Videos
|
National

ସଂସ୍କୃତ ଏବଂ ଉର୍ଦ୍ଦୁ ସମେତ ୬ଟି ଭାଷାରେ ଲୋକସଭା ପ୍ରୋସିଡିଙ୍ଗ୍ସର ଅନୁବାଦ

Ritu Das
Browse all articles by Ritu Das
·1 year ago·1 min read
ସଂସ୍କୃତ ଏବଂ ଉର୍ଦ୍ଦୁ ସମେତ ୬ଟି ଭାଷାରେ ଲୋକସଭା ପ୍ରୋସିଡିଙ୍ଗ୍ସର ଅନୁବାଦ

ମଙ୍ଗଳବାର ଲୋକସଭା ବାଚସ୍ପତି ଓମ୍ ବିର୍ଲା ଲୋକସଭାର ପ୍ରୋସିଡିଙ୍ଗ୍ସରେ କେତେକ ଭାରତୀୟ ଭାଷା ସହ ଉର୍ଦ୍ଦୁକୁ ସ୍ଥାନ ଦେଇଛନ୍ତି । ବର୍ତ୍ତମାନ ସଦନର ପ୍ରୋସିଡିଙ୍ଗ୍ସ ଏହି ୬ଟି ଭାଷାରେ ଅନୁବାଦ ହେବ। କହିରଖୁଛୁ ଏହା ପୂର୍ବରୁ ଇଂରାଜୀ ଏବଂ ହିନ୍ଦୀ ବ୍ୟତୀତ ଅନ୍ୟ ୧୦ଟି ଆଞ୍ଚଳିକ ଭାଷାରେ ସଦନ ପ୍ରୋସିଡିଙ୍ଗ୍ସ ଚାଲୁଥିଲା। ଓମ୍ ବିର୍ଲା କହିଛନ୍ତି ଯେ ଆଗାମୀ ଦିନରେ ଦେଶର ସମସ୍ତ ୨୨ଟି ସ୍ୱୀକୃତିପ୍ରାପ୍ତ ଭାଷାରେ ସଦନର ପ୍ରକ୍ରିୟାକୁ ଅନୁବାଦ କରିବା ତାଙ୍କର ପ୍ରୟାସ ।


ଖୁବ୍ ଶୀଘ୍ର ଏଥିପାଇଁ ଏକ୍ସପର୍ଟ ଉପସ୍ଥିତ ହେଲେ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ବାଚସ୍ପତି । ବର୍ତ୍ତମାନ ବୋଡୋ, ଡୋଗରୀ, ମୈଥିଲି, ମଣିପୁରୀ, ସଂସ୍କୃତ ଏବଂ ଉର୍ଦ୍ଦୁ ଭାଷାରେ ସଦନର ପ୍ରୋସିଡିଙ୍ଗ୍ସ ଅନୁବାଦ ହେବ । ଏହା ପୂର୍ବରୁ ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ଆସାମୀୟ, ବଙ୍ଗଳା, ଗୁଜରାଟୀ, କନ୍ନଡ଼, ମାଲାୟଲମ, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ ଏବଂ ତେଲୁଗୁ ଭାଷାରେ ଅନୁବାଦ ଚାଲିଥିଲା। ସେ ଆହୁରି ମଧ୍ୟ କହିଛନ୍ତି କି ଭାରତର ସଂସଦ ହେଉଛି ଏକମାତ୍ର ଆଇନଗତ ଅନୁଷ୍ଠାନ ଯେଉଁଠାରେ ସଦନର ପ୍ରୋସିଡିଙ୍ଗ୍ସ ଏକାସାଙ୍ଗରେ ଏତେ ଭାଷାରେ ଅନୁବାଦ କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Translation of Lok Sabha Proceedings into 6 languages ​​including Sanskrit and Urdu | Argus News