Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସ୍କୁଲ ବସକୁ ଧକ୍କା ଦେଲା ଟ୍ରେନ; ଦୁଇ ମୃତ, ୭ ଆହତ

Smruti Parija
Browse all articles by Smruti Parija
·1 year ago
ସ୍କୁଲ ବସକୁ ଧକ୍କା ଦେଲା ଟ୍ରେନ; ଦୁଇ ମୃତ, ୭ ଆହତ

Key Points

ସ୍କୁଲ ବସକୁ ଧକ୍କା ଦେଲା ଟ୍ରେନ୍

ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆହତ

ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା

ତାମିଲନାଡୁରେ ମର୍ମନ୍ତୁଦ ଦୁର୍ଘଟଣା । ସ୍କୁଲ ବସକୁ ଧକ୍କା ଦେଲା ଟ୍ରେନ୍ । ଫଳରେ ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ କୁଡାଲୋର ନିକଟ ସୀମାଙ୍କପୁରମ୍ ନିକଟରେ ସ୍କୁଲ ବସଟି ଟ୍ରେନ୍ ଲାଇନ୍ ଅତିକ୍ରମ କରୁଥିବାବେଳେ ହଠାତ୍ ଅଟକି ଯାଇଥିଲା । ଡ୍ରାଇଭର ଯେତେ ଚେଷ୍ଟା କଲେ ବି ବସ୍‌କୁ ଟ୍ରେନ୍ ଲାଇନ୍ ବାହାରକୁ ନେଇ ପାରି ନଥିଲେ । ଏହି ସମୟରେ ସ୍କୁଲ ବସରେ ଥିବା ଛାତ୍ରଛାତ୍ରୀମାନେ ବାହାରି ଯାଇଥିଲେ । ଆଉ କିଛି ବସ ଭିତରେ ରହିଯାଇଥିଲେ । ଟ୍ରେନଟି ଦ୍ରୁତ ଗତିରେ ଆସି ବସକୁ ଧକ୍କା ଦେଇଥିଲା । ଏଥିରେ ଦୁଇଜଣ ଛାତ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଛାତ୍ରଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
train-hits-school-bus-in-cuddalore-several-children-feared-dead | Argus News