Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ବଡ଼ ମାଓ ବିରୋଧୀ ଅପରେସନ

National

ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ବଡ଼ ମାଓ ବିରୋଧୀ ଅପରେସନ

Banajyotshna Ray
Browse all articles by Banajyotshna Ray
·12 months ago·2 min read
ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ବଡ଼ ମାଓ ବିରୋଧୀ ଅପରେସନ

Key Points

ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ବଡ଼ ମାଓ ବିରୋଧୀ ଅପରେସନ
ପୁଣି ନିପାତ ହେଲେ 27 ଜଣ ନକ୍ସଲ
ଟଳିଲା ଦେଢ଼ କୋଟି ପୁରସ୍କାର ଥିବା ମାଓବାଦୀ ନାମ୍ବାଲା କେଶବ ରାଓ ଓରଫ ବାସବରାଜ
ପ୍ରଥମ ଥର ଗଡ଼ିଲା ମାଓ ସଂଗଠନର ମୁଖିଆ, ସିପିଆଇ ମାଓ ସଂଗଠନର ମହାସଚିବର ମୁଣ୍ଡ
ନକ୍ସଲ ବିରୋଧୀ ଲଢ଼େଇରେ ମାଇଲ୍ ଖୁଣ୍ଟ ବୋଲି କହିଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ
ପୁଣି ଦୋହରାଇଲେ ଅମିତ୍ ଶାହ, 2026 ମାର୍ଚ୍ଚ 31 ସୁଦ୍ଧା ଦେଶରୁ ମୂଳୋତ୍ପାଟନ ହେବ ମାଓବାଦ

ମାଓ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀକୁ ମିଳିଛି ବଡ଼ ସଫଳତା । ଛତିଶଗଡ଼ ନାରାୟଣପୁର ଜିଲ୍ଲା ଅବୁଝମାଡ଼ ଜଙ୍ଗଲରେ ହୋଇଛି ବଡ଼ ଧରଣର ମାଓ ଏନ୍‌କାଉଣ୍ଟର । ଏଥିରେ 27 ଜଣ ମାଓବାଦୀ ନିପାତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛି ମାଓବାଦୀ ସିପିଆଇ ମାଓ ସଂଗଠନର ସାଧାରଣ ସମ୍ପାଦକ ନାମ୍ବାଲା କେଶବ ରାଓ ଓରଫ ବାସବରାଜ୍ । ବହୁ ଜଘନ୍ୟ ମାଓ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ, NIAର ମୋଷ୍ଟ ୱାଣ୍ଟେଡ୍ । ଯାହାକୁ ଧରାଇ ଦେବା ପାଇଁ ଘୋଷଣା ହୋଇଥିଲା ଦେଢ଼ କୋଟି ଟଙ୍କାର ପୁରସ୍କାର । ବାସବରାଜ ଥିଲା ମାଓ ସଂଗଠନର ଶୀର୍ଷ ନେତା, ନକ୍ସଲ ଅଭିଯାନର ଅନ୍ୟତମ ମେରୁଦଣ୍ଡ ।


ଲକ୍ସଲ ବିରୋଧୀ ଲଢ଼େଇର ତିନି ଦଶନ୍ଧିର ଇତିହାସରେ ପ୍ରଥମ ଥର ଜଣେ ମହାସଚିବ ରାଙ୍କର ନେତାକୁ ନିପାତ କରିଛନ୍ତି ସୁରକ୍ଷା ବାହିନୀ। ଏହି ଉଲ୍ଲେଖନୀୟ ସଫଳତା ପାଇଁ ସୁରକ୍ଷା ବାହିନୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ମାଓବାଦକୁ ସମୂଳେ ନାଶ କରିବାକୁ ବଦ୍ଧ ପରିକର ଆମ ସରକାର। ନକ୍ସଲ ନିପାତ ଲଢ଼େଇରେ ଏହାକୁ ଏକ ମାଇଲ୍ ଖୁଣ୍ଟ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। ଛତିଶଗଡ଼ର ନାରାୟଣପୁର, ଦନ୍ତେୱାଡା, ବିଜାପୁର ଓ କୋଣ୍ଡାଗାଁରେ ବ୍ୟାପ୍ତ ଅବୁଝମାଡ଼ ଜଙ୍ଗଲରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ, DRG ଯବାନ ଓ ଛତିଶଗଡ଼ ପୋଲିସର ମିଳିତ ଅପରେସନରେ ଏହି ବଡ଼ ସଫଳତା ମିଳିଥିବାବେଳେ ଏନକାଉଣ୍ଟର ସ୍ଥଳରୁ ak47 ସମେତ ବହୁ ଗୁଳିଗୋଳା, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଆହୁରି କହିଛନ୍ତି ଛତିଶଗଡ଼, ତେଲେଙ୍ଗାନା ଓ ମହାରାଷ୍ଟ୍ରରେ ଚାଲିଥିବା ଅପରେସନ ବ୍ଲାକ୍ ଫରେଷ୍ଟରେ 54 ଜଣ ନକ୍ସଲ ଗିରଫ ହୋଇଥିବାବେଳେ 84 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଅମିତ୍ ଶାହ ପୁଣି କରିଛନ୍ତି ଦୃଢ଼ୋକ୍ତି 2026 ମାର୍ଚ୍ଚ 31 ସୁଦ୍ଧା ଦେଶରୁ ମୂଳୋତ୍ପାଟନ ହେବ ମାଓବାଦ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
top-maoist-leader-basava-raju-among-27-killed-in-encounter-with-security-forces-in-chhattisgarh | Argus News