Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Panchayat Elections / ସରକାରଙ୍କ ବଡ଼ ଘୋଷଣା; ଦୁଇରୁ ଅଧିକ ଛୁଆ ଥିଲେ ବି ହୋଇପାରିବେ ସରପଞ୍ଚ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ସରକାରଙ୍କ ବଡ଼ ଘୋଷଣା; ଦୁଇରୁ ଅଧିକ ଛୁଆ ଥିଲେ ବି ହୋଇପାରିବେ ସରପଞ୍ଚ
Two-Child Rule

Key Points

ପଞ୍ଚାୟତ ସହ ପୌର ନିର୍ବାଚନ ଲଢ଼ିବା ପାଇଁ ବାଟ ଖୋଲି ଦେଇଛନ୍ତି ସରକାର । ପୁରୁଣା ନିୟମରେ ଥିବା ସନ୍ତାନ ପ୍ରତିବନ୍ଧକକୁ ହଟାଇ ସରକାର ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି ।
ନୂଆଦିଲ୍ଲୀ: ଦୁଇରୁ ଅଧିକ ଛୁଆ ଥିଲେ ବି ଲଢ଼ି ପାରିବେ ନିର୍ବାଚନ । ପଞ୍ଚାୟତ ସହ ପୌର ନିର୍ବାଚନ ଲଢ଼ିବା ପାଇଁ ବାଟ ଖୋଲି ଦେଇଛନ୍ତି ସରକାର । ପୁରୁଣା ନିୟମରେ ଥିବା ସନ୍ତାନ ପ୍ରତିବନ୍ଧକକୁ ହଟାଇ ସରକାର ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ପରିବର୍ତ୍ତନ ଫଳରେ ଅନୁଭବୀ ନେତା ନିର୍ବାଚନକୁ ଫେରିବେ, ମାଲି ମକଦ୍ଦମା ହ୍ରାସ ପାଇବ ଏବଂ ସ୍ଥାନୀୟ ନିର୍ବାଚନରେ ଅଂଶଗ୍ରହଣ ବଢ଼ିବ ।

ପଞ୍ଚାୟତିରାଜ ଓ ସହରାଞ୍ଚଳ ନିର୍ବାଚନ ଆଶାୟୀଙ୍କ ସନ୍ତାନ ପ୍ରତିବନ୍ଧକକୁ ଶେଷ କରିଛନ୍ତି ରାଜସ୍ଥାନ ସରକାର । ଏହାକୁ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ଐତିହାସିକ ନିଷ୍ପତ୍ତି କୁହାଯାଉଛି । ବିଧାନସଭାରେ ବୁଧବାର ଏହା ସହ ଜଡ଼ିତ ୨ଟି ବିଲ୍ ଆଗତ ହୋଇଥିଲା । ଯାହା ପାରିତ ହେବା ସହ ଦଶନ୍ଧି ଧରି ପୁରୁଣା ନିର୍ବାଚନ ପ୍ରତିବନ୍ଧକଙ୍କୁ ଇତିହାସରେ ପରିଣତ କରିଛି ।

ଏଥିସହ ପଢ଼ନ୍ତୁ: ସରପଞ୍ଚ ହେବାକୁ ବାଟ ଓଗାଳୁଥିଲା ୩ ସନ୍ତାନ ନିୟମ; ଝିଅକୁ କେନାଲକୁ ଠେଲିଦେଲା ବାପା

ବିଧାନସଭାରେ ଏହି ବଡ଼ ପରିବର୍ତ୍ତନ ନେଇ ଦୁଇ ମନ୍ତ୍ରୀ ବିଲ୍ ଆଣିଥିଲେ । ପଞ୍ଚାୟତିରାଜ ମନ୍ତ୍ରୀ ମଦନ ଦିଲାୋବର ଏହି ବିଲ୍‌ ଆଗତ କରିଥିଲେ । ଯେଉଁଥିରେ ୱାର୍ଡ ସଭ୍ୟରୁ ନେଇ ସରପଞ୍ଚ ଓ ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ନିର୍ବାଚନ ପାଇଁ ୨ ସନ୍ତାନ ଥିଲେ ଅଯୋଗ୍ୟ ନିୟମକୁ ହଟାଇବାର ପ୍ରସ୍ତାବ ଥିଲା ।

ସେହିଭଳି ସ୍ଵାୟତ୍ତ ଶାସନ ମନ୍ତ୍ରୀ ମଧ୍ୟ ନଗରପାଳିକା ସଂଶୋଧନ ବିଲ୍ ଆଣିଥିଲେ । ଯେଉଁଥିରେ କାଉନସିଲର, ଅଧ୍ୟକ୍ଷ ଓ ମେୟର ଆଶାୟୀଙ୍କ ପାଇଁ ସନ୍ତାନ ସଂଖ୍ୟା ନିୟମକୁ ଶେଷ କରିବାର ପ୍ରସ୍ତାବ ଥିଲା । ଆଗକୁ ଏହି ବିଲ୍ ଉପରେ ବିଧାନସଭାରେ ଚର୍ଚ୍ଚା ପରେ ପାରିତ କରାଯାଇ ଆଇନ୍‌ର ରୂପ ଦିଆଯିବ ।

ଏଥିସହ ପଢ଼ନ୍ତୁ: ଲାଗୁ ହେଲା ନୂଆ ନିୟମ, ଭୁଲ କଲେ ହୋଇପାରିବେନି ସରପଞ୍ଚ...

ସରକାରଙ୍କ କହିବା କଥା ହେଲେ ନିର୍ବାଚନ ଲଢ଼ିବା ଏକ ଗଣତାନ୍ତ୍ରିକ ଅଧିକାର ଓ ସନ୍ତାନଙ୍କ ସଂଖ୍ୟା ଆଧାରରେ କାହାରିକୁ ଏଥିରୁ ବଞ୍ଚିତ କରିବା ଅନୁଚିତ୍ । ଏଥିସହ ଏହାକୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା । ଯେତେବେଳେ ସାଂସଦ ଓ ବିଧାୟକ ହେବା ଲାଗି ସନ୍ତାନ ସଂଖ୍ୟାକୁ ନେଇ କୌଣସି ବାଧ୍ୟ ବାଧକତା ନାହିଁ ତାହେଲେ ସ୍ଥାନୀୟ ନିର୍ବାଚନ ଆଶାୟୀଙ୍କ ଉପରେ ଏ ବୋଝ କାହିଁକି ?
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rajasthan Removes Two-Child Rule for Panchayat, Municipal Polls | Argus News | Argus News