Videos
|
National

US vs Russia: ଭାରତ ପାଇଁ ଲାଭ ଟ୍ରମ୍ପ-ପୁଟିନ୍ ବୈଠକ, ଋଷ-ୟୁକ୍ରେନ୍ ସଙ୍ଘର୍ଷର ବାହାରିବ ସମାଧାନ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
US vs Russia: ଭାରତ ପାଇଁ ଲାଭ ଟ୍ରମ୍ପ-ପୁଟିନ୍ ବୈଠକ, ଋଷ-ୟୁକ୍ରେନ୍ ସଙ୍ଘର୍ଷର ବାହାରିବ ସମାଧାନ !

Key Points

ଆଲାସ୍କା ବୈଠକ ଉପରେ ଭାରତର ନଜର ।
ଶାନ୍ତି ଚୁକ୍ତି ଦେବ ଭାରତକୁ ଫାଇଦା ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବୈଠକ ଉପରେ ରହିଛି ସାରା ବିଶ୍ବର ନଜର। ଆଉ ଭାରତ ମଧ୍ୟ ଏହି ବୈଠକ ଉପରେ ତୀକ୍ଷ୍ଣ ନଜର ରଖିଛି। ୧୫ ଅଗଷ୍ଟ, ୨୦୨୫ ରେ ଆଲାସ୍କାରେ ହେଉଥିବା ଏହି ସାକ୍ଷାତ କାର୍ଯ୍ୟକ୍ରମ ଭାରତୀୟ ସମୟ ଅନୁସାରେ ଶୁକ୍ରବାର ରାତିରେ ହେଉଛି। ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରୁଷ-ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବା। ଯଦି ଏହି ବୈଠକ ଏହାର ଲକ୍ଷ୍ୟ ହାସଲ କରିବାରେ ସଫଳ ହୁଏ, ତେବେ ଭାରତ ପାଇଁ ଏକ ବଡ ଲାଭ ହୋଇପାରେ। କାରଣ ରୁଷ ଠାରୁ ତୈଳ ଆମଦାନୀ ଯୋଗୁ ଆମେରିକା ଭାରତ ଉପରେ ଲାଗୁ କରିଥିବା ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲାଗୁ କରିଛି। କିନ୍ତୁ ଟ୍ରମ୍ପ ଓ ପୁତିନଙ୍କ ମଧ୍ୟରେ ଆଲୋଚନା ସଫଳ ହେଲେ ଭାରତ ଉପରେ ଆମେରିକା ଲାଗୁ କରିଥିବା ଏହି ଅତିରିକ୍ତ ଶୁଳ୍କକୁ ଏଡାଇ ଦିଆଯାଇପାରିବ।


ଫକ୍ସ ରେଡିଓକୁ ଏକ ସାକ୍ଷାତକାର ଦେଇ ଟ୍ରମ୍ପ କହିଛନ୍ତି, ରୁଷ ରାଷ୍ଟ୍ରପତିଙ୍କ ସହ ଏକ ଚୁକ୍ତିନାମା ପାଇଁ ସେ ଆଶା ପ୍ରକାଶ କରିଛନ୍ତି। ସେପଟେ ପୁତିନ କହିଛନ୍ତି, ଟ୍ରମ୍ପ ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବା ପାଇଁ ଆନ୍ତରିକ ପ୍ରୟାସ କରୁଛନ୍ତି। ଯଦି ଶିଖର ସମ୍ମିଳନୀ ମାଧ୍ୟମରେ ଏକ ଶାନ୍ତି ଚୁକ୍ତି ହୁଏ, ତେବେ ଭାରତ ଅଗଷ୍ଟ ୨୭ ରେ ଲାଗୁ ହେବାକୁ ଥିବା ତୈଳ ଶୁଳ୍କକୁ ଏଡାଇ ପାରିବ। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ପୁଟିନ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଏହି ବୈଠକରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସକି ଯୋଗ ଦେଉନାହାଁନ୍ତି।


ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି ସମ୍ପ୍ରତି ବ୍ରିଟିଶ ପ୍ରଧାନମନ୍ତ୍ରୀ କାଇର ଷ୍ଟାରମରଙ୍କୁ ଭେଟିଥିଲେ। ଦୁଇ ନେତା ଏକ ମିଳିତ ବିବୃତ୍ତିରେ କହିଥିଲେ ଯେ ଟ୍ରମ୍ପ-ପୁଟିନ ଆଲୋଚନା ପ୍ରଗତି ପାଇଁ ଏକ ସମ୍ଭବ ସୁଯୋଗ ପ୍ରଦାନ କରେ, ଯଦି ପୁଟିନ ଶାନ୍ତି ପ୍ରତି ଗମ୍ଭୀର ବୋଲି ପ୍ରମାଣିତ କରିବା ପାଇଁ ପଦକ୍ଷେପ ନିଅନ୍ତି। ଯଦିଓ ଟ୍ରମ୍ପ ଏବଂ ପୁଟିନଙ୍କ ମଧ୍ୟରେ ଏହି ବୈଠକର ଜେଲେନସ୍କି ଭାଗ ନେଉନାହାଁନ୍ତି କିନ୍ତୁ ସେ କହିଛନ୍ତି ଯେ ୟୁକ୍ରେନ ସହ ଜଡିତ ସମସ୍ତ ବିଷୟ ୟୁକ୍ରେନର ଅଂଶଗ୍ରହଣ ସହିତ ହିଁ ନିଷ୍ପତ୍ତି ନିଆଯିବ।


ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ କହିଛନ୍ତି ଯେ ଚୂଡ଼ାନ୍ତ ଚୁକ୍ତି ରାଷ୍ଟ୍ରପତି ଜେଲେନସ୍କି ଏବଂ ପୁଟିନଙ୍କୁ କରିବାକୁ ପଡିବ। ଟ୍ରମ୍ପ କହିଛନ୍ତି ଯେ ଆଲାସ୍କାରେ ପୁଟିନଙ୍କ ସହ ତାଙ୍କର ସାକ୍ଷାତ ପରବର୍ତ୍ତୀ ପର୍ଯ୍ୟାୟ ବୈଠକର ରୂପରେଖ ନିର୍ଣ୍ଣୟ କରିବ। ପରବର୍ତ୍ତୀ ବୈଠକ ସମ୍ଭବତଃ ଆଲାସ୍କାରେ ଅନୁଷ୍ଠିତ ହେବ ଏବଂ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ଏଥିରେ ଯୋଗ ଦେଇପାରନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହା ସହ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଅଧିକ ଗୁରୁତ୍ୱପୂର୍ଣ୍ଣ ହେବ। ମୋ ବ୍ୟତୀତ ରୁଷ ଏବଂ ୟୁକ୍ରେନର ରାଷ୍ଟ୍ରପତି ମଧ୍ୟ ଏଥିରେ ଅଂଶଗ୍ରହଣ କରିପାରନ୍ତି। ତେବେ ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଏବଂ ପୋଲାଣ୍ଡ ଭଳି ୟୁରୋପୀୟ ଦେଶଗୁଡ଼ିକ ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି। ଆଉ ଭାରତ ମଧ୍ୟ ଏହି ବୈଠକରେ କଣ ନିଷ୍କର୍ଷ ବାହାରୁଛି, ତାକୁ ଆଗ୍ରହର ସହିତ ଅପେକ୍ଷା କରିଛି।
ଟ୍ରମ୍ପ-ପୁତିନ ବୈଠକ ଭାରତ ପାଇଁ ବଡ ଲାଭ !