ଟପ୍ ମୋଷ୍ଟ ମାଓବାଦୀ ହିଡ଼ମାର କଂକ୍ରିଟ ଓ ଇଟାରେ ନିର୍ମିତ ବଙ୍କର୍ ଠାବ
·1 year ago

ଛତିଶଗଡ଼ ବିଜାପୁରରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା। ମିଳିଲା ଟପ୍ ମୋଷ୍ଟ ମାଓବାଦୀ ହିଡ଼ମାର କଂକ୍ରିଟ ଓ ଇଟାରେ ନିର୍ମିତ ବଙ୍କର୍ ଠାବ। ଟପ୍ ମାଓ ନେତାର କ୍ୟାମ୍ପ ଉପରେ ସୁରକ୍ଷା ବାହିନୀଙ୍କ ଚଢ଼ାଉ।
ଛତିଶଗଡ଼ ବିଜାପୁରରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ।ମିଳିଲା ଟପ୍ ମାଓ ନେତା ହିଡ଼ମାର ବଙ୍କର । ହିଡ଼ମାର କ୍ୟାମ୍ପ ଉପରେ ଚଢ଼ାଉ କରିଛନ୍ତ ସୁରକ୍ଷା ବାହିନୀ । କଂକ୍ରିଟ ଓ ଇଟାରେ ନିର୍ମିତ ବଙ୍କର ଯେଉଁଠାରେ ୧ କୋଟି ଇନାମୀ ନକ୍ସଲ ହିଡ଼ମାର ବାସସ୍ଥଳୀ ଥିଲା ତାକୁ ଖୋଜି ବାହାର କରିଛନ୍ତି ସୁରକ୍ଷା ବାହିନୀ।
ସୁକମା ଓ ବିଜାପୁର ସୀମାନ୍ତରେ ନକ୍ସଲଙ୍କ ବାଟାଲିୟନ ନମ୍ବର ୧ର ମୁଖ୍ୟ ହିଡ଼ମାର ବଙ୍କର ଠାବ କଲେ ସୁରକ୍ଷା ବାହିନୀ । ଇତିହାସରେ ପ୍ରଥମ ଥର ପାଇଁ କଂକ୍ରିଟ ଓ ଇଟାରେ ନିର୍ମିତ ମାଓ ବଙ୍କରକୁ ଠାବ କରିଛନ୍ତି ସୁରକ୍ଷା ବାହିନୀ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: