Videos
|
National

'ସଦୈବ ଅଟଳ' ସ୍ମୃତି ସ୍ଥଳରେ ଅଟଳଙ୍କୁ ଶ୍ରଦ୍ଧାଞ୍ଜଳି

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·1 min read
'ସଦୈବ ଅଟଳ' ସ୍ମୃତି ସ୍ଥଳରେ ଅଟଳଙ୍କୁ ଶ୍ରଦ୍ଧାଞ୍ଜଳି

Key Points

୨୦୧୮ ଅଗଷ୍ଟ ୧୬ରେ ନୂଆଦିଲ୍ଲୀରେ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ହୋଇଥିଲା। ତାଙ୍କ ଅସ୍ଥି ଭାରତର ୧୦୦ଟି ନଦୀରେ ବିସର୍ଜନ କରାଯାଇଥିଲା। ସେ ତିନି ଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ ।

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ନୂଆଦିଲ୍ଲୀରେ ଥିବା ତାଙ୍କ ସ୍ମୃତିସ୍ଥଳ ‘ସଦୈବ ଅଟଳ’ରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସଦୈବ ଅଟଳରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଧର୍ମେନ୍ଦ୍ର କହିଛନ୍ତି, ଦେଶ ସ୍ଵାର୍ଥରେ ଅଟଳଜୀଙ୍କ ନୀତି ଆଦର୍ଶ ପ୍ରେରଣା ହୋଇ ରହିବ । ବିଜେପିର ପ୍ରତିଷ୍ଠାତା ସଦସ୍ୟ ଅଟଳଜୀ ଥିଲେ କୋଟି କୋଟି କାର୍ଯ୍ୟକର୍ତ୍ତାଙ୍କ ପ୍ରେରଣାର ସ୍ରୋତ । ଯେତେବେଳେ ଦେଶର ରାଜନୈତିକ ନୈତିକତା, ରାଷ୍ଟ୍ର କଲ୍ୟାଣ ପ୍ରତି ସଠିକ୍ ନିଷ୍ଠା ଏବଂ ସିଦ୍ଧାନ୍ତ ଉପରେ ଚର୍ଚ୍ଚା ଆଲୋଚନା ହେବ, ସେତେବେଳେ ଶ୍ରଦ୍ଧେୟ ଅଟଳଜୀଙ୍କୁ ସ୍ମରଣ କରାଯିବ । ବାଜପେୟୀଙ୍କ ଏହି ପୁଣ୍ୟତିଥିରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି ।

୨୦୧୮ ଅଗଷ୍ଟ ୧୬ରେ ନୂଆଦିଲ୍ଲୀରେ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ହୋଇଥିଲା। ତାଙ୍କ ଅସ୍ଥି ଭାରତର ୧୦୦ଟି ନଦୀରେ ବିସର୍ଜନ କରାଯାଇଥିଲା। ସେ ତିନି ଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Tributes paid to Atal Bihari vajpayee at 'Sadaiva Atal' memorial | Argus News