତା କାଲି ହେବ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ

Banajyotshna Ray
Browse all articles by Banajyotshna Ray
·2 years ago
୨୪ର ନିର୍ବାଚନୀ ମୈଦାନ ତୈୟାର୍,  ଆସନ୍ତା କାଲି ହେବ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ

ଅର୍ଗସ ବ୍ୟୁରୋ:  ଦିନକ ପରେ ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । 24ର ନିର୍ବାଚନୀ ମୈଦାନ ତୈୟାର୍ । ଆସନ୍ତା କାଲି ହେବ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ । ୧୦୨ ଲୋକସଭା ଆସନରେ ମନପସନ୍ଦର ପ୍ରାର୍ଥୀ ବାଛିବେ ମତଦାତା । ଏହାରି ଭିତରେ ପ୍ରମୁଖ ଆସନ ହେଉଛି, ଉତ୍ତରପ୍ରଦେଶର ସାହାରନପୁର, ରାମପୁର, ପିଲିଭିଟ୍, ମୁଜାଫରନଗର, ଆସାମର ଦିବ୍ରୁଗଡ଼ ଏବଂ ସୋନିତପୁର, ଛତିଶଗଡ଼ର ବସ୍ତର୍, ବିହାରର ଜାମୁଇ ଏବଂ ଗୟା, ଜାମ୍ମୁ କାଶ୍ମୀରର ଉଦମପୁର ।

ନିର୍ବାଚନ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ହେବା ସହ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ବିଶେଷ କରି ମାଓପ୍ରଭାବିତ ଅଞ୍ଚଳରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପୋଲିଂ ଅଧିକାରୀ ମାନଙ୍କୁ ହେଲିକପ୍ଟରରେ ନିର୍ଦ୍ଧାରିତ ପୋଲିଂ ସେଣ୍ଟରକୁ ନିଆଯାଇଛି । ଗତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରିଛି ।

ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Tomorrow will be the first phase of voting in the country | Argus News