Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୨୨ଟି ଭାଷାରେ ପ୍ରସାରିତ ହୋଇଛି କାର୍ଯ୍ୟକ୍ରମର ୧୨୩ତମ ସଂସ୍କରଣ

Banajyotshna Ray
Browse all articles by Banajyotshna Ray
·1 year ago·1 min read
୨୨ଟି ଭାଷାରେ ପ୍ରସାରିତ ହୋଇଛି କାର୍ଯ୍ୟକ୍ରମର ୧୨୩ତମ ସଂସ୍କରଣ

Key Points

ପ୍ରଧାନମନ୍ତ୍ରୀ ମୋଦିଙ୍କ 'ମନ କୀ ବାତ୍'ରେ ଭାରତର ଜୟଗାନ

୨୨ଟି ଭାଷାରେ ପ୍ରସାରିତ ହୋଇଛି କାର୍ଯ୍ୟକ୍ରମର ୧୨୩ତମ ସଂସ୍କରଣ

ପ୍ରଧାନମନ୍ତ୍ରୀ ମୋଦିଙ୍କ 'ମନ କୀ ବାତ୍'ରେ ଭାରତର ଜୟଗାନ । ୨୨ଟି ଭାଷାରେ ପ୍ରସାରିତ ହୋଇଛି କାର୍ଯ୍ୟକ୍ରମର ୧୨୩ତମ ସଂସ୍କରଣ । ଯୋଗଠୁ ମହିଳା ସଶକ୍ତିକରଣ, ବୃକ୍ଷରୋପଣ, ସମ୍ବିଧାନ ହତ୍ୟା ଦିବସରୁ ସ୍ବଚ୍ଛତା ଏବଂ ଅନ୍ତରୀକ୍ଷ ଅଭିଯାନ ଉପରେ ମତ ରଖିଛନ୍ତି ମୋଦି । ନିକଟରେ ପାଳିତ ୧୧ତମ ଆନ୍ତର୍ଜାତିକ ଯୋଗ ଦିବସ ଉପରେ ଆଲୋଚନା କରିବା ସହ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସ୍ୱଦେଶୀ ଉତ୍ପାଦ କିଣିବାକୁ ପୁଣିଥରେ ଦୋହରାଇଛନ୍ତି ମୋଦି । ୧୯୭୫ ଜରୁରୀକାଳୀନ ସମୟକୁ ୫୦ ବର୍ଷ ପୂରଣ ହୋଇଥିବାବେଳେ ଏହି କଳା ଇତିହାସକୁ ଭୁଲିନଯିବା ପାଇଁ ସମ୍ବିଧାନ ହତ୍ୟା ଦିବସ ଭାବରେ ପାଳନ କରାଯାଇଥିବା ମନ କୀ ବାତରେ କହିଛନ୍ତି ମୋଦି ।


ଦେଶବାସୀଙ୍କ ପବିତ୍ର ରଥଯାତ୍ରାର ଅଭିନନ୍ଦନ ଜଣାଇବା ସହ ଜୁଲାଇ ୩ରୁ ଆରମ୍ଭ ହେଉଥିବା ଅମରନାଥ ଓ ମାନସରୋବର ତୀର୍ଥଯାତ୍ରୀଙ୍କୁ ସାହାଯ୍ୟ କରୁଥିବା ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି ମୋଦି । ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ, ଏହି ଯାତ୍ରାଗୁଡ଼ିକ ହିଁ -ଏକ ଭାରତ – ଶ୍ରେଷ୍ଠ ଭାରତ ଭାବନାର ପ୍ରତିବିମ୍ବ ବୋଲି କହିଛନ୍ତି ପିଏମ ମୋଦି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
tune-in-to-123rd-episode-of-mann-ki-baat-by-prime-minister-narendra-modi-on-29th-june-2025 | Argus News