Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏତେ ଭୟଙ୍କର ଥିଲା ବିସ୍ଫୋରଣ ! ୧୦୦ ମିଟର ଦୂରରେ ପଡ଼ିଥିଲା ମୃତଦେହ, ଏଯାଏଁ ଅନେକ ନିଖୋଜ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ଏତେ ଭୟଙ୍କର ଥିଲା ବିସ୍ଫୋରଣ ! ୧୦୦ ମିଟର ଦୂରରେ ପଡ଼ିଥିଲା ମୃତଦେହ, ଏଯାଏଁ ଅନେକ ନିଖୋଜ...

Key Points

ବିସ୍ଫୋରଣରେ କାରଖାନାର ଏକ ଅଂଶ ଭୁଶୁଡ଼ି ପଡ଼ିଛି ।

ବିସ୍ଫୋରଣରେ ୩୦ରୁ ଅଧିକ ଲୋକ ଏବେ ବି ନିଖୋଜ ଥିବା କୁହାଯାଉଛି ।

ତେଲେଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରେ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟଣା । ଏଯାବତ୍ ୪୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ସୋମବାର ପସାମୋଲାରମ ଶିଳ୍ପାଞ୍ଚଳରେ ଥିବା ଏକ ରାସାୟନିକ କାରଖାନା ସିଗାଚି ଇଣ୍ଡଷ୍ଟ୍ରିରେ ଏହି ବିସ୍ଫୋରଣ ଘଟିଥିଲା । ଏଥିରେ ଅନେକ ଲୋକ ଆହତ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ବିସ୍ଫୋରଣରେ କାରଖାନାର ଏକ ଅଂଶ ଭୁଶୁଡ଼ି ପଡ଼ିଛି । ବିସ୍ଫୋରଣ ଏତେ ଶକ୍ତିଶାଳି ଥିଲା ଯେ କିଛି ଶ୍ରମିକଙ୍କ ମୃତଦେହ ୧୦୦ ମିଟର ଦୂର ପର୍ଯ୍ୟନ୍ତ ଛିଟିକି ପଡ଼ିଥିଲା । ବିସ୍ଫୋରଣରେ ୩୦ରୁ ଅଧିକ ଲୋକ ଏବେ ବି ନିଖୋଜ ଥିବା କୁହାଯାଉଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ଦାମୋଦର ରାଜନରସିଂହ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।

ଏନେଇ ଜିଲ୍ଲା ପୋଲିସ ଅଧୀକ୍ଷକ ପାରିତୋଷ ପଙ୍କଜ ମଙ୍ଗଳବାର ଦିନ ପଶାମିଲାରାମର ସିଗାଚି ଇଣ୍ଡଷ୍ଟ୍ରିଜ୍ ଫାର୍ମା ପ୍ଲାଣ୍ଟ (ଔଷଧ କାରଖାନା)ରେ ବିସ୍ଫୋରଣରେ ମୃତ ଲୋକଙ୍କ ସଂଖ୍ୟା ନିଶ୍ଚିତ କରିଛନ୍ତି। ଭଗ୍ନାବଶେଷରୁ ମଧ୍ୟ ଅନେକ ମୃତଦେହକୁ ଉଦ୍ଧାର କରାଯାଇଛି। ତେବେ ସେଠାରୁ ଉଦ୍ଧାର କରାଯାଇ ଲୋକମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌କୁ ନିଆଯାଇଛି।

ଉଦ୍ଧାର କାର୍ଯ୍ୟର ଶେଷ ପର୍ଯ୍ୟାୟ ଏପର୍ଯ୍ୟନ୍ତ ବି ଜାରି ରହିଛି ବୋଲି ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ରହିଛି । ଦୁର୍ଘଟଣା ଘଟିବା ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ତାଙ୍କ କ୍ୟାବିନେଟର କିଛି ସଦସ୍ୟଙ୍କ ସହିତ ବିସ୍ଫୋରଣ ସ୍ଥଳ ପରିଦର୍ଶନ କରିଛନ୍ତି। ରାସାୟନିକ ପ୍ରତିକ୍ରିୟା ଯୋଗୁ ଏହି ବିସ୍ଫୋରଣ ଘଟିଥାଇପାରେ ବୋଲି ପ୍ରାଥମିକ ତଦନ୍ତ ପରେ ସନ୍ଦେହ କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
‘Tossed in air, fell 100m away’: Telangana blast horror | Argus News