TVK MLA Arrest / ମହିଳା IAS ଅଧିକାରୀଙ୍କୁ ଅସଦାଚରଣ ଅଭିଯୋଗ… ଶେଷରେ ଗିରଫ ହେଲେ TVK ବିଧାୟକ
·16 mins ago·2 min read

Key Points
ମହିଳା IAS ଅଧିକାରୀଙ୍କୁ ଅସଦାଚରଣ ଅଭିଯୋଗରେ TVK ବିଧାୟକଙ୍କୁ ଗିରଫ କରାଯାଇଛି
ମହିଳା IAS ଅଧିକାରୀଙ୍କୁ ଅସଦାଚରଣ ଅଭିଯୋଗରେ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗମ’ (TVK)ର କାଲ୍ଲାକୁରିଚି ବିଧାୟକ ସି. ଅରୁଲ ଭିଗ୍ନେଶଙ୍କୁ ଶୁକ୍ରବାର ସନ୍ଧ୍ୟାରେ ପୋଲିସ ତାଙ୍କ ବାସଭବନରୁ ଗିରଫ କରିଛି। ସମ୍ପୃକ୍ତ ମହିଳା ଅଧିକାରୀ ଜଣକ ବିଧାୟକଙ୍କ ବିରୋଧରେ ଅଶାଳୀନ ଆଚରଣ ଏବଂ ମନ୍ତବ୍ୟ ଦେଇଥିବା ନେଇ ଅଭିଯୋଗ ଆଣିଥିଲେ।
ମହିଳା ଅଧିକାରୀଙ୍କ ଆନୁଷ୍ଠାନିକ ପୋଲିସ ଅଭିଯୋଗ ପରେ ମାଡ୍ରାସ ହାଇକୋର୍ଟ ରାଜ୍ୟ ପବ୍ଲିକ ପ୍ରସିକ୍ୟୁଟରଙ୍କୁ ଏନେଇ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏହାପରେ ମାମଲା ରୁଜୁ ହୋଇଥିଲା। ପୋଲିସ ସୂତ୍ରରୁ ପ୍ରକାଶ ଯେ, ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ତଦନ୍ତକାରୀ ଅଧିକାରୀ ସୃଷ୍ଟି ସିଂହଙ୍କ ନେତୃତ୍ୱରେ ଏକ ଟିମ ଶୁକ୍ରବାର ସନ୍ଧ୍ୟାରେ କାଲ୍ଲାକୁରିଚି ସ୍ଥିତ ବାସଭବନରୁ ବିଧାୟକଙ୍କୁ ଗିରଫ କରି ପୋଲିସ ଗାଡ଼ିରେ ନେଇଯାଇଥିଲେ। ପରେ ତାଙ୍କୁ ପଚରାଉଚରା ପାଇଁ ସାଲେମ-ଉଲୁନ୍ଦୁରପେଟ ରାଜପଥରେ ଥିବା କାଲ୍ଲାକୁରିଚି ସର୍କିଟ ହାଉସକୁ ଅଣାଯାଇଥିଲା, ଯେଉଁଠାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ବିଧାୟକଙ୍କ ବିରୋଧରେ ଯୌନ ର୍ନିଯାତନା ମାମଲା ରୁଜୁ କରିଥିବା କାଲ୍ଲାକୁରିଚି ଅଲ ୱିମେନ ପୋଲିସ ବୁଧବାର ଶ୍ରୀ ଭିଗ୍ନେଶଙ୍କୁ ସମନ ଜାରି କରି ମାମଲା ସମ୍ପର୍କରେ ପଚରାଉଚରା ପାଇଁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା। ବୁଧବାର (ନଭେମ୍ୱର ୨୫) ଅଲ ୱିମେନ ଥାନାର ଇନ୍ସପେକ୍ଟର ଭୁବନେଶ୍ୱରୀ କାଲ୍ଲାକୁରିଚି ସ୍ଥିତ ବିଧାୟକଙ୍କ ଘରକୁ ଯାଇ ବ୍ୟକ୍ତିଗତ ଭାବେ ତାଙ୍କୁ ସମନ ଦେବା ପରେ ତାଙ୍କ ଗିରଫଦାରୀ ନେଇ କଳ୍ପନାଜଳ୍ପନା ବଢ଼ିଯାଇଥିଲା।
“୨୩.୧୧.୨୦୨୬ରେ କାଲ୍ଲାକୁରିଚି ଜିଲ୍ଲାର ଜଣେ ବରିଷ୍ଠ ମହିଳା ଅଧିକାରୀ କାଲ୍ଲାକୁରିଚି ର୍ନିବାଚନ ମଣ୍ଡଳୀର ବିଧାୟକ ଥିରୁ ସି. ଅରୁଲ ଭିଗ୍ନେଶଙ୍କ ବିରୋଧରେ ର୍ନିଯାତନା ଏବଂ ଅନୁଚିତ ଆଚରଣ ନେଇ ଅଭିଯୋଗ କରିଥିଲେ। ସେହି ଦିନ ହିଁ କାଲ୍ଲାକୁରିଚି AWPSରେ ଆଇନର ଉପଯୁକ୍ତ ଧାରା ଅନୁଯାୟୀ ମାମଲା (Cr No. 91/2026) ରୁଜୁ କରାଯାଇଥିଲା। ସ୍ଥାନୀୟ ପୋଲିସ ପ୍ରାଥମିକ ତଦନ୍ତ କରିଥିଲା ଏବଂ ମାନ୍ୟବର ମାଡ୍ରାସ ହାଇକୋର୍ଟଙ୍କ ୨୪.୧୧.୨୦୨୬ର ନିର୍ଦ୍ଦେଶ ଅନୁଯାୟୀ, ତିରୁପ୍ପୁର ଜିଲ୍ଲା ଏସ୍ପି ଶ୍ରୀମତୀ ସୃଷ୍ଟି ସିଂହ (IPS), ଚେନ୍ନାଇ ପ୍ରଶାସନିକ ଆଇଜି ଶ୍ରୀମତୀ ଏନ. କାମିନୀ (IPS)ଙ୍କ ତତ୍ତ୍ୱାବଧାନରେ ଏହି ମାମଲାର ତଦନ୍ତ କରିଥିଲେ। ତଦନ୍ତ ସମୟରେ ଅଭିଯୋଗକାରିଣୀ ଏବଂ ଅନ୍ୟ ସାକ୍ଷୀମାନଙ୍କୁ ପଚରାଉଚରା କରାଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଚରାଉଚରା ପରେ ଅଭିଯୁକ୍ତ ବିଧାୟକ ଥିରୁ ସି. ଅରୁଲ ଭିଗ୍ନେଶଙ୍କୁ ଗିରଫ କରାଯାଇଛି ଏବଂ ତଦନ୍ତ ଜାରି ରହିଛି। ଏହି ଘଟଣା ସହ ଜଡ଼ିତ ୨୦୧ଟି ସୋସିଆଲ ମିଡିଆ ପୋଷ୍ଟକୁ ସ୍ଥାନୀୟ ପୋଲିସ ଏବଂ ତାମିଲନାଡୁ ପୋଲିସର ସାଇବର କ୍ରାଇମ ବିଭାଗ ପକ୍ଷରୁ ହଟାଇ ଦିଆଯାଇଛି। ତେବେ, ମାନ୍ୟବର ହାଇକୋର୍ଟ PoSH ଆଇନ ଅଧୀନରେ ଆସୁଥିବା କୌଣସି ବିଷୟକୁ ପ୍ରକାଶ କରିବା, ପ୍ରଚାର କରିବା କିମ୍ୱା ସାର୍ୱଜନୀନ କରିବା ଉପରେ ମଧ୍ୟ ରୋକ ଲଗାଇଥିବାରୁ, ଉପରୋକ୍ତ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରୁଥିବା କୌଣସି ପୋଷ୍ଟ ନକରିବାକୁ ଅନୁରୋଧ କରାଯାଉଛି।”
ପୋଲିସ ବିଧାୟକଙ୍କ ବିରୋଧରେ ’ତାମିଲନାଡୁ ମହିଳା ର୍ନିଯାତନା ନିବାରଣ ଆଇନ’ ଏବଂ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୭୫, ୭୮ ଏବଂ ୭୯ ଅନୁଯାୟୀ ମାମଲା ରୁଜୁ କରିଛି। ବୁଧବାର (ନଭେମ୍ୱର ୨୫, ୨୦୨୬) ଅଲ ୱିମେନ ଥାନାରେ କାଲ୍ଲାକୁରିଚି ଏସ୍ପି ଆଇ. ଶହନାଜଙ୍କଠାରୁ ତଦନ୍ତ ରିପୋର୍ଟ ପାଇବା ପରେ ତିରୁପ୍ପୁର ଏସ୍ପି ସୃଷ୍ଟି ସିଂହ ଏହି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ। ଗୁରୁବାର (ନଭେମ୍ୱର ୨୬) ପୋଲିସ ମହାନିରୀକ୍ଷକ (ପ୍ରଶାସନ) ଏନ. କାମିନୀ ମଧ୍ୟ କାଲ୍ଲାକୁରିଚି ଗସ୍ତ କରି ତଦନ୍ତର ତଦାରଖ କରିଥିଲେ।
ଏହି ଘଟଣା ସାମ୍ନାକୁ ଆସିବା ପରେ ବିରୋଧୀ DMK, AIADMK, PMK ଏବଂ BJP ତାଙ୍କ ଗିରଫଦାରୀ ଦାବି କରିଥିଲେ। ସରକାର ବିଧାୟକଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରି ବିଜେପି ମହିଳା ମୋର୍ଚ୍ଚା ଶୁକ୍ରବାର (ନଭେମ୍ୱର ୨୭) ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲା।

Related Topics
Explore more stories