Two Encounters / ୨୪ ଘଣ୍ଟାରେ ଦୁଇ ଦୁଇଟି ଏନକାଉଣ୍ଟର, ଗୁଳି ଖାଇଲେ୨ ଅଭିଯୁକ୍ତ
·1 hour ago·2 min read

Key Points
୨୪ ଘଣ୍ଟାରେ ଦୁଇ ଦୁଇଟି ଏନକାଉଣ୍ଟର
ପୋଲିସ ଗୁଳି ଖାଇଲେ୨ ଅଭିଯୁକ୍ତ
ଉତ୍ତରପ୍ରଦେଶ ପୋଲିସ କଲା ଏନକାଉଣ୍ଟର
ପୋଲିସ ଗୁଳି ଖାଇଲେ୨ ଅଭିଯୁକ୍ତ
ଉତ୍ତରପ୍ରଦେଶ ପୋଲିସ କଲା ଏନକାଉଣ୍ଟର
ମେରଟ,୦୩/୧୦: ୨୪ ଘଣ୍ଟା ମଧ୍ୟରେ ପୋଲିସର ଦୁଇଟି ଦୁଇଟି ଏନକାଉଣ୍ଟର। ପୋଲିସର ଦୁଇଟି ଏନକାଉଣ୍ଟରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉତ୍ତର ପ୍ରଦେଶର ମେରଠ ଓ ଲଳିତପୁରରେ ଘଟିଥିବା ଏହି ଦୁଇ ଘଟଣାରେ ଦୁଇଜଣ ଅଭିଯୁକ୍ତ ଗୁଳିମାଡ଼ରେ ଆହତ ହୋଇଛନ୍ତି। ଉଭୟଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ପରେ ପୋଲିସ ସେମାନଙ୍କୁ ଗିରଫ କରିଛି। ଜଣେ ମହିଳା ହତ୍ୟା ମାମଲାରେ ଏବଂ ଅନ୍ୟଜଣେ ୫ ବର୍ଷୀୟ ଶିଶୁକୁ ବଳାତ୍କାର ମାମଲାରେ ଓ୍ୱାଣ୍ଟେଡ୍ ଥିବା ପୋଲିସ କହିଛି।
ମହିଳାଙ୍କୁ ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର
ପ୍ରଥମ ଘଟଣା ମେରଠର ହସ୍ତିନାପୁର ଥାନା ଅଞ୍ଚଳରେ ଘଟିଛି। ଅକ୍ଟୋବର ୨ ରାତିରେ ମାୱାନା ସୀମା ନିକଟରେ ପୋଲିସ ଟିମ୍ ଯାଞ୍ଚ କରୁଥିଲା। ଏହି ସମୟରେ କରିମପୁର ଦିଗରୁ ଦୁଇଜଣ ସନ୍ଦିଗ୍ଧ ଆସୁଥିବା ପୋଲିସ ଦେଖିଥିଲା। ପୋଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିବା ପରେ ଅଭିଯୁକ୍ତମାନେ ଗୁଳି ଚଳାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏହାପରେ ଆତ୍ମରକ୍ଷା ପାଇଁ ପୋଲିସ ପାଲଟା ଗୁଳି ଚଳାଇଥିଲା। ଏହି ଗୁଳିମାଡ଼ରେ ଶୁଭମ ଓରଫ ବାରଭିରଙ୍କ ଦୁଇ ଗୋଡ଼ରେ ଗୁଳି ବାଜିଥିଲା। ଆହତ ଅବସ୍ଥାରେ ପୋଲିସ ତାଙ୍କୁ କାବୁ କରିଥିଲା।
ମାୱାନା ସିଓ ପଙ୍କଜ ଲାଭାନିଆଙ୍କ ସୂଚନା ଅନୁସାରେ, ପଚରାଉଚରା ବେଳେ ଶୁଭମ ସେପ୍ଟେମ୍ବର ୧୩ରେ ଜଣେ ମହିଳାଙ୍କୁ ହତ୍ୟା କରିଥିବା ନେଇ ପୋଲିସକୁ ସୂଚନା ଦେଇଥିଲେ। ହତ୍ୟା ପରେ ମହିଳାଙ୍କ ଚୁଡ଼ି, କାନଫୁଲ ଓ ମୋବାଇଲ୍ ଫୋନ୍ ନେଇ ସେ ଫେରାର ହୋଇଥିବା ପୋଲିସ ଦାବି କରିଛି। ପୋଲିସ ଅଭିଯୁକ୍ତଙ୍କ ନିକଟରୁ ମହିଳାଙ୍କ ଚୁଡ଼ି ଓ ମୋବାଇଲ୍ ଫୋନ୍ ଜବତ କରିଥିବା ସୂଚନା ମିଳିଛି। ଘଟଣାରେ ଜଡ଼ିତ ଥିବା କୁହାଯାଉଥିବା ଦ୍ୱିତୀୟ ବ୍ୟକ୍ତିଙ୍କ ଭୂମିକା ନେଇ ମଧ୍ୟ ତଦନ୍ତ ଚାଲିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବଳାତ୍କାର ମାମଲାର ଅଭିଯୁକ୍ତ ଆହତ
ଦ୍ୱିତୀୟ ଘଟଣା ଲଳିତପୁରରେ ଘଟିଛି। ଜଣେ ୫ ବର୍ଷୀୟ ଝିଅକୁ ବଳାତ୍କାର କରିଥିବା ମାମଲାରେ ଓ୍ୱାଣ୍ଟେଡ୍ ଥିବା ସୁଖଲାଲ ସହରିଆଙ୍କୁ ଧରିବା ପାଇଁ ପୋଲିସ ତଲାସୀ ଅଭିଯାନ ଚଳାଇଥିଲା। ପୋଲିସର ସୂଚନା ଅନୁସାରେ, ତାଲବେହାଟ ଥାନା ଅଞ୍ଚଳର ପୱା ଗାଁ ନିକଟସ୍ଥ ଜଙ୍ଗଲରେ ସୁଖଲାଲଙ୍କୁ ଘେରାଉ କରାଯାଇଥିଲା। ଏହି ସମୟରେ ଗୁଳିମାଡ଼ ହୋଇଥିଲା ଏବଂ ଅଭିଯୁକ୍ତଙ୍କ ଗୋଡ଼ରେ ଗୁଳି ବାଜିଥିବା ପୋଲିସ କହିଛି। ଆହତ ସୁଖଲାଲଙ୍କୁ ଉଦ୍ଧାର କରି ଜିଲ୍ଲା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।
ପୋଲିସ ତାଙ୍କ ନିକଟରୁ ଏକ ପିସ୍ତଲ ଓ ଜୀବନ୍ତ କାର୍ଟୁସ୍ ଜବତ କରିଥିବା ଦାବି କରିଛି। ଦୁଇଟି ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ଅଧିକ ତଦନ୍ତ ଜାରି ରହିଛି। ମେରଠ ଘଟଣାରେ ହତ୍ୟା ମାମଲାର ଅନ୍ୟ ସମ୍ଭାବ୍ୟ ସହଯୋଗୀଙ୍କ ଭୂମିକା ଏବଂ ଲଳିତପୁର ଘଟଣାରେ ବଳାତ୍କାର ମାମଲା ସମ୍ପର୍କିତ ପ୍ରମାଣ ନେଇ ପୋଲିସ ତଦନ୍ତ କରୁଛି।

Related Topics
Explore more stories