Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମର୍ମନ୍ତୁଦ ଦୁର୍ଘଟଣା: କୂଅରେ ପଡ଼ି ଚାଲିଗଲା ୮ ଜୀବନ

Ritu Das
Browse all articles by Ritu Das
·1 year ago
ମର୍ମନ୍ତୁଦ ଦୁର୍ଘଟଣା: କୂଅରେ ପଡ଼ି ଚାଲିଗଲା ୮ ଜୀବନ

ମଧ୍ୟପ୍ରଦେଶର ଖଣ୍ଡୱା ଜିଲାର କୋଣ୍ଡାଭାଟ ଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଗଙ୍ଗୌର ମାତାଙ୍କ ବିସର୍ଜନ ପାଇଁ କୂଅ ସଫା କରିବାକୁ ଯାଇଥିବା ୮ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାର କାରଣ କୂଅ ଭିତରେ ମିଥେନ ଗ୍ୟାସର ଲିକେଜ ବୋଲି କୁହାଯାଉଛି। ଗଙ୍ଗୌର ମାତାର ଜୋଓ୍ବାରଗୁଡିକର ବିସର୍ଜନ କୋଣ୍ଡାଭଟ ଗାଁରେ ହେବାର ଥିଲା। ଏହାକୁ ଦୃଷ୍ଟିରେ ରଖି ଗାଁ ଲୋକେ ୧୫୦ ବର୍ଷ ପୁରୁଣା ସାର୍ବଜନୀନ କୂଅକୁ ସଫା କରିବାକୁ ଯାଇଥିଲେ, କିନ୍ତୁ କୂଅରେ ସେମାନେ ଶ୍ୱାସରୁଦ୍ଧ ହୋଇ ସମସ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।


କୂଅରେ ପ୍ରାଣ ହରାଇଥିବା ପରିବାରକୁ ଜିଲା କଲେକ୍ଟର ପ୍ରତ୍ୟେକଙ୍କୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏହି ହୃଦୟବିଦାରକ ଦୁର୍ଘଟଣା ପରେ, ସମଗ୍ର ଗାଁରେ ଶୋକର ଛାୟା ଖେଳିଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
tragic-accident-8-lives-lost-after-falling-into-well | Argus News