Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Donald Trump On Nuclear Test / ପରମାଣୁ ପରୀକ୍ଷଣ କରି ସାରା ବିଶ୍ୱକୁ ଡରାଇବାକୁ ଚେଷ୍ଟା କରୁଛନ୍ତି ଟ୍ରମ୍ପ !

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ପରମାଣୁ ପରୀକ୍ଷଣ କରି ସାରା ବିଶ୍ୱକୁ ଡରାଇବାକୁ ଚେଷ୍ଟା କରୁଛନ୍ତି ଟ୍ରମ୍ପ !

Key Points

ଟ୍ରମ୍ପ ସ୍ୱତନ୍ତ୍ର ଭାବରେ ରୁଷ ଏବଂ ଚୀନ୍ ନାମ ନେଇ କହିଛନ୍ତି ଯେ ରୁଷ ଦ୍ୱିତୀୟ ଏବଂ ଚୀନ୍ ତୃତୀୟ ସ୍ଥାନରେ ଅଛି, କିନ୍ତୁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ସେମାନେ ସମାନ ହୋଇପାରିବେ।

ପରମାଣୁ ପରୀକ୍ଷା କରିବ ଆମେରିକା । ପରମାଣୁ ପରୀକ୍ଷା କରିବାକୁ ଅନୁମତି ଦେଲେ ଡୋନାଲ୍ଡ ଟ୍ରମ୍ପ । 'ଆମେରିକା ପାଖରେ ଅନ୍ୟ ଦେଶ ଅପେକ୍ଷା ଅଧିକ ପରମାଣୁ ଅସ୍ତ୍ରଶସ୍ତ୍ର ଅଛି । ପ୍ରଚଣ୍ଡ ବିନାଶକାରୀ ଶକ୍ତି ଯୋଗୁଁ, ଏହା କରିବାକୁ ଘୃଣା କରୁଥିଲି କହିଛନ୍ତି ଟ୍ରମ୍ପ । ପରମାଣୁ ଶକ୍ତିରେ ରୁଷ ୨ୟ ଏବଂ ଚୀନ ତୃତୀୟ ସ୍ଥାନରେ ଅଛି । ଅନ୍ୟ ଦେଶରଗୁଡ଼ିକ ପରମାଣୁ ପରୀକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଏହାକୁ ଦୃଷ୍ଟିରେ ରଖି ପରମାଣୁ ଅସ୍ତ୍ରଶସ୍ତ୍ରର ପରୀକ୍ଷଣ ନିର୍ଦ୍ଦେଶ ଦେଇଛି ।' ଏଭଳି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଖୁବ୍‌ଶୀଘ୍ର ପରମାଣୁ ଅସ୍ତ୍ରଶସ୍ତ୍ର ପରୀକ୍ଷା ପ୍ରକ୍ରିୟା ଆରମ୍ଭ ହେବ କହିଲେ ଟ୍ରମ୍ପ । ବୁଧବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ "ଟ୍ରୁଥ୍ ସୋସିଆଲ" ରେ ଏକ ପୋଷ୍ଟରେ ଟ୍ରମ୍ପ ଏହି ଘୋଷଣା କରିଛନ୍ତି।

ଗୋଟିଏ ପଟେ ପରମାଣୁ ପରୀକ୍ଷା କରିବାକୁ ଟ୍ରମ୍ପ ଅନୁମତି ଦେଇ, ସାରା ବିଶ୍ୱକୁ ଡରାଇବାକୁ ଚେଷ୍ଟା କରିଥିବା ବେଳେ ଏପଟେ ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗସହ ବୈଠକ କରି ସମସ୍ୟା ସମାଧାନ କରିବାର ନାଟକ କରୁଛନ୍ତି ଟ୍ରମ୍ପ ।

ଟ୍ରମ୍ପ ସ୍ୱତନ୍ତ୍ର ଭାବରେ ରୁଷ ଏବଂ ଚୀନ୍ ନାମ ନେଇ କହିଛନ୍ତି ଯେ ରୁଷ ଦ୍ୱିତୀୟ ଏବଂ ଚୀନ୍ ତୃତୀୟ ସ୍ଥାନରେ ଅଛି, କିନ୍ତୁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ସେମାନେ ସମାନ ହୋଇପାରିବେ। ଦକ୍ଷିଣ କୋରିଆରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ତାଙ୍କର ସାକ୍ଷାତର ଗୋଟିଏ ଘଣ୍ଟା ପୂର୍ବରୁ ଟ୍ରମ୍ପ ଏହି ପୋଷ୍ଟ କରିଥିଲେ।

ଟ୍ରମ୍ପ ତାଙ୍କ ପୋଷ୍ଟରେ ଏହା ମଧ୍ୟ ଦାବି କରିଛନ୍ତି ଯେ ଆମେରିକା ବିଶ୍ୱରେ ସର୍ବାଧିକ ସଂଖ୍ୟକ ପରମାଣୁ ଅସ୍ତ୍ର ରଖିଛି। ତଥାପି, ଅନ୍ତର୍ଜାତୀୟ ତଥ୍ୟ ଏହି ଦାବିକୁ ମିଥ୍ୟା ଦର୍ଶାଉଛି। ଆନ୍ତର୍ଜାତୀୟ ପରମାଣୁ ଅସ୍ତ୍ର ତାଲିକା ଅଭିଯାନ ଅନୁଯାୟୀ, ରୁଷ ପାଖରେ ସର୍ବାଧିକ ସଂଖ୍ୟକ ପରମାଣୁ ଅସ୍ତ୍ର ରହିଛି, ଯାହାର ସଂଖ୍ୟା ୫,୫୦୦ ରୁ ଅଧିକ, ଯେତେବେଳେ ଆମେରିକା ପାଖରେ ପ୍ରାୟ ୫,୦୪୪ ଅଛି।

ଅନ୍ୟପଟେ ଦୁନିଆର ସବୁଠୁ ଶକ୍ତିଶାଳୀ ନ୍ୟୁକ୍ଲିୟର ପାୱର୍ଡ ଅଣ୍ଡରୱାଟର ଟୋର୍ପେଡୋ ପୋସାଇଡନର ସଫଳ ପରୀକ୍ଷଣ ସରିଛି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜେ ଏହି ସୂଚନା ଦେଇଛନ୍ତି । ଏହାକୁ ଏକ ବଡ଼ ଉପଲବ୍ଧି ବୋଲି ସେ କହିଛନ୍ତି । ପୁଟିନ କହିଛନ୍ତି ଯେ ଅକ୍ଟୋବର ୨୮ରେ ଦୁନିଆର ସବୁଠୁ ଶକ୍ତିଶାଳୀ ନ୍ୟୁକ୍ଲିୟର ପାୱର୍ଡ ଅଣ୍ଡରୱାଟର ଭେଇକଲ୍ (ୟୁୟୁଭି) ପୋସାଇଡନର ଆର୍କଟିକ୍ ମହାସାଗରରେ ସଫଳ ଟେଷ୍ଟ କରିଛି । ସେ କହିଛନ୍ତି ଯେ ପୋସାଇଡନର ଶକ୍ତି ଆମର ସବୁଠୁ ବଡ଼ ICBM ସରମାଟରୁ ଅଧିକ, ଦୁନିଆରେ ଏହାର କୌଣସି ଜବାବ ନାହିଁ ।

ପୁଟିନ କହିଛନ୍ତି, "ପ୍ରଥମ ଥର ପାଇଁ, ଆମେ ଏହାକୁ କେବଳ ଏକ ଲଞ୍ଚ ଇଞ୍ଜିନ୍ ସହିତ ଏକ ବାହକ ବୁଡ଼ାଜାହାଜରୁ ଉତକ୍ଷେପଣ କରୁ ନାହୁଁ, ବରଂ ପରମାଣୁ ଶକ୍ତି କେନ୍ଦ୍ରକୁ ମଧ୍ୟ ସକ୍ରିୟ କରିଛୁ, ଯାହା କିଛି ସମୟ ପାଇଁ ଡିଭାଇସକୁ ଚାଳିତ କରିଥିଲା । ଏହା ଏକ ବଡ଼ ସଫଳତା"। ଆମେରିକା ଏବଂ ରୁଷ ଉଭୟର ଅଧିକାରୀମାନେ ପୋସାଇଡନକୁ ପ୍ରତିଶୋଧ ଅସ୍ତ୍ରର ନୂଆ କ୍ୟାଟେଗରୀ ଭାବରେ ବର୍ଣ୍ଣନା କରିଛନ୍ତି । ଏହା ରେଡିଓଆକ୍ଟିଭ ସମୁଦ୍ର ତରଙ୍ଗ ସୃଷ୍ଟି କରି ଉପକୂଳବର୍ତ୍ତୀ ସହରଗୁଡ଼ିକୁ ଧ୍ୱଂସ କରିପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Donald Trump On Nuclear Test | Trump directs nuclear weapons testing to resume for first time in over 30 years | Argus News