Videos
|
National

Trump Tariff: ଅର୍ଥ ବିଶେଷଜ୍ଞ ଦେଲେ ବଡ଼ ବୟାନ, କହିଲେ ମାର୍କେଟ ବଢ଼ିବ ନା କମିବ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Trump Tariff: ଅର୍ଥ ବିଶେଷଜ୍ଞ ଦେଲେ ବଡ଼ ବୟାନ, କହିଲେ ମାର୍କେଟ ବଢ଼ିବ ନା କମିବ !

Key Points

ଭାରତକୁ ଟ୍ରମ୍ପଙ୍କ କଟାକ୍ଷ... ବିରୋଧୀଙ୍କୁ ଖୁବ ସୁହାଇଛି ବୋଲି କହିଛି ବିଜେପି ।

ଯାହାର କାଉଣ୍ଟର କରିଛି ବିଜେପି।

ସାଂସଦ ଅନୁରାଗ ସିଂହ ଠାକୁର କହିଛନ୍ତି ରାହୁଲଙ୍କର ସବୁବେଳେ ରହି ଆସିଛି ଭାରତ ବିରୋଧୀ ନୀତି।

ଆମେରିକାର ୨୫% ଟାରିଫ୍ ପ୍ରସଙ୍ଗରେ ସରକାରଙ୍କ ଆଶ୍ୱାସନା । ବଣିଜ୍ୟ ମନ୍ତ୍ରୀ କହିଲେ ଦେଶହିତରେ ନେବୁ ସବୁ ଜରୁରୀ ପଦକ୍ଷେପ । ଦେଶର ଘରୋଇ ଉଦ୍ୟୋଗଗୁଡ଼ିକୁ ସୁରକ୍ଷିତ ରଖିବା ସରକାରଙ୍କ ପ୍ରାଥମିକତା । ଅନ୍ୟପଟେ ଟ୍ରମ୍ପଙ୍କ ଡେଡ୍ ଇକୋନୋମି ବୟାନକୁ ରାହୁଲ ଗାନ୍ଧିଙ୍କ ସମର୍ଥନ । ଏହା ରାହୁଲଙ୍କ ହତାଶ ଭାବକୁ ପ୍ରମାଣିତ କରୁଥିବା କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭାରତୀୟ ଅର୍ଥନୀତିକୁ ଡେଡ୍ ଇକୋନୋମି କହି ଆମେରିକା ରାଷ୍ଟ୍ରପତିଙ୍କ ଧମକ ପରେ କେନ୍ଦ୍ର ସରକାର ରଖିଛନ୍ତି ଜବାବ। ସଂସଦରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ସରକାର ଦେଶ ହିତରେ ସମସ୍ତ ଜରୁରୀ ପଦକ୍ଷେପ ନେବେ। ଆମର ଘରୋଇ ଉଦ୍ୟୋଗଗୁଡ଼ିକର ସୁରକ୍ଷା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା।

ଅନ୍ୟପଟେ ଭାରତକୁ ଟ୍ରମ୍ପଙ୍କ କଟାକ୍ଷ... ବିରୋଧୀଙ୍କୁ ଖୁବ ସୁହାଇଛି ବୋଲି କହିଛି ବିଜେପି । ଟ୍ରମ୍ପଙ୍କ ସ୍ୱରରେ ସ୍ୱର ମିଶାଇ ଭାରତୀୟ ଅର୍ଥନୀତିକୁ ଡେଡ୍ ଅର୍ଥନୀତି କହିବାକୁ ପଛାଇ ନାହାନ୍ତି ବିରୋଧୀ ଦଳନେତା ରାହୁଲ ଗାନ୍ଧି। ଯାହାର କାଉଣ୍ଟର କରିଛି ବିଜେପି। ସାଂସଦ ଅନୁରାଗ ସିଂହ ଠାକୁର କହିଛନ୍ତି ରାହୁଲଙ୍କର ସବୁବେଳେ ରହି ଆସିଛି ଭାରତ ବିରୋଧୀ ନୀତି।

ସେହିଭଳି ଏକ୍ସରେ ପୋଷ୍ଟ କରି ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏପରି ବୟାନ ରାହୁଲ ଗାନ୍ଧିଙ୍କର ତଥ୍ୟ ସମ୍ପର୍କରେ ଅଜ୍ଞତା ଓ ଗଭୀର ହାତାଶାକୁ ପ୍ରମାଣିତ କରୁଛି।

ଅର୍ଥନୀତି ବିଶେଷଜ୍ଞଙ୍କ ମତରେ ଭାରତୀୟ ଅର୍ଥନୀତିର ଆକାର ପ୍ରାୟ ୪ ଟ୍ରିଲିଅନ ଡଲାର। ତେଣୁ ଆମେରିକାର ଏହି ପଦକ୍ଷେପର ବହୁତ ବଡ଼ ପ୍ରଭାବ ଆମ ଅର୍ଥନୀତି ଉପରେ ପଡ଼ିବ ନାହିଁ। ଆମେରିକାର ଟାରିଫ ଲାଗିବା ଯୋଗୁଁ ଭାରତୀୟ ଅର୍ଥନୀତି ୦.୨%ରୁ ୦.୫% ଯାଏ ସମାନ୍ୟ କ୍ଷତିଗ୍ରସ୍ତ ହୋଇପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Trump Tariff: Financial expert gave a big statement, said the market will grow or decline! | Argus News