|
logo
Live

Argus News - କେମିତି ହେବ ବଜେଟ୍‌, ଏହି ଦେଶର ଟପ୍‌ ଅଧିକାରୀ ସବୁ ଜାଣିଛନ୍ତି...

National

Budget Preparation / କେମିତି ହେବ ବଜେଟ୍‌, ଏହି ଦେଶର ଟପ୍‌ ଅଧିକାରୀ ସବୁ ଜାଣିଛନ୍ତି...

Banajyotshna Ray
Browse all articles by Banajyotshna Ray
·2 months ago·2 min read
କେମିତି ହେବ ବଜେଟ୍‌, ଏହି ଦେଶର ଟପ୍‌ ଅଧିକାରୀ ସବୁ ଜାଣିଛନ୍ତି...
Budget Preparation

Key Points

ବଜେଟ୍ ପ୍ରସ୍ତୁତିରେ ଅର୍ଥମନ୍ତ୍ରୀଙ୍କୁ ସାହାର୍ଯ୍ୟ କରୁଛନ୍ତି ଏହି ଦେଶର ଟପ୍ ଅଧିକାରୀ
ଜାଣନ୍ତୁ କଣ ରହିଛି ସେମାନଙ୍କ ଭୂମିକା

ଆସନ୍ତା ବଜେଟ୍‌ ଉପରେ ସମସ୍ତଙ୍କ ନଜର ରହିଛି। ମୋଦୀ ସରକାରଙ୍କ ତୃତୀୟ କାଳର ତୃତୀୟ ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଫେବୃଆରୀ ୧ରେ ୯ମ ଥର ବଜେଟ୍ ଉପସ୍ଥାପନ କରିବେ । ଯାହା ଦେଶର ଆର୍ଥିକ ଦିଗନିର୍ଦ୍ଦେଶ ନିର୍ଦ୍ଧାରଣରେ ମୁଖ୍ୟ ଭୂମିକା ନେଉଛନ୍ତି । ୭.୪ ପ୍ରତିଶତ ବୃଦ୍ଧି ହାର ଓ ଅନିଶ୍ଚିତ ବିଶ୍ୱ ଭୌଗୋଳିକ-ରାଜନୈତିକ ପରିବେଶ ମଧ୍ୟରେ ସେ ଏହି ବଜେଟ୍ ଉପସ୍ଥାପନ କରିବେ । ଏହି ବଜେଟ୍ ପ୍ରସ୍ତୁତିରେ ଅର୍ଥମନ୍ତ୍ରୀଙ୍କ ସହ ଏକ ଅନୁଭବୀ ଓ ଶକ୍ତିଶାଳୀ ଟିମ୍ କାମ କରୁଛି ।

ଅନୁରାଧା ଠାକୁର ଏହି ବଜେଟ୍‌ର ମୁଖ୍ୟ । ସମ୍ପଦ ବଣ୍ଟନ ଓ ୨୦୨୬-୨୭ ପାଇଁ ମାକ୍ରୋ ଆର୍ଥିକ ଢାଞ୍ଚା ତିଆରି କରିବା ତାଙ୍କର ମୁଖ୍ୟ ଦାୟିତ୍ୱ। ୧୯୯୪ ବ୍ୟାଚ୍‌ର ହିମାଚଲ ପ୍ରଦେଶ କ୍ୟାଡର IAS ଅଧିକାରୀ ଠାକୁର ୧ ଜୁଲାଇ ୨୦୨୫ରେ ଏହି ପଦ ଗ୍ରହଣ କରିଥିଲେ। ସେ ଏହି ବିଭାଗର ନେତୃତ୍ୱ କରୁଥିବା ପ୍ରଥମ ମହିଳା IAS ଅଧିକାରୀ।କେ. ମୋସେସ୍ ଚାଲାଇ (ସାର୍ବଜନିକ ଉଦ୍ୟମ ବିଭାଗ ସଚିବ): ସେ ଚୟନିତ PSU ମାନଙ୍କର କ୍ୟାପିଟାଲ୍ ଏକ୍ସପେଣ୍ଡିଚର୍, ବଜେଟ୍ ବ୍ୟବହାର ଓ ଆସେଟ୍ ମୋନେଟାଇଜେସନ୍‌ର ନିରୀକ୍ଷଣ କରନ୍ତି। ସରକାରୀ କମ୍ପାନୀମାନଙ୍କର ସମଗ୍ର ଆର୍ଥିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ତାଙ୍କ ବିଭାଗ ନଜର ରଖେ। ମୁଖ୍ୟ ଆର୍ଥିକ ପରାମର୍ଶଦାତାଙ୍କ କାର୍ଯ୍ୟାଳୟ ବଜେଟ୍ ପାଇଁ ମୁଖ୍ୟ ଆର୍ଥିକ ଇନ୍‌ପୁଟ୍ ଦେଇଥାଏ। ଆର୍ଥିକ ବୃଦ୍ଧିର ପୂର୍ବାନୁମାନ, କୃଷି-ଉଦ୍ୟୋଗ-ସେବା କ୍ଷେତ୍ରର ବିଶ୍ଳେଷଣ ଇତ୍ୟାଦିର ମୂଲ୍ୟାଙ୍କନ ଏହାର ମୁଖ୍ୟ କାମ।

ଅରବିନ୍ଦ ଶ୍ରୀବାସ୍ତବ (ରାଜସ୍ୱ ସଚିବ): ରାଜସ୍ୱ ସଚିବ ଭାବେ ଅରବିନ୍ଦ ଶ୍ରୀବାସ୍ତବ ବଜେଟ୍‌ର ଟ୍ୟାକ୍ସ ପ୍ରସ୍ତାବ (ଭାଗ-B) ଦାୟିତ୍ଵରେ ଅଛନ୍ତି । ଆୟକର, କର୍ପୋରେଟ୍ ଟ୍ୟାକ୍ସ, GST ଓ କଷ୍ଟମ୍‌ସ ସମ୍ପର୍କିତ ପ୍ରସ୍ତାବ ତାଙ୍କ ବିଭାଗ ଦେଖେ। ରାଜସ୍ୱ ସଚିବ ଭାବେ ଏହା ତାଙ୍କର ପ୍ରଥମ ବଜେଟ୍ ହେଲେ ମଧ୍ୟ, ପୂର୍ବରୁ ସେ ବଜେଟ୍ ବିଭାଗର ଯୁକ୍ତ ସଚିବ ଭାବେ କାମ କରିଥିଲେ।

ଭୁମଲୁନମାଙ୍ଗ ୱୁଆଲନାମ (ବ୍ୟୟ ସଚିବ): ‘ଖଜାନାର ସଂରକ୍ଷକ’ ଭାବେ ପରିଚିତ ୱୁଆଲନାମ ସରକାରୀ ଖର୍ଚ୍ଚ, ସବସିଡି ତର୍କସଙ୍ଗତ କରିବା ଓ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟାନ୍ୱୟନ ନିରୀକ୍ଷଣ କରନ୍ତି। ରାଜକୋଷୀୟ କ୍ଷତି ନିୟନ୍ତ୍ରଣ ଓ ଆଗାମୀ ଆର୍ଥିକ ବର୍ଷ ପାଇଁ ମାର୍ଗଦର୍ଶନ ତାଙ୍କ ବିଭାଗର ମୁଖ୍ୟ କାର୍ଯ୍ୟ।

ଏମ୍. ନାଗରାଜୁ (ଆର୍ଥିକ ସେବା ସଚିବ): ଆର୍ଥିକ ସେବା ବିଭାଗ ସରକାରଙ୍କର ଆର୍ଥିକ ସମାବେଶ, ସାମାଜିକ ସୁରକ୍ଷା ଯୋଜନା ଓ ସାର୍ବଜନିକ କ୍ଷେତ୍ର ବ୍ୟାଙ୍କମାନଙ୍କ ଆର୍ଥିକ ସ୍ଥିତି ନିରୀକ୍ଷଣ କରେ। ଋଣ ବୃଦ୍ଧି, ଡିଜିଟାଲାଇଜେସନ୍ ଓ ପେନ୍‌ସନ୍ ଯୋଜନା ମାଧ୍ୟମରେ ସରକାରଙ୍କ ଆର୍ଥିକ ଏଜେଣ୍ଡାକୁ ଏହି ବିଭାଗ ଆଗକୁ ବଢ଼ାଏ।

ଅଧିକ ପଢ଼ନ୍ତୁ ଦେଶ ଖବର:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Budget Preparation: କେମିତି ହେବ ବଜେଟ୍‌, ଏହି ଦେଶର ଟପ୍‌ ଅଧିକାରୀ ସବୁ ଜାଣିଛନ୍ତି... | Argus News