Modi Trump news / ଜନ୍ମଦିନରେ ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ ହଟିବ ଟାରିଫ !

Key Points
ହଟିବ ଟାରିଫ, ମିଶିବେ ଦୁଇ ଦେଶ
ଜନ୍ମଦିନରେ ମୋଦିଙ୍କୁ ଫୋନ କଲେ ଟ୍ରମ୍ପ
ବିବାଦ ମଧ୍ୟରେ ଆସିଲା ଖୁସି ଖବର
ହାରିଗଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଶେଷରେ ମୁଣ୍ଡ ନୁଆଁଇଲେ। ଏଥର ହଟିବ ଟାରିଫ। ମିଶିଯିବେ ଦୁଇଦେଶ। ଏକଥା ଆମେ କହୁନାହୁଁ। ଏଭଳି କିଛି ପ୍ରମାଣ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ୭୫ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ମୋଦି । ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ଲମ୍ବା ସମୟ ଯାଏ କାର୍ଯ୍ୟ କରିବାରେ ମୋଦି ହେଉଛନ୍ତି ପ୍ରଥମ।୨୦୦୧ରୁ ୨୦୧୪ ଯାଏ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଲମ୍ବା ସମୟ ଯାଏ ସେ କାର୍ଯ୍ୟ କରିଛନ୍ତି। ୫ ଦଶନ୍ଧିର ରାଜନୈତିକ ଜୀବନ ମଧ୍ୟରେ ଅନେକ ଉତ୍ଥାନ ପତନ ଦେଖିଛନ୍ତି ମୋଦି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସାଢେ ୪ କୋଟି ଓଡ଼ିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି । ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୫ତମ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଫୋନ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟାରିଫ୍ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ମଧ୍ୟରେ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ଆମେରିକାର ପ୍ରୟାସର ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଭାବରେ ଏହାକୁ ଦେଖାଯାଉଛି। ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ବହୁତ ଭଲ ଫୋନ କଥାବାର୍ତ୍ତା ହୋଇଛି ଏବଂ ଏହି ସମୟରେ ସେ ତାଙ୍କ ବନ୍ଧୁଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି।
📱 Get Argus News App
✨ଏହା ସହିତ, ସେ ଭାରତୀୟ ନେତାଙ୍କୁ ରୁଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାରେ ତାଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରିଛନ୍ତି, ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବହୁତ ଭଲ ଫୋନ କଥାବାର୍ତ୍ତା ହୋଇଛି। ମୁଁ ତାଙ୍କୁ ଜନ୍ମଦିନର ବହୁତ ଶୁଭେଚ୍ଛା ଜଣାଇଛି। ସେ ବହୁତ ଭଲ କାମ କରୁଛନ୍ତି। ସେ ଲେଖିଛନ୍ତି, ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସମାପ୍ତ କରିବାରେ ଆପଣଙ୍କ ସମର୍ଥନ ପାଇଁ ଧନ୍ୟବାଦ। ସେ ତାଙ୍କ ବାର୍ତ୍ତା ତଳେ ରାଷ୍ଟ୍ରପତି DJT ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ’X’ ରେ ପୋଷ୍ଟ କରିଛନ୍ତି ଏବଂ ଟ୍ରମ୍ପଙ୍କୁ ତାଙ୍କ ଫୋନ କଲ ପାଇଁ ଧନ୍ୟବାଦ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ମୋର ବନ୍ଧୁ, ରାଷ୍ଟ୍ରପତି ଟ୍ରମ୍ପ, ଆପଣଙ୍କ ଫୋନ କଲ ପାଇଁ ଧନ୍ୟବାଦ ଏବଂ ମୋର ୭୫ ତମ ଜନ୍ମଦିନରେ ହାର୍ଦ୍ଦିକ ଅଭିନନ୍ଦନ ପାଇଁ ଧନ୍ୟବାନ। ଏଖବର ପରେ ଏବେ ଚର୍ଚ୍ଚା କି ଖୁବଶୀଘ୍ର ଦୁଇ ଦେଶ ମିଶିବେ ଏବଂ ଟ୍ରମ୍ପ ଭାରତ ଉପରେ ଲଗାଇଥିବା ସମସ୍ତ ଟାରିଫ ଉଠାଇଦେବେ।
ଅଧିକ ପଢ଼ନ୍ତୁ: ୭୫ ବର୍ଷରେ ପାଦ ଥାପିଲେ ପିଏମ ମୋଦି
Related Topics
Explore more stories