Videos
|
National

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର, ଟିକେଟ୍ କିଣିଲେ ମିଳିବ ୨୦ ପ୍ରତିଶତ ରିହାତି

Banajyotshna Ray
Browse all articles by Banajyotshna Ray
·12 months ago·1 min read
ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର, ଟିକେଟ୍ କିଣିଲେ ମିଳିବ ୨୦ ପ୍ରତିଶତ ରିହାତି

Key Points

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଘୋଷଣା କରିଛି ରେଳ ମନ୍ତ୍ରାଳୟ

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ରେଳ ଯାତ୍ରୀଙ୍କ ପାଇଁ ବଡ଼ ଘୋଷଣା କରିଛି ରେଳ ମନ୍ତ୍ରାଳୟ । ଯିବା ଆସିବା ଏକ ସମୟରେ ଟିକେଟ୍ କିଣିଲେ ମିଳିବ ୨୦ ପ୍ରତିଶତ ରିହାତି । ପାର୍ବଣ ସମୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯାତ୍ରୀଙ୍କୁ ଦେଇଛନ୍ତି ବଡ଼ ଉପହାର । ରେଳ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଛି - ରାଉଣ୍ଡ ଟ୍ରିପ୍ ପ୍ୟାକେଜ୍ ଫର ଫେଷ୍ଟିଭାଲ୍ ରସ୍ । ପାର୍ବଣ ଋତୁରେ ଟ୍ରେନରେ ପ୍ରବଳ ଭିଡ଼ ଏବଂ ଟିକେଟ୍ ପାଇଁ ଭିଡ଼କୁ ଏଡାଇବା ପାଇଁ, ଭାରତୀୟ ରେଳବାଇ ଏହି ଯୋଜନା ଆରମ୍ଭ କରିଛି । ଏହି ଯୋଜନାରେ ଯଦି ଜଣେ ଯାତ୍ରୀ ଏକତ୍ର ଯିବା ଓ ଫେରିବା ପାଇଁ ଟିକେଟ ବୁକ୍ କରନ୍ତି, ତେବେ ଫେରିବା ଯାତ୍ରାର ମୂଳ ଭଡ଼ାରେ ୨୦% ରିହାତି ମିଳିବ ।


ଯେଉଁମାନେ ସମାନ ନାମ ଓ ବିବରଣୀ ସହିତ ଉଭୟ ଟିକେଟ ସମାନ ଶ୍ରେଣୀ ଏବଂ ସମାନ ଷ୍ଟେସନ ପାଇଁ ବୁକ କରିବେ ସେମାନଙ୍କୁ ଏହି ରିହାତି ମିଳିବ । ଚଳିବବର୍ଷ ୧୩ ଅକ୍ଟୋବରରୁ ୨୬ ଅକ୍ଟୋବର ମଧ୍ୟରେ ରେଳ ଯାତ୍ରୀଙ୍କୁ ଏହି ରିହାତି ମିଳିପାରିବ । ଫେରିବା ଟିକେଟ ୧୭ ନଭେମ୍ବରରୁ ୧ ଡିସେମ୍ବର ମଧ୍ୟରେ ହୋଇଥିବା ଆବଶ୍ୟକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
total-rebates-of-20-shall-be-granted-on-base-fare-of-return-journey-only-the-ministry-added | Argus News