Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜାମ୍ମୁ-କାଶ୍ମୀର ହମ୍‌ଲା: ପହଲଗାମ୍‌ ଗଲେ ଅମିତ ଶାହ

National

ଜାମ୍ମୁ-କାଶ୍ମୀର ହମ୍‌ଲା: ପହଲଗାମ୍‌ ଗଲେ ଅମିତ ଶାହ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଜାମ୍ମୁ-କାଶ୍ମୀର ହମ୍‌ଲା: ପହଲଗାମ୍‌ ଗଲେ ଅମିତ ଶାହ

ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମ୍‌ରେ ମଙ୍ଗଳବାର ଆତଙ୍କବାଦୀଙ୍କ ଆକ୍ରମଣରେ ଦୁଇଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ଓଡ଼ିଶାର ଯୁବକ ପ୍ରଶାନ୍ତ ଶତପଥୀ ସମେତ ଅନେକ ଆହତ ହୋଇଛନ୍ତି। ସେ ପତ୍ନୀ ପ୍ରିୟଦର୍ଶିନୀଙ୍କ ସହ ଅଠା ବର୍ଷର ପୁଆ ସହିତ ବୁଲିଯାଇଥିଲେ। । ଏଖବର ପରେ ସଙ୍ଗେ ସଙ୍ଗେ ଶ୍ରୀନଗର ଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହ। ଏହାସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡକାଗଲା ଉଚ୍ଚସ୍ତରୀୟ ବୈଠକ।

ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଅତର୍କିତ ଗୁଳିଚାଳନା କରିଥିଲେ। ଗୁଳିମାଡ଼ରେ ୮ ଜଣ ପର୍ଯ୍ୟଟକ ଏବଂ ୨ ଜଣ ସ୍ଥାନୀୟ ବାସିନ୍ଦା ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ଓ ସୁରକ୍ଷା ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ଓଡ଼ିଆ ଯୁବକଙ୍କ ଅବସ୍ଥା ଗୁରୁତର ରହିଛି। ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରିଥିଲେ। ଘଟଣାର ତଦନ୍ତ ଆରମ୍ଭ ହୋଇଛି ଏବଂ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
tourists-from-karnataka-odisha-among-several-dead-amit-shah-leaves-for-srinagar-news | Argus News