Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମୋଦିଙ୍କ ସହ କଥା ହେବାକୁ ଚାହୁଁଛନ୍ତି ଟ୍ରମ୍ପ, ଜାଣନ୍ତୁ କାହିଁକି?

Priyanka Panda
Browse all articles by Priyanka Panda
·10 months ago·2 min read
ମୋଦିଙ୍କ ସହ କଥା ହେବାକୁ ଚାହୁଁଛନ୍ତି ଟ୍ରମ୍ପ, ଜାଣନ୍ତୁ କାହିଁକି?

Key Points

ନଇଁଲେ ଟ୍ରମ୍ପ, ନରମିଲା ଭାରତ ବିରୋଧୀ ମନ୍ତବ୍ୟ
ମୋଦିଙ୍କ ସହ କଥା ହେବାକୁ କରିଛନ୍ତି ଅପେକ୍ଷା
ପିଏମ କହିଲେ ଆଲୋଚନା ପାଇଁ ପ୍ରସ୍ତୁତ

ଶେଷରେ ଭାରତ ଆଗରେ ମୁଣ୍ଡ ନୁଆଁଇଲେ ଟ୍ରମ୍ପ। ଟାରିଫ ବିବାଦର ସମାଧାନ ପାଇଁ କରିବେ ଭରପୂର ଉଦ୍ୟମ । ମୋଦିଙ୍କୁ ନିଜର ବହୁତ ଭଲ ବନ୍ଧୁ କହିବା ସହ ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ କରିଛନ୍ତି ଅପେକ୍ଷା । ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ଏପରି ପୋଷ୍ଟ କରିଛନ୍ତି ଆମେରିକା ରାଷ୍ଟ୍ରପତି । ତେବେ sco ବୈଠକ ପରେ ଭାରତର ରଣନୀତିକୁ ଦେଖି ଏବେ ଭୟଭୀତ ହୋଇଛି ଆମେରିକା । ସେଥିପାଇଁ ଲଗାତାର ଭାବେ ଭାରତ ପ୍ରତି ବିଷ ଉଗାଳୁଥିବା ଟ୍ରମ୍ପଙ୍କ ସ୍ବର ନରମ ହୋଇଛି ।


ଋଷରୁ ତୈଳ କିଣୁଥିବା କାରଣ ଦର୍ଶାଇ ଅତିରିକ୍ତ ୨୫ ପ୍ରତିଶତ ଟାରିଫ ସହ ଆମେରିକା ଭାରତ ଉପରେ ମୋଟ୍ ୫୦ପ୍ରତିଶତ ଟାରିଫ ଲଗାଇଥିଲା। ଭାରତ-ଆମେରିକା ମଧ୍ୟରେ ହେବାକୁ ଥିବା ବାଣିଜ୍ବିକ ଆଲୋଚନା ମଧ୍ୟ ବାତିଲ ହୋଇଥିଲା । ହେଲେ ଏବେ ଟ୍ରମ୍ପ ନିଜେ ଭାରତ ସହ ବାଣିଜ୍ବ ପ୍ରତିବନ୍ଧକ ଦୂର କରି ପୁନଃ ସମ୍ପର୍କ ସ୍ଥାପନ କରିବାକୁ ଆଗ୍ରହ ଦେଖାଇଛନ୍ତି ।


ଆଜି ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ଟ୍ରମ୍ପ ଲେଖିଛନ୍ତି "ମୁଁ ଘୋଷଣା କରିବାକୁ ଚାହେଁ ଯେ, ଭାରତ-ଆମେରିକା ବାଣିଜ୍ୟ ପ୍ରତିବନ୍ଧକ ଦୂର କରିବାକୁ ଆଲୋଚନା ଜାରି ରଖିଛନ୍ତି । ଆସନ୍ତା ସପ୍ତାହରେ ମୁଁ ମୋର ବହୁତ ଭଲ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେବାକୁ ଅପେକ୍ଷା କରିଛି। ଏହାଛଡ଼ା ଟ୍ରମ୍ପ ଲୋଖିଛନ୍ତି ମୁଁ ନିଶ୍ଚିତ ଯେ, ଉଭୟ ଦେଶ ଏକ ସଫଳ ନିଷ୍କର୍ଷରେ ପହଞ୍ଚିବାରେ କୌଣସି ଅସୁବିଧା ହେବନି"..

ଟ୍ରମ୍ପଙ୍କ ଏହି ପୋଷ୍ଟ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ପ୍ରତିକ୍ରିୟା ଦେଇ ନିଜ X ରେ ଏକ ପୋଷ୍ଟରେ ଲୋଖିଛନ୍ତି "ଭାରତ ଏବଂ ଆମେରିକା ଘନିଷ୍ଠ ବନ୍ଧୁ ଏବଂ ସ୍ୱାଭାବିକ ଅଂଶୀଦାର । ମୁଁ ବିଶ୍ୱାସ କରୁଛି ଯେ ଆମର ବାଣିଜ୍ୟ ଆଲୋଚନା ଭାରତ-ଆମେରିକା ସହଭାଗୀର ଅସୀମ ସମ୍ଭାବନାକୁ ଉନ୍ମୁକ୍ତ କରିବା ପାଇଁ ପଥ ପ୍ରଶସ୍ତ କରିବ । ଆମ ଟିମ୍ ଶୀଘ୍ର ଏହି ଆଲୋଚନାଗୁଡ଼ିକୁ ସମାପ୍ତ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ମୁଁ ମଧ୍ୟ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହେବାକୁ ଅପେକ୍ଷା କରିଛି। ଆମେ ଆମ ଉଭୟ ଲୋକଙ୍କ ପାଇଁ ଏକ ଉଜ୍ଜ୍ୱଳ, ଅଧିକ ସମୃଦ୍ଧ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ଏକାଠି କାମ କରିବୁ" ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ଆମେରିକା ଭାରତୀୟ ସାମଗ୍ରୀ ଉପରେ ୫୦ପ୍ରତିଶତ ଟାରିଫ ଲଗାଇବା ପରେ ଭାରତ-ଆମେରିକା ସମ୍ପର୍କରେ ତିକ୍ତତା ଆସିଥିଲା । ଟ୍ରମ୍ପ ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲେ ବି ଭାରତ ମୁଣ୍ଡ ନୁଆଁଇବା ପରିବର୍ତ୍ତେ ନିଜ କୂଟନୀତି ବଲଳାଇଥିଲା। ଚୀନ ସହ ସମ୍ପର୍କ ସୁଧାରିବାକୁ ଆଗକୁ ବଢ଼ିଥିଲା ଭାରତ । ଚୀନ ବିଦେଶ ମନ୍ତ୍ରୀ ଭାରତ ଗସ୍ତରେ ଆସିଥିଲେ।


ଏହାପରେ ଏସସିଓ ବୈଠକ ପାଇଁ ଚୀନ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ-ଋଷ-ଚୀନ ତ୍ରିଶକ୍ତିଙ୍କ ମିଳନ ଦେଖି ଭୟଭୀତ ହୋଇଥିଲା ଆମେରିକା । ଆଉ ଏହାପରଠୁ ଭାରତ ପ୍ରତି ନରମ ମନୋଭାବ ଦେଖାଇବା ସହ ଭାରତ ସହ ସମ୍ପର୍କ ଅତି ବିଶେଷ ବୋଲି କହିଥିଲେ ଟ୍ରମ୍ପ । ଏହାଛଡ଼ା ମୋଦିଙ୍କ ସହ ସବୁବେଳେ ବନ୍ଧୁ ହୋଇ ରହିବେ ବୋଲି ବି କହିଥିଲେ ଟ୍ରମ୍ପ । ଆମେରିକା ପକ୍ଷରୁ ଏହି ବୟାନ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଟ୍ବିଟ କରି ଆମେରିକା ସହ ସମ୍ପର୍କ ସୁଧାରିବାକୁ ଆଗ୍ରହ ଦେଖାଇଥିଲେ..

Sponsored
Trump Softens Stance on India, Seeks Resolution to Tariff Dispute with Modi | Argus News