Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କାମ ଦେବନି ଟ୍ରମ୍ପଙ୍କ ଚାଲାଖି: ମୋଦିଙ୍କ ହାତରେ ସୁରକ୍ଷିତ ଦେଶ

Ritu Das
Browse all articles by Ritu Das
·1 year ago·1 min read
କାମ ଦେବନି ଟ୍ରମ୍ପଙ୍କ ଚାଲାଖି: ମୋଦିଙ୍କ ହାତରେ ସୁରକ୍ଷିତ ଦେଶ

Key Points

ମୋଦିଙ୍କ ହାତରେ ସୁରକ୍ଷିତ ଦେଶ

ପର୍ଯ୍ୟଟନ ଭିତ୍ତିଭୂମି ଉପରେ ପଡିବନି ପ୍ରଭାବ

ରାଜ୍ୟକୁ ଛୁଟିବ ପର୍ଯ୍ୟଟକଙ୍କ ସୁଅ

ମୋଦି ଶାସନ କାଳରେ ଆଗକୁ ବଢୁଛି ଦେଶ, ଭାରତର ବିକାଶରେ ବିଚଳିତ ଆମେରିକା। ବିଶ୍ଵର ବୃହତ୍ତମ ଅର୍ଥନୀତି ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ପହଞ୍ଚିଛି। ବିଭିନ୍ନ କ୍ଷେତ୍ରର ସାମଗ୍ରିକ ବିକାଶ ହେଉଛି, ଏହାକୁ ସହଜରେ ଗ୍ରହଣ କରିପାରୁନାହିଁ ଆମେରିକା। ନିଜ ଦେଶର ସୁରକ୍ଷା କଥା ଚିନ୍ତା ନକରି ଭାରତର କୌଣସି ରାଜ୍ୟର ସୁରକ୍ଷା ପ୍ରସଙ୍ଗ ଉଠାଇବାର ନାହିଁ ପ୍ରାସଙ୍ଗିକତା। ସୁରକ୍ଷା ପ୍ରସଙ୍ଗରେ ଆମେରିକାର ମାର୍ଗଦର୍ଶିକାକୁ ନେଇ କିଛି ଏଭଳି ଢଙ୍ଗରେ ଜବାବ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା। ଭାରତବର୍ଷର ଯେଉଁଭଳି ଭାବେ ବିକାଶ ହେଉଛି ଏହାକୁ ସହଜରେ ଗ୍ରହଣ କରିନପାରି ଆମେରିକାର ଏଭଳି ପଦକ୍ଷେପ। ଯାହା ଦେଶ ତଥା ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ଉପରେ ପ୍ରଭାବ ପକାଇ ପାରିବନି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେପଟେ ଟୁର୍ ଆଣ୍ଡ ଟ୍ରାଭେଲ ଅପରେଟର ମାନେ ମଧ୍ୟ ରାଜ୍ୟ ସରକାରଙ୍କ ସହ ସ୍ବର ମିଳାଇଛନ୍ତି।


ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସୁରକ୍ଷା ବ୍ୟବସ୍ଥା ବେଶ ସୁଦୃଢ ରହିଛି। ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଓଡ଼ିଶାକୁ ଅନ୍ତର୍ଜାତୀୟ ସ୍ତରରେ ବଦନାମ ପାଇଁ ଏହା ଆମେରିକାର ଚକ୍ରାନ୍ତ ବୋଲି କହିଛନ୍ତି। କିଛି ଦିନ ତଳେ ନିଜ ନାଗରିକଙ୍କ ସୁରକ୍ଷା ନେଇ ଓଡ଼ିଶା ସମେତ ୬ଟି ରାଜ୍ୟ ପାଇଁ ମାର୍ଗଦର୍ଶିକା ଜାରି କରିଥିଲା ଆମେରିକା। ଯାହାକୁ ବିଭିନ୍ନ ମହଲରେ କରାଯାଉଛି ନିନ୍ଦା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
trumps-trickster-wont-work-country-is-safe-in-modis-hands | Argus News