ପୋଖରାଣରେ ଭାରତର ତିନି ସେନାର ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ: ପୋଖରାନରେ ପୁଣି ଇତିହାସ ସୃଷ୍ଟି । ଭାରତର ତିନି ସେନାର ଯବାନଙ୍କ ଦ୍ବାରା ମିଳିତ ଯୁଦ୍ଧାଭ୍ୟାସ `ଭାରତ ଶକ୍ତି'ର ପରାକ୍ରମରେ କମ୍ପିଲା ପୋଖରାନ । ପୂର୍ବରୁ ଏଠାରୁ ବିଶ୍ବ ଦେଖିସାରିଛି ଭାରତର ଶକ୍ତି । ୧୯୯୮ ମେ ୧୧ରେ ପୋଖରାନରେ ଐତିହାସିକ ପରମାଣୁ ପରୀକ୍ଷଣର ସାକ୍ଷୀ ହୋଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ପୋଖରାନ କରିଥିଲା ସାରା ବିଶ୍ବରେ କମ୍ପନ। ୧୨ ମାର୍ଚ ୨୦୨୪ ରେ ଆତ୍ମନିର୍ଭର ଭାରତ କ୍ଷମତାରେ ଶକ୍ତିଶାଳୀ ଯୁଦ୍ଧାସ୍ତ୍ର ଏବଂ ଯୁଦ୍ଧ ଜାହାଜ, ଯୁଦ୍ଧ ବିମାନର ଶକ୍ତି ପ୍ରଦର୍ଶନର ସାକ୍ଷୀ ରହିଲେ ପ୍ରଧାନମନ୍ତ୍ରୀ ମୋଦି । ସ୍ବଦେଶୀ ଯୁଦ୍ଧାସ୍ତ୍ର ଦେଶର ସୈନ୍ୟବାହିନୀଙ୍କୁ ଆତ୍ମବିଶ୍ବାସର ଗାରେଣ୍ଟି ଦେଇଛି । ମେଡ୍ ଇନ୍ ଇଣ୍ଡିଆ' ଆହ୍ବାନ ସଫଳ ହେବାରେ ଲାଗିଛି...ପ୍ରତିରକ୍ଷା କ୍ଷେତ୍ରରେ ପୂର୍ବାପେକ୍ଷା ମଜଭୁତ୍ ହେଉଛି ଭାରତ। ଜଏଶଲମାରରେ ଦେଶକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ। 2014 ପୂର୍ବରୁ ସୁରକ୍ଷା କ୍ଷେତ୍ରକୁ ଅବହେଳା କରାଯାଇଛି।.ଦେଶର ସୀମା ସୁରକ୍ଷା ଦିଗରେ ପୂର୍ବ ସରକାର କୌଣସି ନିର୍ମାଣ ଭିତ୍ତିକ ଯୋଜନା କରିନାହାନ୍ତି...ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଘୋଟାଲା କରିଛନ୍ତି.....
ଯେଉଁମାନେ ଦେଶରେ ବର୍ଷ ବର୍ଷ ଧରି ଶାସନ କଲେ ସେମାନେ ଦେଶର ସୁରକ୍ଷାକୁ ନେଇ ଗମ୍ଭୀର ନଥିଲେ....ଭାରତ ଶକ୍ତି କାଯ୍ୟକ୍ରମକୁ ସମ୍ବୋଧନ କରି ନାଁ ନ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦି । ୩୦ରୁ ଅଧିକ ଦେଶର ପ୍ରତିନିଧୀ ଜୈସଲମେର ପୋଖରାନ ଫିଲ୍ଡ ଫାୟାରିଂ ରେଞ୍ଜରେ ଦେଖିଲେ ‘ଭାରତ ଶକ୍ତି’ ର ଯୁଦ୍ଧାଭ୍ୟାସ ...ଭାରତରେ ପ୍ରସ୍ତୁତ ଏହି ସମସ୍ତ ସ୍ବଦେଶୀ ଯୁଦ୍ଧାସ୍ତ୍ର ଏବଂ ଯୁଦ୍ଧ ବିମାନ ସ୍ଥଳ, ବାୟୁ, ସମୁଦ୍ର, ସାଇବର ଏବଂ ସ୍ପେସ୍ ଡୋମେନ୍ ମଧ୍ୟରେ ସୃଷ୍ଟି ହେଉଥିବା ବିପଦକୁ ଦୂର କରିବାରେ ଭାରତୀୟ ସଶସ୍ତ୍ର ବାହିନୀର ସମନ୍ୱିତ କାର୍ଯ୍ୟକ୍ଷମତାକୁ ଦର୍ଶାଇବ | ଏହି ୱାର ଏକସରସାଇଜରେ ଟି -90 ଆଇଏମ୍ ଟ୍ୟାଙ୍କ, ଧନୁଷ ଏବଂ ସାରଙ୍ଗ ଗୁନ୍ ସିଷ୍ଟମ୍, ଆକାଶ ଅସ୍ତ୍ରଶସ୍ତ୍ର ସିଷ୍ଟମ୍, ଲଜିଷ୍ଟିକ୍ ଡ୍ରୋନ୍, ରୋବୋଟିକ୍ ମ୍ୟୁଲେସ୍, ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର (ALH) ଏବଂ ମାନବବିହୀନ ବିମାନ ଯାନ ଭଳି ବିଭିନ୍ନ ଉନ୍ନତ ଉପକରଣ ଏବଂ ଅସ୍ତ୍ରଶସ୍ତ୍ରକୁ ପ୍ରଦର୍ଶିତ କରାଜାଇଥିଲା।
ଅଧିକ ପଢନ୍ତୁ ଭାରତ ଖବର