ଆସନ୍ତାକାଲି ସର୍ବସାଧାରଣଙ୍କ ପାଇଁ ଖୋଲିବ ତୁଲିପ ଗାର୍ଡେନ
·1 year ago

ଜମ୍ମୁ-କଶ୍ମୀର ଯିବାକୁ କିଏ ନ ଚାହେଁ। ପୃଥିବୀର ଭୂ-ସ୍ବର୍ଗ ହେଉଛି କଶ୍ମୀର। ଥରେ ଗଲେ ଆସିବାକୁ ମନ ବଳିବନାହିଁ। ଆସନ୍ତାକାଲି ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀନଗରର ଇନ୍ଦିରା ଗାନ୍ଧୀ ମେମୋରିଆଲ୍ ତୁଲିପ୍ ଗାର୍ଡେନ୍ । ଫୁଲ ଚାଷ ଅଧିକାରୀ ତଥା ତୁଲିପ୍ ଗାର୍ଡେନ୍ ର ପ୍ରଭାରୀ ଜାଭେଦ ମାସୁଦ୍ କହିଛନ୍ତି, ଏଠାରେ ୧୭ ଲକ୍ଷ ତୁଲିପ୍ ପ୍ରଦର୍ଶିତ ହେବ। ଆସନ୍ତାକାଲି ଏହି ବଗିଚାକୁ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ମୁଖ୍ୟମନ୍ତ୍ରୀ ରାଜି ହୋଇଛନ୍ତି। ଏନେଇ ଚୂଡ଼ାନ୍ତ ପ୍ରସ୍ତୁତି ଚାଲିଛି।
ଗତବର୍ଷ ଏହି ସ୍ଥାନକୁ ସାଢ଼େ ୪ ଲକ୍ଷ ପର୍ଯ୍ୟଟକ ଆସିଥିଲେ। ଚଳିତ ବର୍ଷ ଆମେ ଗତବର୍ଷର ରେକର୍ଡ ଭାଙ୍ଗିବାକୁ ଆଶା ରଖିଛୁ। ଆମେ ନୂଆ ପ୍ରଜାତିର ଫୁଲ ଏବଂ ରଙ୍ଗ ଯୋଜନା ଉପରେ ପରୀକ୍ଷଣ କରିଛୁ । ଏହି ବଗିଚା ଅନେକ ପର୍ଯ୍ୟଟକଙ୍କୁ ଜମ୍ମୁ-କଶ୍ମୀର ପ୍ରତି ଆହୁରି ଆକୃଷ୍ଟ କରିବ ଏବଂ ସ୍ଥାନୀୟ ଅର୍ଥନୀତିକୁ ସାହାଯ୍ୟ କରିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: