|
logo
Live

Argus News -  ମୋଦି ସରକାରଙ୍କ ଫୋକସରେ ଆଦିବାସୀ, ହିସାବ ରଖିଲା ବିଜେପି

National

 ମୋଦି ସରକାରଙ୍କ ଫୋକସରେ ଆଦିବାସୀ, ହିସାବ ରଖିଲା ବିଜେପି

Manini Pattanayak
Browse all articles by Manini Pattanayak
·2 years ago·3 min read
 ମୋଦି ସରକାରଙ୍କ ଫୋକସରେ ଆଦିବାସୀ, ହିସାବ ରଖିଲା ବିଜେପି

ନୂଆଦିଲ୍ଲୀ:  ମୋଦି ସରକାରଙ୍କ ଫୋକସରେ ଆଦିବାସୀ । ସାରା ଦେଶରେ ବନଧନ କେନ୍ଦ୍ର ମାଧ୍ୟମରେ ହେଉଛି ଆଦିବାସୀଙ୍କ ବିକାଶ । ଜନମନ ଯୋଜନାରେ ପାଣ୍ଠି ଦେଉଛନ୍ତି ମୋଦି । ହେଲେ ଓଡିଶାରେ ବନଧନ କେନ୍ଦ୍ରର କଚ୍ଛପ ଗତିକୁ ନେଇ ଖପ୍ପା ବିଭାଗୀୟ ମନ୍ତ୍ରୀ । ଏପଟେ ବିଜେପି ପ୍ରତି ବଢୁଥିବା ଆଦିବାସୀଙ୍କ ସମର୍ଥନକୁ ନେଇ ଉତ୍ସାହିତ ବିଜେପି । 24 ମହାଲଢ଼େଇରେ ଓଡ଼ିଶାରେ ତୁଲାଇବେ କି ନିର୍ଣ୍ଣାୟକ ଭୂମିକା ? ୨୦୨୪ ସାଧାରଣ ନିର୍ବାଚନରେ ନିର୍ଣ୍ଣାୟକ ହେବ ଆଦିବାସୀ ଭୋଟ୍ । କାରଣ ଓଡିଶାରେ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୩୩ଟି ସିଟ୍ ଆଦିବାସୀ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ । ସେହିପରି ୨୧ ଲୋକସଭା ସିଟରୁ ୫ଟି ସିଟ୍ ଆଦିବାସୀଙ୍କ ପାଇଁ ରିଜର୍ଭ ରହିଛି । ଏହାବାଦ ୭ଟି ଲୋକସଭା ଏବଂ ୩୫ଟି ଅଣସଂରକ୍ଷିତ ବିଧାନସଭା କ୍ଷେତ୍ରରେ ଆଦିବାସୀଙ୍କ ଭୋଟ ହାର ୧୫ ପ୍ରତିଶତରୁ ଅଧିକ । 

୨୦୧୯ରେ ମୋଟ୍ ୩୩ଟି ଆଦିବାସୀ ସଂରକ୍ଷିତ ବିଧାନସଭା ସିଟରୁ ବିଜେପି ଖାତାକୁ ୧୧ଟି ଆସନ ଯାଇଥିବା ବେଳେ ବିଜେଡି ୨୦ଟି ସିଟରେ ଜିତିଥିଲା । ସେହିପରି ମୋଟ ୫ଟି ସଂରକ୍ଷିତ ଲୋକସଭା ଆସନରୁ ଉଭୟ ବିଜେପି ଓ ବିଜେଡି ଭାଗକୁ ୨ଟି ଲେଖାଏଁ ଆସନ ଯାଇଥିବା ବେଳେ କଂଗ୍ରେସ ଗୋଟିଏ ସିଟ ଜିତିଥିଲା । ତେବେ ୨୪ ନିର୍ବାଚନରେ କେଉଁ ଦଳକୁ କେତେ ମିଳିବ ଆଦିବାସୀ ଭୋଟ ? ଥରେ ନଜର ପକାନ୍ତୁ ଆଦିବାସୀଙ୍କ ବିକାଶ ପାଇଁ ୧୦ ବର୍ଷର ଶାସନରେ କଣ ଅନୁଦାନ ଦେଇଛନ୍ତି ମୋଦି ସରକାର । ଯାହାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ତଥ୍ୟ ରଖିଛି ବିଜେପି । ମୋଦି ଶାସନରେ ସର୍ବାଧିକ ଲାଭାନ୍ଵିତ ଓ ସମ୍ମାନିତ ହୋଇଛନ୍ତି ଆଦିବାସୀ । ୨୦୧୪ରେ ଦେଶରେ ମୋଦି ସରକାର ଆସିବା ପରେ ସର୍ବଦା ଫୋକସରେ ରହିଛନ୍ତି ଆଦିବାସୀ । 

୧୯୯୯ ବାଜପେୟୀ ସରକାର ସମୟରେ କେନ୍ଦ୍ରରେ ପଥମ ଥର ଆଦିବାସୀ ବ୍ୟାପର ମନ୍ତ୍ରଣାଲୟ ପ୍ରତିଷ୍ଠା ହୋଇଥିବା ବେଳେ ପ୍ରଥମ ଆଦିବାସୀ ମନ୍ତ୍ରୀ ଭାବେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କୁ ଦାୟିତ୍ଵ ଦିଆଯାଇଥିଲା । କେବେଳ ଏତିକି ନୁହେଁ, ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଜଣେ ଆଦିବାସୀ ମହିଳାଙ୍କୁ ପ୍ରାର୍ଥୀ କରିଥିଲା ଏନଡିଏ । ମୟୁରଭଞ୍ଜ ଭଳି ଜିଲ୍ଲାର ଝିଅ ଦ୍ରୌପଦୀ ମୁର୍ମୁ ଏବେ ଦେଶର ରାଷ୍ଟ୍ରପତି । ଏହାସହ ବିଶ୍ଵେଶ୍ଵର ଟୁଡୁଙ୍କ ସମେତ ୮ ଜଣ ଆଦିବାସୀ ନେତା ମୋଦି ସରକାରରେ ପାଇଛନ୍ତି ମନ୍ତ୍ରୀ ପଦ । ୨୦୨୧ରୁ ଆଦିବାସୀ ସଂଗ୍ରାମୀଙ୍କୁ ସମ୍ମାନ ଜଣାଇବା ପାଇଁ ୧୫ ନଭେମ୍ବର ବିର୍ସା ମୁଣ୍ଡାଙ୍କ ଜନ୍ମଦିନକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି । ରାଜ୍ୟରେ ଥିବା ୨୩ଟି ଆଟିଡିଏ ଅଧିନରେ ରହିଛି ୧୨୧ଟି ଆଦିବାସୀ ପ୍ରବଣ ବ୍ଲକ । ଯାହାକି ଆଦିବାସୀଙ୍କ ବିକାଶ କ୍ଷେତ୍ରରେ ଅନେକ କାମ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିନ୍ତୁ ଓଡିଶାରେ ଅବହେଳିତ ଆଦିବାସୀ । କେନ୍ଦ୍ର ଦେଉଥିବା ଅନୁଦାନ ଏଠି ବାଟମାରଣା କରୁଛି ବିଜେଡି ସରକାର । ଡିଏମଏଫ୍ ଫଣ୍ଡରେ ବ୍ୟାପକ ଭ୍ରଷ୍ଟାଚାର କାରଣରୁ ଜନଜାତିଙ୍କ ଆର୍ଥିକ ଅଭିବୃଦ୍ଧିରେ ବାଧା ସୃଷ୍ଟି ହେଉଛି । ଓଆରଭି ଓ ପେସା ଆଇନକୁ କାର୍ଯ୍ୟକାରୀ ନକରିବାରୁ ଜନଜାତିବର୍ଗଙ୍କ ସାମାଜିକ, ନ୍ୟାୟିକ ଅଧିକାର କ୍ଷୁର୍ଣ୍ଣ ହେଉଛି । ରାଜ୍ୟରେ ୬୫% ଆଦିବାସୀ ଶିଶୁ ରକ୍ତ ହୀନତାର ଓ ଅପପୁଷ୍ଟିର ଶିକାର । ରାଜ୍ୟରେ ପ୍ରାୟ ଅପହଞ୍ଚ ଗାଁ ସଂଖ୍ୟା ୨,୪୭୬ରୁ ୧,୩୨୬ ଗାଁ କେବଳ ୫୦% ଆଦିବାସୀ ବସବାସ କରୁଥିବା ୯ଜିଲ୍ଲା ଗୁଡ଼ିକରେ ଅବସ୍ଥିତ । ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ଅତ୍ୟାଚାର ଓ ପୋଲିସଠାର ନ୍ୟାୟ ନମିଳିବାରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି ।  ନିୟମିତ ଭାବେ ଟିଏସି କମିଟି ବୈଠକ ନହେବା କାରଣରୁ ସାମ୍ବିଧାନିକ ଅଧିକାରରୁ ବଂଚିତ ହେଉଥିବାବେଳେ  ଖଣିଖାଦାନ ଅଂଚଳରେ ବେଆଇନ ଭାବେ ବେଦଖଲ କରାଯାଉଛି । ଆଦିବାସୀବହୁଳ ଅଂଚଳରେ ଶିକ୍ଷକ ଓ  ଡାକ୍ତର ଅଭାବ କାରଣରୁ ଶିକ୍ଷା ଓ ସ୍ୱାସ୍ଥ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । 

ଜନଜାତିଙ୍କୁ ଆର୍ଥିକ ସ୍ଵାବଲମ୍ବି କରିବା ପାଇଁ ୨୦୧୮ରେ ପିଏମ୍ ବନ ଧନ ଯୋଜନା ଆରମ୍ଭ କରିଛନ୍ତି ମୋଦି ସରକାର । ଓଡିଶାରେ ବନଧନ ଯୋଜନାରେ 15 ଜିଲ୍ଲାରେ 170 କେନ୍ଦ୍ର ଖୋଲାଯାଇଛି... ଏଥିରେ 4110 ବନଧନ ଏସଏଚଜି ପଞ୍ଜିକୃତ ହୋଇଛନ୍ତି.. 25 କୋଟିର ଅନୁଦାନ ଆସିଛି.. ୨୦୦୪ରୁ ୨୦୧୩ ଭିତରେ କଂଗ୍ରେସ ସରକାର ସମୟରେ  ମାତ୍ର ୯୦ଟି ଏକଲବ୍ୟ ଆବାସିକ ମଡେଲ ସ୍କୁଲ ଥିଲା । ହେଲେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ ଭାର ନେଲା ପରେ ଗତ ୧୦ ବର୍ଷ ଭିତରେ ୭୪୦ଟି ଏକଲବ୍ୟ ଆବାସିକ ମଡେଲ ସ୍କୁଲ ଅନୁମୋଦିତ ହୋଇଛି । ଓଡିଶାରେ ୧୧୪ଟି ଏକଲବ୍ୟ ବିଦ୍ୟାଳୟ ସ୍ଥାପନା ହୋଇଥିବା ବେଳେ ୮୭ଟି ନୂତନ ଏକଲବ୍ୟ ମଡେଲ ଆବସିକ ସ୍କୁଲ ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର ।

ଅଧିକ ପଢନ୍ତୁ ଭାରତ ଖବର  

Sponsored
 ମୋଦି ସରକାରଙ୍କ ଫୋକସରେ ଆଦିବାସୀ, ହିସାବ ରଖିଲା ବିଜେପି | Argus News