Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୬ ଦିନ ତଳେ ଦିଲ୍ଲୀରୁ ନିଖୋଜ ଥିଲେ ତ୍ରିପୁରା ଯୁବତୀ: ଆଜି ମିଳିଲା ମୃତଦେହ

Ritu Das
Browse all articles by Ritu Das
·1 year ago·2 min read
୬ ଦିନ ତଳେ ଦିଲ୍ଲୀରୁ ନିଖୋଜ ଥିଲେ ତ୍ରିପୁରା ଯୁବତୀ: ଆଜି ମିଳିଲା ମୃତଦେହ

Key Points

ଯମୁନା ନଦୀରୁ ମିଳିଲା ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ

ଦିଲ୍ଲୀ ଗୀତା କଲୋନୀ ଅଞ୍ଚଳରେ ଥିବା ଯମୁନା ନଦୀ କଡରୁ ମିଳିଲା ମୃତଦେହ

ତାଙ୍କ ନାଁ ସ୍ନେହା ଦେବନାଥ

ସ୍ନେହା ବିଏସସି ଗଣିତ ବିଭାଗର ୨ୟ ବର୍ଷର ଛାତ୍ରୀ ଥିଲେ

ଯମୁନା ନଦୀରୁ ମିଳିଲା ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ । ଦିଲ୍ଲୀ ଗୀତା କଲୋନୀ ଅଞ୍ଚଳରେ ଥିବା ଯମୁନା ନଦୀ କଡରୁ ମିଳିଲା ମୃତଦେହ । ମୃତ ଯୁବତୀ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ରୀ। ତାଙ୍କ ନାଁ ସ୍ନେହା ଦେବନାଥ । ତାଙ୍କ ବୟସ ୧୯ ବର୍ଷ। ତେବେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଆତ୍ମରାମ ସନାତନ ଧର୍ମ କଲେଜରେ ପଢୁଥିବା ସ୍ନେହା ବିଏସସି ଗଣିତ ବିଭାଗର ୨ୟ ବର୍ଷର ଛାତ୍ରୀ । ଗତ ୭ ତାରିଖରୁ ସ୍ନେହା ନିଖୋଜ ଅଛନ୍ତି । ଯଦିଓ ସ୍ନେହାଙ୍କ ଘର ତ୍ରିପୁରା ମାତ୍ର ସେ ତାଙ୍କ ପରିବାର ସହ ଦିଲ୍ଲୀରେ ରହି ଆସୁଛନ୍ତି । ଯୁବତୀଙ୍କ ଶେଷ ଲୋକେସନ ସିଗନେଚର ବ୍ରିଜ୍ ଦେଖାଉଥିବା ବେଳେ ସ୍ନେହା ବ୍ରିଜରୁ ଡିଆଁ ମାରି ଆତ୍ମହତ୍ୟା କରିଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି ।


ତେବେ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଜୁଲାଇ ୭ ତାରିଖ ଦିନ ସ୍ନେହା ତାଙ୍କ ସାଙ୍ଗକୁ ରେଳ ଷ୍ଟେସନ ଛାଡିବାକୁ ଯିବାକୁ କହି ଘରୁ ବାହାରିଥିଲେ । ସକାଳ ୫ଟା ୧୫ରେ ଘରୁ ବାହାରିଥିବା ବେଳେ ସକାଳ ୮.୪୫ ବେଳକୁ ସ୍ନେହା ଘରକୁ ନଫେରିବାରୁ ତାଙ୍କ ଫୋନକୁ ଭଉଣୀ କଲ୍ କରିଥିଲେ ହେଲେ ତାଙ୍କ ଫୋନ୍ ସ୍ବିଚଅଫ୍ ଥିଲା । ବ୍ୟସ୍ତ ହୋଇ ସେ ସ୍ନେହାଙ୍କ ସାଙ୍ଗକୁ ଫୋନ କରିବାକୁ ସେ ମନା କରିଥିଲେ ତି ଆଜି ସ୍ନେହା ସହ ତାଙ୍କର ଭେଟ ହୋଇନି କି ସେ କେଉଁ ରେଳ ଷ୍ଟେସନ ଯାଇ ନାହାନ୍ତି । ସ୍ନେହା ଯେଉଁ କ୍ୟାବ୍ ବୁକ କରି ଯାଇଥିଲେ ତାଙ୍କ ସହ ଯୋଗାଯୋଗ କରିବାକୁ ଜଣା ପଡିଲା କି ସ୍ନେହା ସିଗନେଚର ବ୍ରିଜରେ ଓହ୍ଲାଇ ଯାଇଥିଲେ । ତେବେ ସେଠାରେ ଲାଗିଥିବା ସିସିଟିଭିର ଭିଜୁଆଲରୁ ସ୍ନେହାଙ୍କ ଗତିବିଧି ଟ୍ରାକ୍ କରି ହେଉନଥିବା ପୋଲିସ କହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
tripura-girl-missing-from-delhi-6-days-ago-body-found-today | Argus News