Videos
|
National

Train Stuck-Jammu-Katra: ୨୪ଘଣ୍ଟା ଧରି ଟ୍ରେନ୍‌ରେ ବନ୍ଦ ୧୫୦୦ ଯାତ୍ରୀ ! ଷ୍ଟେସନରେ ଚାଲିଛି ଖାଦ୍ୟ ପ୍ରସ୍ତୁତି

Sudeshna Mishra
Browse all articles by Sudeshna Mishra
·1 year ago·1 min read
Train Stuck-Jammu-Katra: ୨୪ଘଣ୍ଟା ଧରି ଟ୍ରେନ୍‌ରେ ବନ୍ଦ ୧୫୦୦ ଯାତ୍ରୀ ! ଷ୍ଟେସନରେ ଚାଲିଛି ଖାଦ୍ୟ ପ୍ରସ୍ତୁତି

Key Points

ବର୍ଷାରେ ଜମ୍ମୁ-କଟ୍ରା ରେଲପଥ ପ୍ରଭାବିତ

ଲଗାଣ ବର୍ଷାରେ ଫଳରେ ଯାତ୍ରୀ ହନ୍ତସନ୍ତ

ମନ୍ୱାଲ୍ ଷ୍ଟେସନରେ ଅଣ୍ଡମାନ୍ ଏକ୍ସପ୍ରେସ୍ ବନ୍ଦ, ୧୫୦୦ ଯାତ୍ରୀ ଅସୁବିଧାରେ

ରେଳ ଷ୍ଟେସନରେ ଚାଲିଛି ଖାଦ୍ୟ ପ୍ରସ୍ତୁତି

ଜମ୍ମୁ-କଟ୍ରା ରେଳପଥରେ ଲଗାଣ ବର୍ଷା କାରଣରୁ ବାଧା ସୃଷ୍ଟି ହୋଇଛି ଯାହା ଫଳରେ କିଛି ଟ୍ରେନ୍‌ଗୁଡିକୁ ବାତିଲ୍ କରାଯାଇଛି। ଏହା ମଧ୍ୟରେ,

ମନ୍ୱାଲ୍ ଷ୍ଟେସନ୍‌ରେ ଅଣ୍ଡମାନ୍ ଏକ୍ସପ୍ରେସ୍ ୨୪ ଘଣ୍ଟା ଧରି ଅଟକି ରହିଛି ଏବଂ ଏଥିରେ ଥିବା ୧୫୦୦ ଯାତ୍ରୀ ଅସୁବିଧାରେ ପଡ଼ିଛନ୍ତି।


ଜମ୍ମୁ-କଟ୍ରା ରେଲୱେ ରୁଟ୍‌ରେ ଲଗାଣ ବର୍ଷା କାରଣରୁ ଯାତାୟାତ ବ୍ୟବସ୍ଥା ଗୁରୁତର ପ୍ରଭାବିତ ହୋଇଛି । ପର୍ବତୀୟ ଅଞ୍ଚଳରେ ଲଗାଣ ବର୍ଷାରେ ଜଳଜମା, ମାଟିଧସିବା ଫଳରେ କିଛି ସ୍ଥାନରେ ରେଲ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି ରୁଟର ମଧ୍ୟଭାଗରେ ଥିବା ମନୱାଳ ଷ୍ଟେସନ୍‌ରେ ଗୋଟିଏ ଟ୍ରେନ୍ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଅଟକିଥିବା ସୂଚନା ମିଳିଛି । ଶତାଧିକ ଯାତ୍ରୀ ଏହି ଟ୍ରେନ୍‌ରେ ଫସିଥିବା ସମୟରେ ରେଲ ପ୍ରଶାସନ ସକ୍ରିୟ ହୋଇ ସେମାନଙ୍କ ପାଇଁ ଖାଦ୍ୟ ଓ ପାଣିର ବିଶେଷ ବ୍ୟବସ୍ଥା କରିଛନ୍ତି । ଯାତ୍ରୀମାନଙ୍କ ସୁବିଧା ପାଇଁ ସ୍ଥାନୀୟ କ୍ୟାଟରିଂ ଟିମ୍‌ ଓ ସ୍ୱେଚ୍ଛାସେବୀ ସଂଗଠନମାନେ ମିଳିତ ଭାବେ ରନ୍ଧା ଖାଦ୍ୟ ବଣ୍ଟନ କରୁଛନ୍ତି ।


ରେଲୱେ ପ୍ରଶାସନ ତଥା ସୁରକ୍ଷା କର୍ମୀମାନେ ସ୍ଥିତି ଉପରେ ନଜର ରଖିବା ସହ ଯାତ୍ରୀଙ୍କୁ ଆଶ୍ୱସ୍ତ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ସୁଚନା ଅନୁସାରେ ଆଗାମୀ କିଛି ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଜାରି ରହିପାରେ, ତେବେ ରେଲ ସେବା ସ୍ବାଭାବିକ ହେବା ପାଇଁ କିଛିଟା ସମୟ ଲାଗି ପାରେ।

ଯାତ୍ରୀମାନଙ୍କୁ ସୁରକ୍ଷିତ ରଖିବା, ଯଥାସମ୍ଭବ ସୁବିଧା ପ୍ରଦାନ କରିବାକୁ ସରକାର, ରେଲୱେ ଓ ସ୍ଥାନୀୟ ଅଧିକାରୀମାନେ ସଜାଗ ରହିଛନ୍ତି ।



Jammu-Katra Rail Blocked by Heavy Rain, Train Stranded | Argus News