Videos
|
National

ମହାକାଶରେ ଉଡ଼ିବ ତ୍ରିରଙ୍ଗା: ୪୧ ବର୍ଷ ପରେ ମହାକାଶ ଗଲେ ୨ୟ ଭାରତୀୟ

Ritu Das
Browse all articles by Ritu Das
·1 year ago·2 min read
ମହାକାଶରେ ଉଡ଼ିବ ତ୍ରିରଙ୍ଗା: ୪୧ ବର୍ଷ ପରେ ମହାକାଶ ଗଲେ ୨ୟ ଭାରତୀୟ

Key Points

ଦୀର୍ଘ ୪ ଦଶନ୍ଧି ହେଲା କୌଣସି ଜଣେ ବି ମହାକାଶଚାରୀ ଭାରତରୁ ବାହାରି ନଥିଲେ

୧୯୮୪ ପରେ ୨୦୨୫ରେ ଭାରତ ଇତିହାସରେ ପୁଣି ଜଣେ ମହାକାଶଚାରୀଙ୍କ ନାମ

୪୦ ବର୍ଷ ପରେ ସତ ହୋଇଛି ଆଜି ତାଙ୍କ ସ୍ବପ୍ନ

ସଫଳ ଉତକ୍ଷେପଣ ପରେ ଯାତ୍ରା ମଝିରୁ ଭାରତ ପାଇଁ ବାର୍ତ୍ତା ଦେଇଛନ୍ତି ଶୁଭାଂଶୁ ଶୁକ୍ଳା

୧୯୮୪ ମସିହା, ଏକ ଶୀତୁଆ ସକାଳରେ ମହାକାଶ ଯାତ୍ରା ପାଇଁ ପ୍ରସ୍ତୁତ ହେଉଥିଲେ ଭାରତୀୟ ବାୟୁସେନା ଅଧିକାରୀ ରାକେଶ ଶର୍ମା । ସୋୟୁଜ୍ ଟି-୧୧ ଇଞ୍ଜିନର ଗର୍ଜନ ସହ ସେ ଉପରକୁ ଉଠିବାକୁ ଲାଗିଲେ ଆଉ କିଛି ସମୟ ପରେ ସେ ପୃଥିବୀକୁ ଅତିକ୍ରମ କରି ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ଏହି ଯାତ୍ରା ସହ ରାକେଶ ଶର୍ମା ବନିଗଲେ ପ୍ରଥମ ଭାରତୀୟ ମହାକାଶଚାରୀ । ବାସ୍ ତା ପରଠାରୁ ଦୀର୍ଘ ୪ ଦଶନ୍ଧି ହେଲା କୌଣସି ଜଣେ ବି ମହାକାଶଚାରୀ ଭାରତରୁ ବାହାରି ନଥିଲେ । ହେଲେ ଏବେ ସେହି ସମୟ ପୁଣି ଥରେ ଆସିଛି । ୧୯୮୪ ପରେ ୨୦୨୫ରେ ଭାରତ ଇତିହାସରେ ପୁଣି ଜଣେ ମହାକାଶଚାରୀଙ୍କ ନାମ ଯୋଡି ହୋଇ ଯାଇଛି ଆଉ ସିଏ ହେଉଛନ୍ତି ଶୁଭାଂଶୁ ଶୁକ୍ଳା ।


ଯିଏ ମହାକାଶ ପାଇଁ ଯାତ୍ରା ଆରମ୍ଭ କରି ସାରିଛନ୍ତି। ୧୯୮୪ ମସିହାରେ ଯେବେ ରାକେଶ ଶର୍ମା ପ୍ରଥମ ଭାରତୀୟ ଭାବେ ମହାକାଶ ଯାତ୍ରା କରିଥିଲେ ତାର୍ ଠିକ୍ ବର୍ଷେ ପରେ ମାନେ ୧୯୮୫ରେ ଜନ୍ମ ହୋଇଥିଲେ ଶୁଭାଂଶୁ । ଆକାଶର ତାରାଙ୍କୁ ଦେଖି ଦେଖି ତାଙ୍କ ପିଲାବେଳ ଖାଲି କଟିନି ବରଂ ତାରଭର୍ତ୍ତି ଆକାଶକୁ ଭେଦି ମହାକାଶରେ ପହଞ୍ଚିବାକୁ ତାଙ୍କ କୁନି ଆଖି ବୋଧେ ସେବେଠୁ ସ୍ବପ୍ନ ଦେଖୁଥିଲା ଯାହା ୪୦ ବର୍ଷ ପରେ ସତ ହୋଇଛି । ଏହି ଯାତ୍ରା ସହ ଶୁଭାଂଶୁ ଶୁକ୍ଳା ପାଲଟିଛନ୍ତି ୨ୟ ଭାରତୀୟ । ଯିଏ ମହାକାଶକୁ ଯାତ୍ରା କରିଛନ୍ତି । ତେବେ ସଫଳ ଉତକ୍ଷେପଣ ପରେ ଯାତ୍ରା ମଝିରୁ ଭାରତ ପାଇଁ ବାର୍ତ୍ତା ଦେଇଛନ୍ତି ଶୁଭାଂଶୁ । ଭାରତୀୟଙ୍କୁ ନମସ୍କାର କହି ବାର୍ତ୍ତା ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଶୁଭାଂଶୁ କହିଛନ୍ତି- ନମସ୍କାର, ମୋର ପ୍ରିୟ ଦେଶବାସୀ ! ଏହା ଏକ ଚମତ୍କାର ଯାତ୍ରା । ଭାରତ ୪୧ ବର୍ଷ ପରେ ପୁଣି ଥରେ ମହାକାଶକୁ ଫେରିଛି । ଆମେ ସେକେଣ୍ଡ ପ୍ରତି ୭.୫ କିଲୋମିଟର ବେଗରେ ପୃଥିବୀ ଚାରିପାଖରେ ଘୁରୁଛୁ । ମୋ କାନ୍ଧରେ ତ୍ରିରଙ୍ଗା ଲଗାଯାଇଛି, ଯାହା ମତେ କହୁଛି ଯେ ମୁଁ ତୁମ ସମସ୍ତଙ୍କ ସହିତ ଅଛି । ମୋର ଏହି ଯାତ୍ରା ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ ପାଇଁ ନୁହେଁ ବରଂ ଭାରତର ମାନବ ମହାକାଶ କାର୍ଯ୍ଯକ୍ରମ ପାଇଁ.. ମୁଁ ଚାହେଁ ସମସ୍ତେ ଏହି ଯାତ୍ରାର ଅଂଶ ହୁଅନ୍ତୁ । ସମସ୍ତଙ୍କ ଛାତି ଗର୍ବରେ ଫୁଲିଯାଉ.. ଜୟ ହିନ୍ଦ , ଜୟ ଭାରତ.....

triranga-to-fly-in-space-2nd-indian-to-go-into-space-after-41-years | Argus News