Delhi / ବିଷାକ୍ତ ଦିଲ୍ଲୀ: ରାଜଧାନୀର ଭୂତଳ ଜଳରେ ୟୁରାନିୟମ
·9 months ago·3 min read

Key Points
ଉପରେ ବାୟୁ ତଳେ ଜଳ
ବିଷାକ୍ତ ଦିଲ୍ଲୀ ଡହଳବିକଳ
ରାଜଧାନୀର ଭୂତଳ ଜଳରେ ୟୁରାନିୟମ
ବିଷାକ୍ତ ଦିଲ୍ଲୀ ଡହଳବିକଳ
ରାଜଧାନୀର ଭୂତଳ ଜଳରେ ୟୁରାନିୟମ
ଥମିବାର ନାହିଁ ଦିଲ୍ଲୀ ପ୍ରଦୂଷଣ। ଯେତେ ନିୟମ ଲାଗୁ କଲେ ବି ସ୍ଥିତିରେ ସୁଧାର ଆସୁନି। ପ୍ରଦୂଷଣରେ ଆକ୍ତାମାକ୍ତା ରାଜଧାନୀବାସୀ । ଚାରିଆଡ଼େ ଧୂଆଁଧୂଆଁ ହୋଇଛି ରାଜଧାନୀ ଦିଲ୍ଲୀ । ଘରୁ ବାହାରିବା ମୁସ୍କିଲ । ନିଶ୍ୱାସ ନେବା କଷ୍ଟକର ହୋଇପଡ଼ୁଛି । ବିଷାକ୍ତ ବାୟୁ ବଳୟରେ ଛଟପଟ ରାଜଧାନୀବାସୀ । ସାଂଘାତିକ ରୂପ ନେଇଛି ବାୟୁ ପ୍ରଦୂଷଣ । କିଛି କିଛି ସ୍ଥାନରେ ୪୦୦ ଟପିଛି ଏକ୍ୟୁଆଇ । ଦିଲ୍ଲୀ ରେଡ୍ ଜୋନ୍ରେ ରହିଛି । ପିଲାମାନେ ସ୍କୁଲ ଯିବା ସମ୍ଭବ ହୋଇପାରୁନାହିଁ। ବିଭିନ୍ନ ସ୍ଥାନରେ ଆଣ୍ଟି ସ୍ମଗ ଗନ ଲଗାଯାଇଛି।
ତଥାପି ପ୍ରଦୂଷଣ କମିବାର ନାଁ ଧରୁନି। ରାଜଧାନୀ ଦିଲ୍ଲୀ ବର୍ତ୍ତମାନ ବାୟୁ ପ୍ରଦୂଷଣ ବିପଦ ସହ ଲଢ଼ୁଥିବା ବେଳେ ଏବେ ପାଣି ପ୍ରଦୂଷଣ ଚିନ୍ତା ଘାରିଛି। ସେପଟେ ରାଜଧାନୀ ଦିଲ୍ଲୀରେ ଭୂତଳ ଜଳରେ ୟୁରାନିୟମ ମାତ୍ରା ଅଧିକ ରହିଛି। ପଞ୍ଜାବ ଓ ହରିଆଣା ପରେ ଦିଲ୍ଲୀର ଏଭଳି ଅବସ୍ଥା ରାଜଧାନୀବାସୀଙ୍କ ଚିନ୍ତା ଦ୍ୱିଗୁଣା ବଢ଼ିଛି ।
ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ନିଟକରେ କର୍ତ୍ତୃପକ୍ଷ ବିଭିନ୍ନ ରିପୋର୍ଟ ଦାଖଲ କରିଥିଲେ ବି ଆଣ୍ଟି ସ୍ମଗ କ୍ଷେତ୍ରରେ ସେପରି ସଫଳତା ମିଳିପାରିନାହିଁ। ଗତ ସେପ୍ଟେମ୍ବର ୧୧ରେ ସମସ୍ତ G+5 କୋଠାଗୁଡ଼ିକରେ ଅର୍ଥାତ ଏହି ବର୍ଗର କୋଠା ଓ ବ୍ୟାବସାୟିକ କୋଠା ଏବଂ ୩ ହଜାର ବର୍ଗମିଟର ଜାଗାରେ ନିର୍ମିତ ନିର୍ମାଣାଞ୍ଚଳରେ ଆଣ୍ଟିସ୍ମଗ ଗନ ଇନଷ୍ଟାଲ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା।ଆଜି ପରେ ଆଣ୍ଟି ସ୍ମଗ ଗନ ଇନଷ୍ଟାଲ ସମ୍ପର୍କରେ ସମୀକ୍ଷା କରାଯିବ ବୋଲି କହିଥିଲେ କର୍ତ୍ତୃପକ୍ଷ।
ଏଥିସହ ପଢ଼ନ୍ତୁ: ଅଣନିଶ୍ଵାସୀ ରାଜଧାନୀ: ରେକର୍ଡ ଭାଙ୍ଗିଲା ଦିଲ୍ଲୀ ବାୟୁ ପ୍ରଦୂଷଣ
ନୂଆ ରିପୋର୍ଟ ଅନୁଯାୟୀ, ମାତ୍ରାଧିକ ୟୁରାନିୟମ, ଆର୍ସେନିକ୍ ଏବଂ ସୀସା ଭାଗ ଥିବା ପାଣି ଦୀର୍ଘଦିନ ଧରି ବ୍ୟବହାର କରିବା ଦ୍ୱାରା କିଡନୀ ସମସ୍ୟା, ସ୍ନାୟୁଗତ ସମସ୍ୟା, କଙ୍କାଳ ବିକୃତି ଏବଂ କର୍କଟ ରୋଗର ଆଶଙ୍କା ବଢ଼ିପାରେ। ଲୌହ ଏବଂ ମାଙ୍ଗାନିଜର ଉଚ୍ଚ ସ୍ତର ଥିଲେ ଶିଶୁ ଏବଂ ପିଲାମାନଙ୍କ ପାଇଁ ଅତିରିକ୍ତ ବିପଦ ସୃଷ୍ଟି କରେ। ଏହି ପ୍ରଦୂଷଣ ଭୂତଳ ଜଳର ପାନୀୟ କ୍ଷମତାକୁ ହ୍ରାସ କରିବା ସହ ମାଟି ଏବଂ ଫସଲରେ ବିଷାକ୍ତ ପଦାର୍ଥ ଜମା କରି କୃଷିକୁ ମଧ୍ୟ କ୍ଷତି ପହଞ୍ଚାଏ। ୟୁରାନିୟମ୍ ଏକ ଭାରୀ ଧାତୁ ଏବଂ ରେଡିଓଆକ୍ଟିଭ୍ ମୌଳିକ, ଏବଂ ଏହାର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ମୁଖ୍ୟତଃ ବିକିରଣ ନୁହେଁ ବରଂ ଏହାର ରାସାୟନିକ ବିଷାକ୍ତତାରୁ ଆସିଥାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ (CGWB) ଦ୍ୱାରା ସଦ୍ୟ ପ୍ରକାଶିତ ବାର୍ଷିକ ଭୂତଳ ଜଳ ମାନ ରିପୋର୍ଟ ୨୦୨୫ରେ ଯେ ଦିଲ୍ଲୀରେ ପରୀକ୍ଷିତ ଭୂତଳ ଜଳ ନମୁନାର ୧୩-୧୫% ରେ ଆବଶ୍ୟକତା ସୀମା ୩୦ ପିପିବିରୁ ଅଧିକ ୟୁରାନିୟମ ମିଳିଛି। ଯାହା ପାନୀୟ ଜଳ ସୁରକ୍ଷା ଏବଂ ଜନସ୍ୱାସ୍ଥ୍ୟ ପ୍ରତି ଚିନ୍ତା ବଢ଼ାଇଛି। ଏନେଇ ଟାଇମ୍ସ ଅଫ୍ ଇଣ୍ଡିଆରେ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ଜଳ ପ୍ରଦୂଷଣ ନିରନ୍ତର ବଢୁଛି।
୨୦୨୦ ମସିହାରେ କରାଯାଇଥିବା ଏକ ଏକ ବିସ୍ତୃତ ପରୀକ୍ଷାରେ ୧୧.୭% ନମୁନାରେ ୟୁରାନିୟମ ସୀମାଠାରୁ ମାତ୍ରାଧିକ ମିଳିଥିଲା। ଏବଂ ଉତ୍ତର ପଶ୍ଚିମ ଜିଲ୍ଲାର ଏକ ଟ୍ୟୁବୱେଲରୁ ସର୍ବାଧିକ ୮୯.୪ ପିପିବି ୟୁରାନିୟମ ରେକର୍ଡ କରାଯାଇଥିଲା। ୨୦୨୪ ସୁଦ୍ଧା, ୬ ଜିଲ୍ଲା - ଉତ୍ତର, ଉତ୍ତର ପଶ୍ଚିମ, ଦକ୍ଷିଣ, ଦକ୍ଷିଣ ପୂର୍ବ, ଦକ୍ଷିଣ ପଶ୍ଚିମ ଏବଂ ପଶ୍ଚିମରେ ଭୂତଳ ଜଳରେ ସୁରକ୍ଷିତ ସୀମାଠାରୁ ଅଧିକ ୟୁରାନିୟମ ଥିବା ରିପୋର୍ଟରେ କୁହାଯାଇଛି। ବିଶେଷକରି ଚିନ୍ତାଜନକ କଥା ହେଉଛି ଭୂତଳ ଜଳରେ କେବଳ ୟୁରାନିୟମ ନୁହେଁ, ନାଇଟ୍ରେଟ୍, ଫ୍ଲୋରାଇଡ୍ ଏବଂ ଲବଣତା ସ୍ତର ମଧ୍ୟ ଅଧିକ ରହୁଛି। ଯାହା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ।
ବିଶେଷଜ୍ଞମାନେ କହିଛନ୍ତି ଯେ, ପ୍ରଦୂଷଣ ଜୀବନକୁ ପ୍ରଭାବିତ କରୁଥିବାର ଯଥେଷ୍ଟ ପ୍ରମାଣ ଅଛି ଯାହା ଦ୍ଵାରା ଦିନକୁ ଦିନ ଲୋକମାନେ ଅସୁସ୍ଥ ହୋଇପଡ଼ୁଛନ୍ତି । ଡାକ୍ତରମାନେ ଏହା ମଧ୍ୟ କହିଛନ୍ତି ଯେ ମାସ୍କ ଏବଂ ବାୟୁ ପ୍ୟୁରିଫାୟର୍ କିଛି ମାତ୍ରାରେ ସୁରକ୍ଷା ଦେଇଥାଏ, କିନ୍ତୁ ଏହି ସମସ୍ୟାର ମୁକାବିଲା ପାଇଁ ଏହା ଯଥେଷ୍ଟ ନୁହେଁ ।
ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics
Explore more stories