Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଟ୍ରକ ଚଲାଇ ଚଲାଇ ବନିଗଲେ ପ୍ରସିଦ୍ଧ ଫୁଡ ବ୍ଲଗର

Ritu Das
Browse all articles by Ritu Das
·1 year ago·2 min read
ଟ୍ରକ ଚଲାଇ ଚଲାଇ ବନିଗଲେ ପ୍ରସିଦ୍ଧ ଫୁଡ ବ୍ଲଗର

ଅର୍ଗସ ବ୍ୟୁରୋ: ଜୀବନରେ କେବେବି ହାର ମାନନ୍ତୁନି।  ମଣିଷର ବୟସ ବଢିବା ସାଙ୍ଗେ ସାଙ୍ଗେ ନିଜ ଭିତରେ ଥିବା ଆତ୍ମବିଶ୍ୱାସ ବି କମିବାରେ ଲାଗିଥାଏ । ବୟସ ବଢିବା ସାଙ୍ଗକୁ କିଛି କରିବାର ଇଚ୍ଛାଶକ୍ତି ମଧ୍ୟ ମରିଯାଇଥାଏ । କିନ୍ତୁ ଆଜି ଆମେ ଏମିତି ଜଣେ ବ୍ୟକ୍ତିଙ୍କ କଥା କହୁଛୁ ଯିଏ ଦୀର୍ଘ ୨୫ବର୍ଷ ହେଲା ଟ୍ରକ ଚଲାଉଛନ୍ତି। କିନ୍ତୁ ଗାଡ଼ି ଚଲାଇବା ସହ ସ୍ବପ୍ନ ଥିଲା କିଛି କରିକି ଦେଖାଇବାକୁ। ଆଉ ଟ୍ରକ ଚଲାଇବା ସହ ନିଜର ଫୁଡ ବ୍ଲଗ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଆଉ ଆଜି ସେ ଜଣେ ପରିଚିତ ୟୁଟ୍ୟୁବର। 

 

ଏହି କାହାଣୀ ହେଉଛି ଝାଡଖଣ୍ଡର ଏକ ଟ୍ରକ୍ ଡ୍ରାଇଭରଙ୍କର ।  ଟ୍ରକ୍ ଚାଳକଙ୍କ ନାଁ ହେଉଛି ରାଜେଶ୍ ରୱାନୀ । ରାଜେଶଙ୍କର ମାସିକ ରୋଜଗାର ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ରାଜେଶ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତି। ଯିଏ ଦିନେ ସବୁବେଳେ ଖରାପ ଅବସ୍ଥା ଦେଖିଥିଲେ। ବହୁତ କଷ୍ଟରେ ଏକ ଛୋଟ ଘରେ ରହୁଥିଲେ। କେବେ ଭାବି ନ ଥିଲେ ନିଜର ଏକ ଘର କରିବେ ବୋଲି। କିନ୍ତୁ ଆଜି ସବୁ ସ୍ବପ୍ନ ସାକାର ହୋଇଛି। ସେ ତାଙ୍କ ପାଇଁ ୧କୋଟିର ଏକ ଘର ନିର୍ମାଣ କରିଛନ୍ତି । ଟ୍ରକ୍ ଚଳାଇବା ସହ ରାଜେଶଙ୍କର ୟୁଟ୍ୟୁବ୍ ନିଶା ମଧ୍ୟ ରହିଥିଲା । ଯାହା ତାଙ୍କୁ ଏବେ ପପୁଲାର୍ କରିଦେଇଛି । ଏବେ ୟୁଟ୍ୟୁବରେ ରାଜେଶଙ୍କର ପାଖାପାଖି ୨ ମିଲିୟନ୍ ସବସକ୍ରାଇବର୍ ରହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ୟୁଟ୍ୟୁବରେ ରାଜେଶଙ୍କର ଏକ ବ୍ଲଗ୍ ଚ୍ୟାନେଲ ରହିଛି । ରାଜେଶ୍ ଟ୍ରକ୍ ଚଳାଇବା ସହ ଟ୍ରକରେ ରୋଷେଇ କରି ୟୁଟ୍ୟୁବରେ ବ୍ଲଗ୍ କରନ୍ତି । ଆଉ ଏଥିରୁ ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତି । ପ୍ରଥମେ ପ୍ରଥମେ ରାଜେଶ ଟ୍ରକ୍ ଚଳାଇବାବେଳେ ଘର ଲୋକଙ୍କୁ ରୋଷେଇ କରିବାର ଭିଡିଓ କରି ପଠାଉଥିଲେ । କିନ୍ତୁ ଦିନେ ରାଜେଶଙ୍କ ଦୁଇ ପୁଅ ବାପାଙ୍କ ଅଜାଣତରେ ଏହି ଭିଡିଓ ଗୁଡିକୁ ୟୁଟ୍ୟୁବରେ ଅପଲୋଡ କରିଥିଲେ । ପ୍ରତିଟି ଭିଡିଓରେ ଭଲ ରିଆକସନ୍ ଆସିବା ପରେ ଅଧିକ ଭିଡିଓ ବନାଇବାକୁ ବାପାଙ୍କୁ କହିଥିଲେ ଦୁଇ ପୁଅ । କିନ୍ତୁ ଗାଡି ଚଲାଇବା ସହ ଭିଡିଓ କରି ପଠାଇବା ରାଜେଶଙ୍କ ପାଖରେ ସମ୍ଭବ ନଥିଲା । ତେଣୁ ରାଜେଶଙ୍କ ପୁଅ ସାଗର ଟ୍ରକରେ ଯିବା ଆସିବା କରି ବାପାଙ୍କ ଭିଡିଓ ବନାଇଥିଲେ । ସେବେଠୁ ଆଜି ଯାଏଁ ରାଜେଶଙ୍କ ଭିଡିଓ ଧୀରେ ଧୀରେ ଲୋକପ୍ରିୟ ହେବାରେ ଲାଗିଛି ।
ରାଜେଶ୍ କୁହନ୍ତି, ସେ ପ୍ରଥମେ ବ୍ଲଗରେ ନିଜର ମୁହଁ ଲୁଚାଇ କେବଳ ଭଏସ ଜରିଆରେ ଭିଡିଓ କରୁଥିଲେ କିନ୍ତୁ ପରେ ଯେବେ ଭିଡିଓରେ ନିଜର ଫେସ୍ ଆଣିଲେ ସେବେ ସେ ଭାଇରାଲ୍ ହେବାରେ ଲାଗିଲେ । ଗୋଟିଏ ଦିନ ଗୋଟେ ଭିଡିଓରେ ପ୍ରଥମଥର ପାଇଁ ସାଢେ ୪ଲକ୍ଷ ଭ୍ୟୁ ଆସିଲା, ଭିଡିଓର ଟାଇଟଲରେ ରଖାଯାଇଥିଲା ‘ମେ ହୁଁ ରାଜେଶ’…

ରାଜେଶଙ୍କ କହିବା ଅନୁସାରେ ୨୦୨୧ରେ ସେ ୟୁଟ୍ୟୁବ୍ ସହ ଯୋଡିହୋଇଥିଲେ । ଆଉ ମାତ୍ର ୨ରୁ ୩ବର୍ଷ ମଧ୍ୟରେ ପପୁଲାର୍ ହୋଇଗଲେ । ୟୁଟ୍ୟୁବରୁ ରୋଜଗାର ହେଉଥିବା ଟଙ୍କାରେ ୧୨ଲକ୍ଷ ଟଙ୍କା ଦେଇ ନିଜର ଏକ ଟ୍ରକ୍ କିଣିଲେ । କେବଳ ଏତିକି ନୁହେଁ ୟୁଟ୍ୟୁବରୁ ରୋଜଗାର ଟଙ୍କାରେ ଏକ ଆଲିସାନ୍ ଘର ମଧ୍ୟ କରିପାରିଛନ୍ତି । ତେବେ କେବଳ ୟୁଟ୍ୟୁବରୁ ରାଜେଶ୍ ଏବେ ସୁଦ୍ଧା ରୋଜଗାର କରିସାରିଲେଣି ୬କୋଟି ଟଙ୍କା । ତେବେ କହିବାର କଥା ହେଉଛି ଏପର୍ଯ୍ୟନ୍ତ ପହଞ୍ଚିବାକୁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଛି। ଆଉ କଠିନ ପରିଶ୍ରମ କଲେ ହିଁ ନିଶ୍ଚିତ ସଫଳତା ମିଳିଥାଏ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
Truck driver | Argus News