ଡୋନାଲ୍ଡ ଟ୍ରମ୍ପ ଭାରତର ବନ୍ଧୁ ନା ଶତ୍ରୁ: ଜୟଶଙ୍କର

ଅର୍ଗସ ବ୍ୟୁରୋ: ବୈଦେଶିକ ମନ୍ତ୍ରୀଙ୍କ ବଡ଼ ଖୁଲାସା। ଡୋନାଲ୍ଡ ଟ୍ରମ୍ପ ଭାରତର ବନ୍ଧୁ ନା ଶତ୍ରୁ ତାକୁ ନେଇ କହିଲେ ସତ କଥା। ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ ଅଛି। ଏବେ ନିକଟରେ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଡୋଲାନ୍ଡ ଟ୍ରମ୍ପ । ହ୍ୱାଇଟ ହାଉସରେ ପ୍ରବେଶ କରିବା ସହ ଦୁଇ ଦେଶ ସମ୍ପର୍କରେ କିଛି ଏଭଳି କଥା କହିଥିଲେ ଟ୍ରମ୍ପ, ଯାହା ଦ୍ବାରା ଏବେ ଚର୍ଚ୍ଚା ଜୋର ଧରିଛି । କାନାଡ଼ା ଏବଂ ମେକ୍ସିକୋକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ ଟ୍ରମ୍ପ । ଏହାସହ ଟ୍ରମ୍ପ ଶପଥ ନେବା ପରେ କହିଛନ୍ତି କି, ଆମେରିକାକୁ ଆହୁରି ବିକଶିତ ଏବଂ ଧନୀ କରିବାକୁ ଚାହୁଁଛୁ ।
ଟ୍ରମ୍ପ ଭାରତର ବନ୍ଧୁ ନା ଶତ୍ରୁ ଏଖବର ଚର୍ଚ୍ଚାର ବିଷୟ ପାଲଟିଛି। ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଏହାକୁ ସହଜରେ ବ୍ୟାଖ୍ୟା କରିଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହଂସରାଜ କଲେଜରେ ଏକ କାର୍ଯ୍ୟକ୍ରମ ସମୟରେ ଜୟଶଙ୍କର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଭାରତ ବିଷୟରେ ଯେପରି କଥା ହୁଅନ୍ତି, ସେହିପରି ଟ୍ରମ୍ପ ଜଣେ ଆମେରିକୀୟ ରାଷ୍ଟ୍ରବାଦୀ।
📱 Get Argus News App
✨ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଟ୍ରମ୍ପଙ୍କ ମଧ୍ୟରେ ଦୃଢ଼ ବ୍ୟକ୍ତିଗତ ସମ୍ପର୍କ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଏବଂ କହିଛନ୍ତି ଯେ ଆମେରିକା ସହିତ ଆମର ସମ୍ପର୍କ ଶକ୍ତିଶାଳୀ ଏବଂ ଟ୍ରମ୍ପଙ୍କ ସହିତ ମୋଦିଙ୍କର ଭଲ ବ୍ୟକ୍ତିଗତ ସମ୍ପର୍କ ଅଛି।ଜୟଶଙ୍କରଙ୍କୁ ପଚରାଯାଇଥିଲା ଯେ ଟ୍ରମ୍ପ ଭାରତର ବନ୍ଧୁ ନା ଶତ୍ରୁ। ଏହାର ଉତ୍ତରରେ ସେ କହିଛନ୍ତି, ମୁଁ ନିକଟରେ ତାଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲି ଏବଂ ଆମ ସହିତ ଭଲ ବ୍ୟବହାର କରାଯାଇଥିଲା।
ମୁଁ ବିଶ୍ୱାସ କରେ ସେ ଜଣେ ଆମେରିକୀୟ ଜାତୀୟତାବାଦୀ। ଜୟଶଙ୍କର କହିଛନ୍ତି, ହଁ, ଟ୍ରମ୍ପ ଅନେକ ଜିନିଷ ବଦଳାଇ ଦେବେ। କିଛି ଜିନିଷ ଆଶାନୁରୂପ ନ ହୋଇପାରେ, କିନ୍ତୁ ଦେଶର ସ୍ବାର୍ଥ ପାଇଁ ଆମକୁ ବୈଦେଶିକ ନୀତି କ୍ଷେତ୍ରରେ ଖୋଲା ରହିବାକୁ ପଡିବ। କିଛି ପ୍ରସଙ୍ଗ ଥାଇପାରେ ଯାହା ଉପରେ ଆମେ ସହମତ ନୁହେଁ, କିନ୍ତୁ ଏପରି ଅନେକ କ୍ଷେତ୍ର ରହିବ ଯେଉଁଠାରେ ଜିନିଷଗୁଡ଼ିକ ଆମର ପରିସର ମଧ୍ୟରେ ରହିବ।
ଅଧିକ ପଢ଼ନ୍ତୁ ବିଦେଶ ଖବର: