Anurag Dhankar / ତ୍ରିପୁରା ଡିଜିପି ଅନୁରାଗ ଧନକରଙ୍କ ସନ୍ଦେହ ଜନକ ମୃତ୍ୟୁ

Key Points
ତ୍ରିପୁରା ଡିଜିପି ଅନୁରାଗ ଧନକରଙ୍କ ସନ୍ଦେହ ଜନକ ମୃତ୍ୟୁ
ତ୍ରିପୁରା ପୋଲିସ ମୁଖ୍ୟାଳୟରୁ ଡିଜିପି ଅନୁରାଗ ଧନକରଙ୍କ ମୃତଦେହ ଉଦ୍ଧାର
ପୋଲିସ ହେଡକ୍ୱାର୍ଟରରୁ ଉଦ୍ଧାର ହେଲା ମୃତଦେହ, ସ୍ତବ୍ଧ ପୋଲିସ ବାହିନୀ
ସାରା ତ୍ରିପୁରାକୁ ସ୍ତବ୍ଧ କରିଦେଇଛି ଏକ ଚାଞ୍ଚଲ୍ୟକର ଘଟଣା । ରାଜ୍ୟ ପୋଲିସର ସର୍ବୋଚ୍ଚ ଅଧିକାରୀ ଡିଜିପି ଅନୁରାଗ ଧନକରଙ୍କ ମୃତଦେହ ଅଗରତଲାସ୍ଥିତ ପୋଲିସ ମୁଖ୍ୟାଳୟରେ ଥିବା ତାଙ୍କ କାର୍ଯ୍ୟାଳୟରୁ ଉଦ୍ଧାର ହୋଇଛି । ପ୍ରାଥମିକ ତଦନ୍ତରେ ଆତ୍ମହତ୍ୟା ସନ୍ଦେହ କରାଯାଉଥିବା ବେଳେ, ଏହି ଅପ୍ରତ୍ୟାଶିତ ଘଟଣା ପୋଲିସ ବାହିନୀ ସହ ସମଗ୍ର ପ୍ରଶାସନିକ ମହଳକୁ ଆଶ୍ଚର୍ଯ୍ୟ ଓ ଶୋକର ଛାୟା ଖେଳାଇଦେଇଛି । ଘଟଣାର ପ୍ରକୃତ କାରଣ କ'ଣ, ତାହାକୁ ନେଇ ତଦନ୍ତ ଜାରି ରହିଛି ।
ଆତ୍ମହତ୍ୟା ହୋଇଥିବା ନେଇ ସନ୍ଦେହ କରାଯାଉଛି । ତ୍ରିପୁରା ଡିଜିପି ଅନୁରାଗ ଧନକରଙ୍କ ପରଲୋକ । ପୋଲିସ ହେଡକ୍ୱାର୍ଟରରୁ ଉଦ୍ଧାର ହେଲା ମୃତଦେହ, ଏହାକୁ ଦେଖି ପୋଲିସ ବାହିନୀ ସ୍ତବ୍ଧ । ତ୍ରିପୁରା ପୋଲିସ ମହାନିର୍ଦ୍ଦେଶକ ବା DGP ଅନୁରାଗ ଧନକରଙ୍କ ମୃତଦେହ ଅଗରତଲାସ୍ଥିତ ପୋଲିସ ମୁଖ୍ୟାଳୟରୁ ଉଦ୍ଧାର କରାଯାଇଛି ।
ମୁଖ୍ୟାଳୟସ୍ଥିତ ନିଜ କାର୍ଯ୍ୟାଳୟରୁ ତାଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ତୁରନ୍ତ ଆଗରତଲାର ଜିବି ହସପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ସନ୍ଦେହ କରାଯାଉଛି । ଘଟଣା ପରେ ମୁଖ୍ୟମନ୍ତ୍ରୀ ମାଣିକ ସାହା, ମୁଖ୍ୟ ଶାସନ ସଚିବ ଜେ.କେ. ସିହ୍ନା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ହସପିଟାଲରେ ପହଞ୍ଚିଛନ୍ତି । ଏହି ଘଟଣା ସମଗ୍ର ପୋଲିସ ବାହିନୀ ଓ ପ୍ରଶାସନିକ ସ୍ତରରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି ।
୧୯୯୪ ବ୍ୟାଚ୍ର ତ୍ରିପୁରା କ୍ୟାଡର୍ର ବରିଷ୍ଠ ଆଇପିଏସ ଅଧିକାରୀ । ମେ ୨୦୨୫ରୁ ସେ ତ୍ରିପୁରା ପୋଲିସର ମହାନିର୍ଦ୍ଦେଶକ (DGP) ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ତାଙ୍କର ପ୍ରାୟ ୩୦ ବର୍ଷର ସେବା କାଳ ମଧ୍ୟରେ ସେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI), ସୀମା ସୁରକ୍ଷା ବାହିନୀ (BSF) ଏବଂ ଜାତିସଂଘର କୋସୋଭୋ ମିଶନ୍ (United Nations Mission in Kosovo) ସମେତ ଗୁଇନ୍ଦା ବିଭାଗରେ ପ୍ରମୁଖ ପଦବୀରେ କାର୍ଯ୍ୟ କରିଥିଲେ।
📱 Get Argus News App
✨Related Topics
Explore more stories