ବସନ୍ତପଞ୍ଚମୀ ଅବସରରେ ଜନସମୁଦ୍ର ପାଲଟିଛି ତ୍ରିବେଣୀ ସଙ୍ଗମ

ଅର୍ଗସ ବ୍ୟୁରୋ: ବସନ୍ତପଞ୍ଚମୀ ଅବସରରେ ଜନସମୁଦ୍ର ପାଲଟିଛି ତ୍ରିବେଣୀ ସଙ୍ଗମ । ପ୍ରତ୍ୟୁଷରୁ ବୁଡ ପକାଇବା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଅନେକ ସାଧୁସନ୍ଥ ଏହି ମହିନ୍ଦ୍ରବେଳାରେ ବୁଡ ପକାଇଛନ୍ତି । ଅମୃତସ୍ନାନ ପାଇଁ ବ୍ରାହ୍ମମୁହୂର୍ତ୍ତରୁ ତ୍ରିବେଣୀ ସଂଙ୍ଗମରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ପୂର୍ବରୁ ମକର ସଂକ୍ରାନ୍ତି ଓ ମୌନୀ ଅମାବାସ୍ୟାରେ ଅମୃତସ୍ନାନ ପାଇଁ କୋଟି କୋଟି ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ଏକାଠି ହୋଇଥିଲେ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ୩୩କୋଟି ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ବୁଡ ପକାଇଥିବା ସୂଚନା ମିଳିଛି ।
21 ଦିନରେ ପହଞ୍ଚିଛି ପବିତ୍ର ମହାକୁମ୍ଭ ମେଳା । ଆଜି ମହାକୁମ୍ଭରେ ଅମୃତ ସ୍ନାନର ତଥି ରହିଛି । ଏଥିପାଇଁ ପ୍ରୟାଗରାଜ ସଂଗମ ସ୍ଥଳରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଦେଶର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ମାନେ ଆସି ପହଞ୍ଚିଛନ୍ତି । ତେବେ ଆଜି ପ୍ରୟାଗରାଜରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇ ଅଧିକ ଫୋର୍ସ ମୁତୟନ କରାଯାଇଛି । ସେପଟେ ଏଯାବତ୍ ମହାକୁମ୍ଭରେ ପ୍ରାୟ 29 କୋଟି ଶ୍ରଦ୍ଧାଳୁ ବୁଡ ପକାଇ ସାରିଥିବା ୟୁପି ପ୍ରଶାସନ ପକ୍ଷରୁ କୁହାଯାଇଛି । ସେପଟେ ସାମ୍ନାକୁ ଆସିଛି ମହାକୁମ୍ଭରେ ଦଳାଚକଟା ଘଟଣାର ଭିଡିଓ ।
📱 Get Argus News App
✨ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ମହାକୁମ୍ଭର ସେଦିନର ଭୟଙ୍କର ଦୃଶ୍ୟର କିଛି କ୍ଲିପ୍ ଭାଇରାଲ୍ ହେବାରେ ଲାଗିଛି । ଗତ ମୌନୀ ଅମାବାସ୍ୟା ରାତିରେ ମହା କୁମ୍ଭମେଳାରେ ଦଳାଚକଟା ହୋଇଥିଲା। ଏଥିରେ ୩୦ଜଣଙ୍କର ମୃତ୍ୟୁ ହୋଇଥିଲା। ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ଏହି ଘଟଣା ପରଠାରୁ ମୃତକଙ୍କ ସଂଖ୍ୟାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି କାରଣ ନିଖୋଜ ଲୋକଙ୍କ ସଂଖ୍ୟା ଅଧିକ ବୋଲି କୁହାଯାଉଛି ।
ଏବେ ଦଳାଚକଟା ଘଟଣା ପରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କେମିତି ହୋଇଥିଲା ଦଳାଚକଟା ପରିସ୍ଥିତି ତାହା ଦେଖିବାକୁ ମିଳିଛି। ବ୍ୟାରିକେଡ୍ ଖୋଲିବା ମାତ୍ରେ ହଜାର ହଜାର ଲୋକ ନଦୀରେ ବୁଡ ପକାଇବାକୁ ଦୌଡିଥିଲେ । ଫଳରେ ଆଗରେ ଥିବା ଲୋକଙ୍କ ଉପରେ ପଛରୁ ଭିଡ ମାଡି ଆସିଲା । ଏହାପରେ ଦଳାଚକଟା ସ୍ଥିତି ଦେଖାଦେଇଥିଲା । ଯାହା ଭାଇରାଲ୍ ଭିଡିଓରୁ ଅନୁମାନ୍ କରାଯାଉଛି । ସେପଟେ ଏବେ ବି ଅନେକ ମୃତକଙ୍କ ପରିଚୟ ମିଳିପାରିନାହିଁ । ଅନେର ନିଖୋଜ ଥିବା ମଧ୍ୟ କହାଯାଉଛି । ସେପଟେ ପ୍ରୟାଗରାଜର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଶନିବାର ଭେଟିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।