ଆଜି ସନ୍ଧ୍ୟା ନଚେତ ଆସନ୍ତାକାଲି ସକାଳ ସୁଦ୍ଧା ପହଞ୍ଚିବେ ରେସକ୍ୟୁ ଟିମ୍

ଅର୍ଗସ ବ୍ୟୁରୋ: ଉତ୍ତରକାଶୀ ନିର୍ମାଣାଧୀନ ଟନେଲ୍ ଭୁଶୁଡ଼ିବା ଘଟଣାରେ ଉଦ୍ଧାର କାର୍ଯ୍ୟ ଜୋରଦାର୍ । ଫସି ରହିଥିବା 7 ରାଜ୍ୟର 40 ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ NDRF, SDRF, ITBP ଟିମ୍ ପକ୍ଷରୁ ରେସ୍କ୍ୟୁ ଅପରେସନ ଜାରି ରହିଛି । ଶ୍ରମିକଙ୍କ ନିକଟରେ ପହଞ୍ଚିବାକୁ ଆଉ ଗୋଟିଏ ଦିନ ଲାଗିପାରେ । ଆଜି ସନ୍ଧ୍ୟା ନଚେତ ଆସନ୍ତାକାଲି ସକାଳ ସୁଦ୍ଧା ରେସକ୍ୟୁ କରାଯାଇପାରେ ।
ଅଧିକ ପଢନ୍ତୁ: ଶ୍ରମିକଙ୍କୁ ପାଖକୁ ପାଇପ୍ ଯୋଗେ ଖାଦ୍ୟ, ଅମ୍ଲଜାନ ପଠାଯାଉଛି
ସମସ୍ତେ ସୁରକ୍ଷିତ ଅଛନ୍ତି । ପାଇପ୍ ଯୋଗେ ଖାଦ୍ୟ ଦିଆଯାଉଥିବା କହିଛନ୍ତି ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ । ଗତକାଲି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଥିଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ । ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବାବେଳେ କେନ୍ଦ୍ର ସରକାର ସମସ୍ତ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
📱 Get Argus News App
✨ଅନ୍ୟପଟେ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଟନେଲ୍ରେ ଫସିଥିବା ୪୦ ଜଣଙ୍କ ମଧ୍ୟରେ ଓଡ଼ିଶାରୁ ୫ ଜଣ ଅଛନ୍ତି । ସେମାନେ ହେଲେ ଶଙ୍କର୍ଷଣପୁରର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା, ମୟୂରଭଞ୍ଜର ବିଶ୍ବେଶ୍ବର ନାୟକ, କୁଳଡ଼ିହାର ରାଜୁ ନାୟକ, ବଡ଼କୁଦାର ଧିରେନ୍ ନାୟକ । ଶ୍ରମିକମାନେ ସକୁଶଳ ଫେରିବା ନେଇ ପରିବାର, ବନ୍ଧୁ ପରିଜନ ପ୍ରାର୍ଥନା କରୁଛନ୍ତି ।
ଭାରତ ଖବର ଆହୁରି ପଢନ୍ତୁ