Israel Hamas War / ଯୁଦ୍ଧ ବନ୍ଦ ନେଇ ଟ୍ରମ୍ପ-ନେତାନ୍ୟାହୁ ଆଲୋଚନା

Key Points
ମଧ୍ୟ ପ୍ରାଚ୍ୟରେ ଶେଷ ହେବ ଜୁଦ୍ଧ !
ଯୁଦ୍ଧ ବନ୍ଦ ନେଇ ଟ୍ରମ୍ପ ନେତାନ୍ୟାହୁ ଆଲୋଚନା ।
ଟ୍ରମ୍ପଙ୍କ ଯୋଜନାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ମୋଦି ।
ଗାଜା-ଇସ୍ରାଏଲ ଯୁଦ୍ଧ ଉପରେ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ମୋଦିଙ୍କ ସ୍ୱାଗତ । ଯୁଦ୍ଧ ସମାପ୍ତ କରିବାକୁ ଟ୍ରମ୍ପଙ୍କ ନୂଆ ଯୋଜନା । ହ୍ୱାଇଟ୍ ହାଉସରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଓ ଆମେରିକା ରାଷ୍ଟ୍ରପତିଙ୍କ ମଧ୍ୟରେ ହୋଇଛି ବୈଠକ । ଟ୍ରମ୍ପଙ୍କ ଯୋଜନାରେ ବେଞ୍ଜାମିନ୍ ନେତାନ୍ୟାହୁ ସହମତି ପ୍ରକାଶ କରିଛନ୍ତି ।
୨ ବର୍ଷ ଧରି ଜାରି ରହିଥିବା ଇସ୍ରାଏଲ୍ ହମାସ ଜୁଦ୍ଧ ବନ୍ଦ ଚୁକ୍ତିକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ସାକ୍ଷାତ କରିଛନ୍ତି । ଗାଜାରେ ଶାନ୍ତି ଫେରାଇ ଆଣିବା ପାଇଁ ଏହି ବୈଠକରେ ଏକ ୨୦-ସୂତ୍ରୀ ଚୁକ୍ତିନାମା ଉପସ୍ଥାପନ କରିଥିଲେ ଟ୍ରମ୍ପ । ଟ୍ରମ୍ପଙ୍କ ଏହି ଯୋଜନାରେ ନେତାନ୍ୟାହୁ ରାଜି ହୋଇଛନ୍ତି କିନ୍ତୁ ଏଥର ହମାସ ମଧ୍ୟ ଯୁଦ୍ଧ ବନ୍ଦ ପାଇଁ ଆମେରିକାର ପ୍ରସ୍ତାବରେ ସହମତି ଦେଖାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।
ଏହା ସହିତ ପୂର୍ବ ସମସ୍ତ ସର୍ତ ଆନୁସାରେ ହମାସ ଆତଙ୍କୀ ଖେଳ ବନ୍ଦ କରିବ ଏବଂ ଇସ୍ରାଏଲ୍ର ସମସ୍ତ ଯୁଦ୍ଧ ବନ୍ଦୀଙ୍କୁ ମୁକ୍ତ କରିବ ବୋଲି ପୁନର୍ବାର ଦୋହରାଇଛନ୍ତି ଇସ୍ରାଏଲ୍ ପିଏମ୍ ନେତାନ୍ୟାହୁ । ଅନ୍ୟପଟେ ଆମେରିକାର ପ୍ରସ୍ତାବକୁ ହମାସ ପ୍ରତ୍ୟାଖ୍ୟାନ କଲେ ଏହାକୁ ଧ୍ୱଂସ କରିବାରେ ଆମେରିକା ଇସ୍ରାଏଲକୁ ପୂର୍ଣ୍ଣ ସମର୍ଥନ କରିବ ବୋଲି ଟ୍ରମ୍ପ୍ ହମାସକୁ ଚେତାବନୀ ଦେଇଛନ୍ତି ।
ଗାଜାରେ ଶାନ୍ତି ଫେରାଇ ଆଣିବାକୁ ଏକ ବଡ଼ ପ୍ରୟାସ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପଙ୍କ ଯୋଜନାକୁ ସ୍ୱାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ଯେ ଏହା ଉଭୟ ପକ୍ଷକୁ ରାଜି କରାଇ ଶାନ୍ତିର ପଥ ଅନୁସରଣ କରିବାକୁ ପ୍ରେରଣା ଦେବ। ଭାରତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଜା ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ବ୍ୟାପକ ଯୋଜନା ଘୋଷଣାକୁ ସ୍ୱାଗତ କରୁଛି। ଏହା ପାଲେଷ୍ଟାଇନ ଏବଂ ଇସ୍ରାଏଲୀ ଲୋକଙ୍କ ପାଇଁ ଏବଂ ବ୍ୟାପକ ପଶ୍ଚିମ ଏସୀୟ କ୍ଷେତ୍ର ପାଇଁ ଦୀର୍ଘକାଳୀନ ଏବଂ ସ୍ଥାୟୀ ଶାନ୍ତି, ସୁରକ୍ଷା ଏବଂ ବିକାଶ ପାଇଁ ଏକ କାର୍ଯ୍ୟକାରୀ ପଥ ପ୍ରଦାନ କରିବ..ବୋଲି ଟ୍ୱିଟ୍ କରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଗାଜାରେ ସଂଘର୍ଷ ସମାପ୍ତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ୨୦ ପଏଣ୍ଟ ବିଶିଷ୍ଟ ଯୋଜନାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ମୁସଲିମ ଦେଶମାନଙ୍କର ସମର୍ଥନ ମିଳିଛି। ଇଜିପ୍ଟ ଏବଂ କତାର ହମାସକୁ ଏହି ପ୍ରସ୍ତାବ ଦେଇଛନ୍ତି।ରାଷ୍ଟ୍ରପତି ଟ୍ରମ୍ପ ଘୋଷଣା କରିଛନ୍ତି ଯେ ହମାସ ପାଖରେ ଶାନ୍ତି ଯୋଜନା ଗ୍ରହଣ କରିବା ପାଇଁ ୭୨ ଘଣ୍ଟା ସମୟ ଅଛି। ଉଭୟ ପକ୍ଷଙ୍କ ଦ୍ୱାରା ୨୦-ସୂତ୍ରୀ ଶାନ୍ତି ଯୋଜନା ସ୍ୱାକ୍ଷରିତ ହେବା ପରେ ତୁରନ୍ତ ଏକ ଯୁଦ୍ଧବିରତି ଘୋଷଣା କରାଯିବ ।ମ
📱 Get Argus News App
✨Related Topics
Explore more stories