Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଲ୍ଲୀ NCRରେ ଦୁଇ ଜଣ କରୋନା ରୋଗୀ ଚିହ୍ନଟ

Rashmita Mishra
Browse all articles by Rashmita Mishra
·1 year ago·1 min read
ଦିଲ୍ଲୀ NCRରେ ଦୁଇ ଜଣ କରୋନା ରୋଗୀ ଚିହ୍ନଟ

Key Points

ରାଜଧାନୀ ଦିଲ୍ଲୀରେ କରୋନା
ଦିଲ୍ଲୀ NCRରେ ଆରମ୍ଭ ହେଲା କରୋନା ସଂକ୍ରମଣ
ଗୁରୁଗ୍ରାମ ସାଇବର ସିଟିରେ 2 ଜଣ କରୋନା ରୋଗୀ ଚିହ୍ନଟ
2 କରୋନା ରୋଗୀଙ୍କୁ ଆଇସୋଲେସନରେ ରଖାଯାଇଛି

ଦିଲ୍ଲୀ NCRରେ ଆରମ୍ଭ ହେଲା କରୋନା ସଂକ୍ରମଣ । ଗୁରୁଗ୍ରାମର ସାଇବର ସିଟିରେ ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି। 2 ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣେ ମୁମ୍ବାଇରୁ ଗୁରୁଗ୍ରାମ ଆସିଥିଲେ।

ଏସିଆ ମହାଦେଶର କେତେକ ଦେଶରେ ଗତ କିଛି ମାସ ହେଲା ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ହଂକଂ ଓ ସିଙ୍ଗାପୁରରେ ଅଧିକ ସଂଖ୍ୟାରେ ରୋଗୀ ଚିହ୍ନଟ ହେଉଛନ୍ତି। ଆମ ଦେଶରେ ମୁମ୍ବାଇରେ ପ୍ରଥମେ ପଜିଟିଭ୍ ମାମଲା ସାମ୍ନାକୁ ଆସିଲା । ଦୁଇ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି।

ଆଉ ଏବେ ଦିଲ୍ଲୀ ଏନସିଆରରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ ଆଲର୍ଟ ମୋଡକୁ ଆସିଛି। କରୋନା ମୁକାବିଲା ପାଇଁ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କୁହାଯାଇଛି। କିନ୍ତୁ ସାମାନ୍ୟ ଲକ୍ଷଣକୁ ନେଇ ବ୍ୟତିବ୍ୟସ୍ତ ନ ହେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ତେବେ ସ୍ବାସ୍ଥ୍ୟ ବିଗିଡ଼ିଲେ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି।

ଓଡ଼ିଶାରେ ବି ଦିନକ ତଳେ ଜଣେ କରୋନା ରୋଗୀ ବାହାରିଛନ୍ତି। ଗତକାଲି ଗୁଜରାଟର ଅହମ୍ମଦାବାଦରେ 4 ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସାରା ଦେଶରେ ଏଯାଏଁ 257ରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
two-corona-patients-identified-in-delhi-ncr | Argus News