Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା:ପୀଡିତାଙ୍କ ପରିବାରକୁ କ୍ଷମା ମାଗିଲେ ଦିଦି!

National

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା:ପୀଡିତାଙ୍କ ପରିବାରକୁ କ୍ଷମା ମାଗିଲେ ଦିଦି!

Sangram Tripathy
Browse all articles by Sangram Tripathy
·1 year ago·2 min read
ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା:ପୀଡିତାଙ୍କ ପରିବାରକୁ କ୍ଷମା ମାଗିଲେ ଦିଦି!

ଅର୍ଗସ ବ୍ୟୁରୋ:ମାଡୁଛି ଡ଼ର,ଦିଦିଙ୍କୁ ଘାରିଛି ଗାଦି ଡ଼ର। ଆର୍‌ଜିକର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଅଶାନ୍ତ ହୋଇପଡିଛି କୋଲକାତା। ନ୍ୟାୟ ପାଇଁ ରାଜରାସ୍ତାରେ ବିକ୍ଷୋଭ ପ୍ରର୍ଦଶନ କରୁଛନ୍ତି ସଭିଏଁ । ଦିନକୁ ଦିନ ଏ ଘଟଣାରେ ଟିଏମସି ସରକାର ଉପରୁ ଜନତାଙ୍କ ଭରଷା ଉଠିଯାଉଛି। କାଳେ ସରକାର ବିପଦରେ ପଡିଯିବେ,ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଘାରିଛି ଅଜଣା ଡ଼ର।ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ସେ ସୋଶାଲ ମିଡିଆରେ ଏକ ପୋଷ୍ଟ ସେୟାର କରି Sorryବୋଲି ଲେଖି ପୀଡିତା ପରିବାରକୁ ମାଗିଛନ୍ତି କ୍ଷମା। 


ମଙ୍ଗଳବାର ଦିନ ଟ୍ରେନି ଡାକ୍ତରଙ୍କୁ ନ୍ୟାୟ ଦେବା ଲାଗି ରାଜରାସ୍ତାକୁ ଓହ୍ଲାଇଥିଲେ ୩୦ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ।ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସ୍ ନବାନ୍ନ ଘେରାଉ କରିଥିଲେ। ମମତାଙ୍କ ଗଡ଼ରେ ଛାତ୍ରଛାତ୍ରୀ କରିଥିଲେ ମହାବିକ୍ଷୋଭ। ଯାହା ଟିଏମସି ସରକାର ବିରୋଧରେ ଛାତ୍ର ସଙ୍ଗଠନର ନ୍ୟାୟ ଲାଗି ଥିଲା ବଡ଼ ଆନ୍ଦୋଳନ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରଥମଥର ପାଇଁ ଏତେ ସଂଖ୍ୟାରେ ଲୋକେ ମମତା ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଥିଲେ। ପ୍ରଥମଥର ପାଇଁ ଏତେ ସଂଖ୍ୟାରେ ଲୋକେ ମମତା ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଥିଲେ। ବିଜେପି ପକ୍ଷରୁ  ଆଜି ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ  ଡାକରା ଦିଆଯାଇଥିଲା। 


କେବଳ ସେତିକିରେ ସୀମିତ ହୋଇନି ରାଜନୀତି,ଗୋଟିଏ ଦିନ ପୂର୍ବରୁ ପୋଲିସ ଛାତ୍ରଛାତ୍ରୀମାନଙ୍କୁ ଟିଅର ଗ୍ୟାସ ଛାଡିବା ସହ ଲାଠି ମାରୁଥିବାବେଳେ ମାତ୍ର ୨୪ ଘଣ୍ଟା ନପୁରୁଣୁ,ଦିଦି ଛାତ୍ର ସଂଗଠନର ପ୍ରତିଷ୍ଠା ଦିବସକୁ କୋଲକାତା ପୀଡ଼ିତଙ୍କ ପାଇଁ ଉତ୍ସର୍ଗ କରିଛନ୍ତି। ଏହି ଘଟଣାରେ ଅତିଶୀଘ୍ର ନ୍ୟାୟ ମିଳୁ ବୋଲି ଦାବି କରିବା ସହ ମୁଁ ମୋର ହୃଦୟର ଅନ୍ତରରୁ ସମସ୍ତଙ୍କ ପାଇଁ ଦୁଃଖ ପ୍ରକାଶ କରୁଛି,ମୁଁ କ୍ଷମା ଚାହୁଁଛି ବୋଲି କହିଛନ୍ତି ଦିଦି। କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ବ୍ୟାକଫୁଟରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏଭଳି ଘୋଷଣା କରିଛନ୍ତି। ସେ ଆହୁରୀ ମଧ୍ୟ କହିଛନ୍ତି ରାଜ୍ୟ ସରକାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବେ। ଆମେ ଦୁଷ୍କର୍ମ ବିରୋଧୀ ଆଇନ ପାସ କରାଇବୁ। ଏଥିରେ ଦୁଷ୍କର୍ମକାରୀକୁ ଅପରାଧର ୭ ଦିନ ମଧ୍ୟରେ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ଭଳି ନିୟମ ରହିବ ବୋଲି ମମତା କହିଛନ୍ତି। କିନ୍ତୁ ପୂର୍ବରୁ ଚର୍ଚ୍ଚା ହୋଇ ଆସୁଛି ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କସହ କୁଆଡେ ଟିଏମସିର ରହିଛି ଭିତିରି ସମ୍ପର୍କ। ତେବେ ସାଧାରଣରେ ପ୍ରଶ୍ନ ମମତାଙ୍କ ଜ୍ଞାନ ଏବେ ଉଦୟ ହେଲା କାହିଁକି,ପୂର୍ବରୁ ମମତା ସରକାର କରୁଥିଲେ କଣ,ନାଁ ଗାଦି ବଞ୍ଚାଇବାକୁ ମମତାଙ୍କ ଏ ଯୋଜନା ନୁହେଁ ତ ଆଉ କଣ। କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ କେବେ ମିଳିବ ନ୍ୟାୟ,କେବେ ଅସଲ ସତ ଆସିବ ସାମ୍ନାକୁ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Trainee doctor misbehavior and murder case: Didi apologizes to the victim's family! | Argus News