Videos
|
National

ଭାରତକୁ ଝଟ୍‌କା ଦେବେ ଭାବି ନିଜେ ଝଟ୍‌କା ଖାଇଲେ ଟ୍ରମ୍ପ

Arpita Mohanty
Browse all articles by Arpita Mohanty
·1 year ago·2 min read
ଭାରତକୁ ଝଟ୍‌କା ଦେବେ ଭାବି ନିଜେ ଝଟ୍‌କା ଖାଇଲେ ଟ୍ରମ୍ପ

Key Points

ଭାରତକୁ ଝଟ୍‌କା ଦେବେ ଭାବୁଥିଲେ ନିଜେ ଝଟ୍‌କା ଖାଇଲେ

ଟ୍ରମ୍ପଙ୍କ କଥା ମାନିଲାନି ଆପଲ୍

ଭାରତରେ ଉତ୍ପାଦନ ବନ୍ଦ କରିବାକୁ କହିଥିଲେ ଟ୍ରମ୍ପ

ଆପଲ କହିଲା ଭାରତରେ ଅଧିକ ଉତ୍ପାଦନ ହେବ ଆଇଫୋନ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସାଙ୍ଗରେ ଗେମ୍‌ ଖେଳିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ନିଜେ ଗେମ୍‌ର ଶିକାର ହେଲେ । ଯେଉଁ ଦମ୍ଭରେ ସେ ଭାରତକୁ ତାତ୍ସଲ୍ୟ କରିଥିଲେ, ସେ ଠିକ୍‌ ସେମିତି ତାତ୍ସଲ୍ୟର ଶିକାର ହେଲେ । ସୋସିଆଲ ମିଡିଆରେ ଏବେ ଟ୍ରମ୍ପଙ୍କୁ ବିଭିନ୍ନ ସ୍ତରରୁ କରାଯାଉଛି ଟ୍ରୋଲ । ପ୍ରଥମେ ଭାରତ-ପାକ୍‌ ଯୁଦ୍ଧକୁ ବନ୍ଦ କରିଥିବା କଥା କହି ଟ୍ରମ୍ପ ଟ୍ରୋଲର ଶିକାର ହୋଇଥିବା ବେଳେ ଏବେ ଆପଲ କମ୍ପାନୀ କଥା କହି ନିନ୍ଦିତ ହୋଇଛନ୍ତି ।



ଯେତେବେଳେ ଟ୍ରମ୍ପ କହିଥିଲେ 'ମୁଁ ଭାରତ-ପାକିସ୍ତାନ ଭଳି ଦୁଇ ନ୍ୟୁକ୍ଲିୟର ଶକ୍ତି ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧକୁ ଅଟକାଇ ଦେଇଛି ।' ସେତେବେଳେ ତାଙ୍କୁ ବିଭିନ୍ନ ସ୍ତରରୁ ସମାଲୋଚନା କରାଯାଇଥିଲା । ଭାରତ ପକ୍ଷରୁ ତାଙ୍କର ଏଭଳି ମିଛ ମନ୍ତବ୍ୟକୁ ନିନ୍ଦା କରାଯାଇଥିଲା । ଭାରତ ସିଧା ସିଧା କହିଥିଲା, ଆମେ ତୃତୀୟ ପକ୍ଷର ହସ୍ତକ୍ଷେପ ଚାହୁଁନୁ । ଆଉ ଏହି ଘଟଣା ପାଇଁ ଟ୍ରମ୍ପ ଚିଡ଼ି ଯାଇଥିବା ଜଣାପଡ଼ିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କାରଣ ଏହା ପରେ ପରେ ଟ୍ରମ୍ପ, ଭାରତକୁ ବ୍ୟବସାୟିକ ଝଟ୍‌କା ଦେବାକୁ ଚେଷ୍ଟା କରିଥିଲେ । ସେ ଆପଲ କମ୍ପାନୀକୁ ତାଗିଦ୍‌ କରିଥିଲେ । ଆଉ କହିଥିଲେ ଭାରତରେ ଉତ୍ପାଦନ ବନ୍ଦ କର । ଯାହା କରିବାର ଅଛି ଆମେରିକାରେ କର ।


ଭାରତରେ ଆପଲର ବଢୁଥିବା ନିବେଶ ପ୍ରତି ଅସନ୍ତୋଷ ପ୍ରକାଶ କରି କତାର ଦୋହାରେ ଏକ ବ୍ୟବସାୟିକ ସମ୍ମିଳନୀ ଚାଲିଥିବା ବେଳେ ଆପଲ୍‌ର ସିଇଓ ଟିମ୍‌ କୁକ୍‌ଙ୍କୁ ଏମିତି କହିଥିଲେ ଟ୍ରମ୍ପ । ସେ କହିଥିଲେ ଭାରତ ହେଉଛି ବିଶ୍ୱର ସବୁଠାରୁ ଅଧିକ ଶୁଳ୍କ ଆଦାୟକାରୀ ଦେଶ ମଧ୍ୟରୁ ଗୋଟିଏ । ତେଣୁ ଭାରତରେ ବିକ୍ରୟ କରିବା ବହୁତ କଷ୍ଟକର। ଭାରତକୁ ଛାଡି ଆମେରିକାରେ ଆପଲ ଆଇଫୋନ୍‌ ଉତ୍ପାଦନ ବୃଦ୍ଧି କରିବା ଉପରେ ଧ୍ୟାନ ଦିଅ । ଭାରତ ନିଜ ଯତ୍ନ ନିଜେ ନେଇପାରିବ । ୨୦୨୬ ସୁଦ୍ଧା ଆମେରିକାରେ ଉତ୍ପାଦନ ବୃଦ୍ଧି କରିବା ଆରମ୍ଭ କର। ଯଦି ଚାହୁଁଛ ତେବେ ଭାରତରେ କେବଳ ବିକ୍ରି କର ।


ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଉପରେ ଦିଆଯାଇଥିବା ଭିଡିଓକୁ ଦେଖନ୍ତୁ।