୨୫ ୱାକଫ ବୋର୍ଡର ମତାମତ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ତୁଷାର ମେହେଟା

Key Points
ୱାକଫ ଆଇନରେ ପରିବର୍ତ୍ତନକୁ ନେଇ ଦେଶର ୯୭ ଲକ୍ଷ ଲୋକଙ୍କ ମତ ନିଆଯାଇଛି
ଦୀର୍ଘ ବିଚାର ବିମର୍ଶ ପରେ ବିଲ୍ ପ୍ରସ୍ତୁତ ହୋଇଛି
ୱାକଫ ଆଇନରେ ପରିବର୍ତ୍ତନକୁ ନେଇ ଦେଶର ୯୭ ଲକ୍ଷ ଲୋକଙ୍କ ମତ ନିଆଯାଇଛି । ଦେଶର ୨୫ ୱାକଫ ବୋର୍ଡର ମତାମତ ଆଧାରରେ ସଂଶୋଧିତ ବିଲ୍ ପ୍ରସ୍ତୁତ ହୋଇଥିବା ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟା । ଆଇନ ବିରୋଧରେ ଆବେଦନ କରିଥିବାକାରୀ ପୂରା ମୁସଲିମ ସମ୍ପ୍ରଦାୟର ଲୋକଙ୍କୁ ପ୍ରତିନିଧିତ୍ୱ କରିପାରିବେ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁକ୍ତି ରଖିଛନ୍ତି ସଲିସିଟର ଜେନେରାଲ । ଲଗାତାର ଦ୍ୱିତୀୟ ଦିନରେ ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ଉଭୟ ପକ୍ଷ ଯୁକ୍ତି ଉପସ୍ଥାପନ କରିଛନ୍ତି । ଦୀର୍ଘ ବିଚାର ବିମର୍ଶ ପରେ ବିଲ୍ ପ୍ରସ୍ତୁତ ହୋଇଛି ।
ବିବାଦୀୟ ‘ୱାକଫ-ବ୍ୟବହାରକାରୀ’ ନୀତି ଅନୁଯାୟୀ ୱାକଫ ଘୋଷିତ ସମ୍ପତ୍ତିଗୁଡ଼ିକୁ ପୁନରୁଦ୍ଧାର କରିବା ପାଇଁ ଆଇନଗତ ଭାବରେ ସରକାର କ୍ଷମତାପ୍ରାପ୍ତ। ସରକାର ସମ୍ପତ୍ତିକୁ ରକ୍ଷା କରିପାରିବେ ବୋଲି ମୁଖ୍ୟ ବିଚାରପତି ବି.ଆର. ଗବାଇ ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମାସିହଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠକୁ କହିଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ।