Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସିକ୍କିମରେ ହଜାରେ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌

Ritu Das
Browse all articles by Ritu Das
·1 year ago·1 min read
ସିକ୍କିମରେ ହଜାରେ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌

Key Points

ସିକ୍କିମରେ ୧୦୦୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ

ଯାଜପୁର ସମେତ ଓଡ଼ିଶାର ଅନ୍ୟ ଜିଲ୍ଲାରୁ ଯାତ୍ରୀ ଥିବା ସୂଚନା

ନର୍ଥ ସିକିମର ମୁନଷିଥାଙ୍ଗ ନିକଟରେ ତିଷ୍ଟା ନଦୀକୁ ଖସି ପଡିଛି ଟୁରିଷ୍ଟ ବସ

ସିକ୍କିମରେ ୧୦୦୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ । ଯାଜପୁର ସମେତ ଓଡ଼ିଶାର ଅନ୍ୟ ଜିଲ୍ଲାରୁ ଯାତ୍ରୀ ଥିବା ସୂଚନା। ନର୍ଥ ସିକିମର ମୁନଷିଥାଙ୍ଗ ନିକଟରେ ତିଷ୍ଟା ନଦୀକୁ ଖସି ପଡିଛି ଟୁରିଷ୍ଟ ବସ। ସେପଟେ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଆର୍ମି ଏବଂ ସ୍ଥାନୀୟ ରେସକ୍ୟୁ ଟିମ ଉଦ୍ୟମ ଜାରି ରଖିଛନ୍ତି । ବସ୍ ଖସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି । ଗୁରୁତର ଆହତ ୮ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସିକ୍କିମର ତିସ୍ତା ନଦୀରେ ଏକ ଟୁରିଷ୍ଟ ବସ୍ ବହୁ ଗଭୀରକୁ ଖସି ପଡ଼ିଥିବା ଖବର ଜାଣିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ସିକ୍ମିମ୍ ସରକାରଙ୍କ ସହ ଅଆଲୋଚନା କରିଛନ୍ତି ।


ଦୁର୍ଘଟଣାଗସ୍ତ ଯାତ୍ରୀ ମାନଙ୍କର ଉଦ୍ଧାର, ଚିକିତ୍ସା ଓ ଓଡ଼ିଶାକୁ ଆଣିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଲୋଚନା କରିବା ସହିତ ଓଡ଼ିଶାରୁ ଅଧିକାରୀ ମାନଙ୍କ ଏକ ସ୍ବତନ୍ତ୍ର ଟିମ୍ ଏହାର ସୁପରିଚାଳନା ପାଇଁ ସିକ୍କିମ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଯାଜପୁର ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା ମଧ୍ୟ ସିକ୍କିମ ସାଂସଦଙ୍କ ସହ ଆଲୋଚନା କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
tourist-bus-plunges-thousands-of-feet-in-sikkim | Argus News