ଦେଶର ଶ୍ରେଷ୍ଠ ୧୦ କୋଟିପତି ମହିଳା , ଜାଣନ୍ତୁ କେତେ ସେମାନଙ୍କ ସମ୍ପତ୍ତି..

ଅର୍ଗସ ବ୍ୟୁରୋ : ଅର୍ଥନୀତି କ୍ଷେତ୍ରରେ ଭାରତ ବିଶ୍ବରେ ପଞ୍ଚମ ସ୍ଥାନରେ ପହଞ୍ଚିଛି । ୨୦୩୦ ସୁଦ୍ଧା ତୃତୀୟ ସ୍ଥାନରେ ପହଞ୍ଚିବା ନେଇ ଚର୍ଚ୍ଚା ହେଉଛି । ତେବେ ଯଦି ମହିଳାଙ୍କ କଥା ଦେଖାଯାଏ, ତେବେ ଅନ୍ୟ ଦେଶ ଅପେକ୍ଷା ଭାରତରେ ମହିଳା କୋଟିପତି ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସିଟି ଇଣ୍ଡେକ୍ସର ରିପୋର୍ଟ ଅନୁଯାୟୀ ବିଶ୍ବରେ ଅଧିକ ମହିଳା କୋଟିପତି ଥିବା ଦେଶମାନଙ୍କ ଭିତରୁ ଭାରତର ସ୍ଥାନ ପଞ୍ଚମରେ ରହିଛି ।
ତେବେ ଭାରତର ଶ୍ରେଷ୍ଠ ଧନୀ ମହିଳାମାନଙ୍କ ଭିତରେ ପ୍ରଥମରେ ଆସୁଛନ୍ତି, ସାବିତ୍ରୀ ଜିନ୍ଦଲ । ଯିଏ ପୂର୍ବ ବର୍ଷରୁ ହିଁ ନିଜର ସ୍ଥାନ ବଜାୟ ରଖିଛନ୍ତି । ଚଳିତବର୍ଷ ମଧ୍ୟ ଭାରତର ସବୁଠୁ ଧନୀ ମହିଳାଭାବେ ପ୍ରଥମରେ ସ୍ଥାନ ପାଇଛନ୍ତି । ତାଙ୍କର ମୋଟ ସମ୍ପତ୍ତି ୩୮.୫ ବିଲିୟନ ।ସାବିତ୍ରୀ ଜିନ୍ଦଲ ଫୋର୍ବସ ଇଣ୍ଡିଆ ଲିଷ୍ଟରେ ଆନ୍ତର୍ଜାତୀୟ ସ୍ତରରେ ୫୨ ରାଙ୍କରେ ଅଛନ୍ତି ।
ରେଖା ଝୁନଝୁନୱାଲା ।ସେ ଭାରତର ଶ୍ରେଷ୍ଠ ମହିଳା କୋଟିପତି ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ତାଙ୍କର ସମୁଦାୟ ସମ୍ପତ୍ତି ୮.୭ ବିଲିୟନ । ଆନ୍ତର୍ଜାତୀୟ ଫୋର୍ବସ ତାଲିକାରେ ସେ ୩୫୬ ରାଙ୍କରେ ରହିଛନ୍ତି ।
ଲ୍ୟାଣ୍ଡମାର୍କ ଗ୍ରୁପର ସିଇଓ ରେଣୁକା ଜାଗ୍ତିଆନି ଭାରତ କୋଟିପତି ମହିଳାଙ୍କ ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି । ମୋଟ ସମୁଦାୟ ସମ୍ପତ୍ତି ତାଙ୍କର ୫.୬ ବିଲିଅନ । ସେହିପରି ଫୋର୍ବସ ତାଲିକାରେ ତାଙ୍କର ସ୍ଥାନ ୫୯୨ ରେ ରହିଛି ।
ସେହିପରି ଶ୍ରେଷ୍ଠ ଧନୀ ମହିଳା ଭାବେ ଜୋହୋ କର୍ପର ସହ ପ୍ରତିଷ୍ଠାତା ରାଧା ଭେମ୍ପୁ ଭାରତୀୟ ଧନୀ ମହିଳାମାନଙ୍କ ଭିତରେ ଫୋର୍ବସ ପତ୍ରିକାରେ ସପ୍ତମ ସ୍ଥାନରେ ରହିଛନ୍ତି । ପୂର୍ବରୁ ସେ ୯ମ ସ୍ଥାନରେ ରହିଥିବା ବେଳେ ଏବେ ସପ୍ତମ ସ୍ଥାନରେ ରହିଛନ୍ତି । ଯଦି ତାଙ୍କ ସମ୍ପତ୍ତି କଥା ଦେଖାଯାଏ, ତେବେ ତାଙ୍କର ମୋଟ ସମ୍ପତ୍ତି ୩.୨ ବିଲିୟନ ଅଟେ ।
ନାଏକାର ସହ ପ୍ରତିଷ୍ଠାତା ଫାଲଗୁନୀ ନାୟାର ମଧ୍ୟ ଧନୀ ମହିଳାଭାବେ ଫୋର୍ବସ ପତ୍ରିକାରେ ସ୍ଥାନ ପାଇଛନ୍ତି । ପୂର୍ବରୁ ବ୍ୟାଙ୍କର ଥିବା ଏହି ମହିଳାଙ୍କ ଭାଗ୍ୟ ୨୦୨୧ ରେ ପରିବର୍ତ୍ତନ ହୋଇଥିଲା ।
ଏହାପରେ ସେ ଭାରତର ସବୁଠୁ ଧନୀ ମହିଳା ଏବଂ କୋଟିପତି ମହିଳା ଭାବେ ସ୍ଥାନ ଦେଇଥିଲା । ୨୦୨୫ରେ ଫୋର୍ବସ ପତ୍ରିକାରେ ସ୍ଥାନ ପାଇଛନ୍ତି ।
ଦେଶରେ ମହିଳାମାନେ ବର୍ତ୍ତମାନ ସମସ୍ତ କ୍ଷେତ୍ରରେ ବେଶ ଉନ୍ନତି କରୁଛନ୍ତି । ସମାଜର ସବୁ ପ୍ରତିବନ୍ଧକକୁ ପାର କରି ସେମାନେ ନିଜ ସ୍ବପ୍ନ କରିବାରେ ସକ୍ଷମ ହୋଇ ପାରିଛନ୍ତି ।