Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

'ଜାପାନ, କୋରିଆଠାରୁ ବି ଭଲଲାଗିଲା ଭାରତୀୟ ଟ୍ରେନ'

Smruti Parija
Browse all articles by Smruti Parija
·1 year ago·2 min read
'ଜାପାନ, କୋରିଆଠାରୁ ବି ଭଲଲାଗିଲା ଭାରତୀୟ ଟ୍ରେନ'

Key Points

ବିଦେଶୀ ଟ୍ରାଭେଲ ଇନଫ୍ଲୁଏନ୍ସର୍ ଙ୍କ ମୁହଁରେ ଭାରତୀୟ ରେଳର ପ୍ରଶଂସା

ରେଳର ନିୟମ, ପ୍ରକ୍ରିୟା, କୋଚ୍ ରେ ସିଟ୍ ମଧ୍ୟରେ ଥିବା ବ୍ୟବଧାନକୁ କଲେ ପସନ୍ଦ

କହିଲେ କୋରିଆ, ଜାପାନଠୁ ବି ଭଲ ଭାରତୀୟ ରେଳ


ବିଦେଶୀ ଟ୍ରାଭେଲ ଇନଫ୍ଲୁଏନ୍ସର୍ ଙ୍କ ମୁହଁରେ ଭାରତୀୟ ରେଳର ପ୍ରଶଂସା । ଟ୍ରେନରେ ଯାତ୍ରା କରି ସୋସିଆଲ ମିଡିଆରେ ସେୟାର କଲେ ଅନୁଭୂତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି ।


"ହଗ୍ ଆବୋର୍ଡ" ବା "hugh.abroad" ନାମକ ଟ୍ରାଭେଲ୍ ଇନଫ୍ଲୁଏନସର୍ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ରିଲ୍ ସେୟାର କରିଛନ୍ତି । 'ହଗ୍' ସ୍କଟ୍ ଲ୍ୟାଣ୍ଡର୍ ର ବାସିନ୍ଦା । ପେସା ଟ୍ରାଭେଲ୍ ଇନଫ୍ଲୁଏନ୍ସର୍ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତୀୟ ରେଳର ନିୟମ, ପ୍ରକ୍ରିୟା, କୋଚ୍ ରେ ସିଟ୍ ମଧ୍ୟରେ ଥିବା ବ୍ୟବଧାନ, ଭିତ୍ତିପ୍ରସ୍ତୁରକୁ ନେଇ ସେ ଖୁବ ଖୁସି ବ୍ୟକ୍ତ କରିଛନ୍ତି । ସେ ସେକେଣ୍ଡ କ୍ଲାସ୍ ଏସି ବଗିରେ 4 ରୁ 4.5 ଘଣ୍ଟା ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ଏହାପରେ ସେ ରେଳ କୋଚ୍ ର ପ୍ରଶଂସା କରିବା ସହ ଟ୍ରେନରେ ବସିବା କ୍ଷଣି କେମିତି ଟିକେଟ୍ କଲେକ୍ଟର ସଙ୍ଗେ ସଙ୍ଗେ ତାଙ୍କ ପାଖକୁ ଆସିଥିଲେ । ଟିକେଟ୍ ଚେକ୍ କରିଥିଲେ । ପ୍ରାଇଭେଟ୍ ବର୍ଥ ଗୁଡିକ ଏତେ ବଡ ଦେଖି ସେ ଖୁସି ହୋଇଯାଇଥିଲେ ।



ଏହାପରେ ସେ ନିଜ ଇନଷ୍ଟାଗ୍ରେମ୍ ରିଲ୍ ରେ କହିଛନ୍ତି ଯେ ସେ ଜାପାନ୍, ତାଇୱାନ୍, କୋରିଆରେ ଟ୍ରେନ୍ ରେ ଯାତ୍ରା କରିଛନ୍ତି । କିନ୍ତୁ ତାଙ୍କୁ ସବୁଠାରୁ ଭଲ ଲାଗିଲା ଭାରତୀୟ ରେଳ । ଏହାସହ ବର୍ଥରେ ଥିବା ବେଡସିଟ୍ , ତକିଆ, ୱିଣ୍ଡୋ ସ୍କ୍ରିନ୍ ବ୍ୟବସ୍ଥା ତାଙ୍କୁ ଖୁବ ଭଲ ଲାଗିଥିଲା । ଏହାସହ ରେଳରେ ମିଳିଥିବା ଖାଇବା ମଧ୍ୟ ତାଙ୍କୁ ଖୁବ ଭଲ ଲାଗିଥିଲା । ଟିକେଟ୍ ଦର ଜାପାନ, କୋରିଆଠାରୁ କମ୍ ରହିଥିଲା । ଏ ସମସ୍ତ ଜିନିଷକୁ ନେଇ ସେ ଭାରତୀୟ ରେଳର୍ ଭୂରି ଭୂରି ପ୍ରଶଂସା କରିଛନ୍ତି । ଯାହାକୁ ସୋସିଆଲ ମିଡିଆ ୟୁଜର୍ସମାନେ ଖୁବ ପସନ୍ଦ କରିବା ସହ କମେଣ୍ଟସ୍ ମଧ୍ୟ ଦେଉଛନ୍ତି । କିନ୍ତୁ ଟ୍ରେନ୍ ରେ ଥିବା ଟଏଲେଟ୍ କୁ ନେଇ ସେ ନାପସନ୍ଦ କରିଥିଲେ । ଟ୍ରେନରେ ଏହାର ସ୍ୱଚ୍ଛତା ଉପରେ ଧ୍ୟାନ ଦିଆଯାଉନାହିଁ ।

Sponsored
travel-influencer-praises-indian-railway | Argus News