Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Trump-Putin: ଆଲାସ୍କାରେ ଭେଟ ହେବେ ଟ୍ରମ୍ପ୍-ପୁଟିନ୍

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
Trump-Putin: ଆଲାସ୍କାରେ ଭେଟ ହେବେ ଟ୍ରମ୍ପ୍-ପୁଟିନ୍

Key Points

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଥର କହିଛନ୍ତି ଏବେ ଯୁଦ୍ଧର ଯୁଗ ନୁହେଁ, ତେଣୁ, ଭାରତ ଏହି ବୈଠକକୁ ସମର୍ଥନ କରୁଛି ।

ଅଗଷ୍ଟ ୧୫ରେ ଆଲାସ୍କାରେ ହେବ ଟ୍ରମ୍ପ୍-ପୁଟିନ୍ ସାକ୍ଷାତ । ଋଷିଆ-ୟୁକ୍ରେନ୍ ଯୁଦ୍ଧକୁ ୩ ବର୍ଷ ପୂରିଥିବା ବେଳେ ଅସ୍ତ୍ରବିରତି ନେଇ ଆଲୋଚନା କରିପାରନ୍ତି ଦୁଇ ରାଷ୍ଟ୍ରମୁଖ୍ୟ । ଭାରତ ଏହି ପଦକ୍ଷେପକୁ ସ୍ୱାଗତ କରିଛି ଏବଂ କହିଛି ଯେ ଏହା ୟୁକ୍ରେନରେ ଶାନ୍ତି ଫେରାଇ ଆଣିବା ପାଇଁ ସମସ୍ଥ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ।

ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, "ଆଲାସ୍କାରେ ଆମେରିକା-ରୁଷ ବୈଠକକୁ ଭାରତ ସ୍ୱାଗତ କରୁଛି । ଟ୍ରମ୍ପ ଏବଂ ପୁଟିନଙ୍କ ମଧ୍ୟରେ ଏହି ଆଲୋଚନା ୟୁକ୍ରେନରେ ଯୁଦ୍ଧ ସମାପ୍ତ କରିବା ଏବଂ ଶାନ୍ତି ଫେରାଇ ଆଣିବା ପାଇଁ ନୂତନ ସୁଯୋଗ ଖୋଲିପାରେ । ଯେପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଥର କହିଛନ୍ତି ଏବେ ଯୁଦ୍ଧର ଯୁଗ ନୁହେଁ, ତେଣୁ, ଭାରତ ଏହି ବୈଠକକୁ ସମର୍ଥନ କରୁଛି ।


ସୂଚନାଯୋଗ୍ୟ ଯେ ଆଲାସ୍କା ହେଉଛି ଆମେରିକାର ଏକ ରାଜ୍ୟ ଓ ଏହା ରୁଷର ନିକଟରେ ଅବସ୍ଥିତ । ପୂର୍ବରୁ ଆଲାସ୍କା ରୁଷୀୟ ସାମ୍ରାଜ୍ୟର ଏକ ଅଂଶ ଥିଲା । କିନ୍ତୁ ୧୮୬୭ରେ ରୁଷର ସମ୍ରାଟ ଆଲାସ୍କାକୁ ଆମେରିକାକୁ ବିକ୍ରି କରିଦେଇଥିଲେ । ଏଣୁ ୨୦୧୫ ପରେ ପ୍ରଥମ ଥର ପାଇଁ ଆମେରିକା ଯାତ୍ରା କରିବେ ପୁଟିନ ।

ଅନ୍ୟପଟେ କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ୩ଟି ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ଓ ୭୧୬୦ କୋଟି ମୂଲ୍ୟର ବେଙ୍ଗାଲୁରୁ ମେଟ୍ରୋ ୟେଲୋ ଲାଇନର କରିବେ ଶୁଭାରମ୍ଭ । ୧୫୬୧୦ କୋଟିର ମେଟ୍ରୋ ଫେଜ୍ -୩ ପାଇଁ କରିବେ ଶିଳାନ୍ୟାସ । ପ୍ରଧାନମନ୍ତ୍ରୀ ମୋଦି ଅପରାହ୍ନରେ ବେଙ୍ଗାଲୁରୁରେ ସହରାଞ୍ଚଳ ସଂଯୋଗ ପ୍ରକଳ୍ପଗୁଡ଼ିକର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେ ବେଙ୍ଗାଲୁରୁ ମେଟ୍ରୋ ୟେଲୋ ଲାଇନର ଉଦଘାଟନ କରିବେ । ଏହି ଲାଇନର ଲମ୍ବ ୧୯ କିଲୋମିଟରରୁ ଅଧିକ ଏବଂ ଏଥିରେ ୧୬ଟି ଷ୍ଟେସନ ରହିଛି । ଏଥିରେ ପ୍ରାୟ ୭ ହଜାର ୧୬୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ୟେଲୋ ଲାଇନ ଖୋଲିବା ସହିତ, ବେଙ୍ଗାଲୁରୁରେ ମେଟ୍ରୋର କାର୍ଯ୍ୟକ୍ଷମ ନେଟୱାର୍କ ୯୬ କିଲୋମିଟରରୁ ଅଧିକ ବୃଦ୍ଧି ପାଇବ ।

Sponsored
Trump-Putin summit in Alaska resembles a slow defeat for Ukraine | Argus News